ଫିଟିଲା ଗୋବିନ୍ଦଙ୍କ ଗୁମର! ମମିତାଙ୍କୁ ମାରିଥିବା ସ୍ୱୀକାର କଲେ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):  “ହଁ, ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ମୁଁ ମର୍ଡର କରିଛି। ମୁଁ ହିଁ ମମିତାଙ୍କର ହତ୍ୟାକାରୀ । ” ପୁଲିସ୍‌ ହେପାଜତରୁ ଖସି ଗତକାଲି ଧରା ପଡ଼ିଥିବା ଗୋବିନ୍ଦ ସାହୁ ଶେଷରେ ମାନିଯାଇଛି ସତ।  ଏହା ପୂର୍ବରୁ ପୁଲିସ୍‌ କବଜାରେ ୪ ଦିନ ରହିଥିବା ଗୋବିନ୍ଦ ପାଟି ଫିଟାଉ ନ ଥିବା ବେଳେ ହଠାତ୍‌ ସବୁ ସତ ଉଗାରି ଦେଇଛି। ଫଳରେ ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ […]

mamita, gobinda

Niharika Rout
  • Published: Wednesday, 20 October 2021
  • , Updated: 20 October 2021, 03:48 PM IST

ବଲାଙ୍ଗିର(ମନୋରଞ୍ଜନ ଯୋଶୀ):  “ହଁ, ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ମୁଁ ମର୍ଡର କରିଛି। ମୁଁ ହିଁ ମମିତାଙ୍କର ହତ୍ୟାକାରୀ । ” ପୁଲିସ୍‌ ହେପାଜତରୁ ଖସି ଗତକାଲି ଧରା ପଡ଼ିଥିବା ଗୋବିନ୍ଦ ସାହୁ ଶେଷରେ ମାନିଯାଇଛି ସତ।  ଏହା ପୂର୍ବରୁ ପୁଲିସ୍‌ କବଜାରେ ୪ ଦିନ ରହିଥିବା ଗୋବିନ୍ଦ ପାଟି ଫିଟାଉ ନ ଥିବା ବେଳେ ହଠାତ୍‌ ସବୁ ସତ ଉଗାରି ଦେଇଛି। ଫଳରେ ଗତ ୧୨ ଦିନ ଧରି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାକୁ ନେଇ ଚାଲିଥିବା ଚର୍ଚ୍ଚାରେ ଏକ ପ୍ରକାର ଯବନିକା ପଡ଼ିଛି। ମମିତା ମିସିଂ ମିଷ୍ଟ୍ରି ଏବେ ମମିତା ମର୍ଡର ମିଷ୍ଟ୍ରିରେ ପରିଣତ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ,  ଜେରା ବେଳେ ପୁଲିସ୍‌ ନିକଟରେ ଶିକ୍ଷୟିତ୍ରୀ ମମିତା ମେହରଙ୍କୁ ହତ୍ୟା କରିଥିବା କଥା ସ୍ୱୀକାର କରିଛି ଗୋବିନ୍ଦ ସାହୁ। ଯେଉଁ ୱାଗନର କାର୍‌ରେ ସେ ମମିତାଙ୍କୁ ନେଇ ଯାଇଥିଲେ, ସେଥିରେ ହିଁ ତାଙ୍କୁ ହତ୍ୟା କରିଥିଲେ।  ୮ ତାରିଖରେ ମମିତାଙ୍କୁ ଏହି କାର୍‌ରେ ନେଇ ଯାଇଥିଲା ଗୋବିନ୍ଦ । କାର୍ ଭିତରେ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ସମୟରେ ଉତ୍ତ୍ୟକ୍ତ ଗୋବିନ୍ଦ କାର୍‌ ଭିତରେ ହିଁ ମମିତାଙ୍କୁ ହତ୍ୟା କରିଥିବା କହିଛି। କାର୍‌ର ପଛ ସିଟ୍‌ ଚିରି ଯାଇଥିବା ଦେଖିବାକୁ ମିଳିଛ।  ତେଣୁ ବଞ୍ଚିବା ପାଇଁ ମମିତା ସଂଘର୍ଷ କରିଥିବା ଅନୁମାନ କରାଯାଉଛି। ହତ୍ୟା କରିବା ପରେ ୮ ତାରିଖ ବିଳମ୍ବିତ ରାତିରେ ମମିତାଙ୍କ ମୃତଦେହକୁ ମହାଲିଙ୍ଗରେ ନିର୍ମାଣାଧୀନ ଷ୍ଟାଡିୟମ ଭିତରେ ପୋତା ଯାଇଥିଲା ।

୧୪ ତାରିଖରେ ଉକ୍ତ କାର୍‌କୁ ଜବତ କରିଥିଲା ପୁଲିସ। ଜବତ କାର୍‌ରୁ ମିଳିଥିଲା ଗୋଟିଏ ପାଉଁଜି, ପେଟ୍ରୋଲ ଜାର୍ ।  ଗତକାଲି  ମୃତଦେହ ପୋତା ଯାଇଥିବା ସ୍ଥାନରୁ ଆଉ ଏକ ପାଉଁଜି ମିଳିଥିଲା।

ମମିତାକୁ ହତ୍ୟା କରିବା ନିମନ୍ତେ ପୂରା ସୁଚିନ୍ତିତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗୋବିନ୍ଦ। ଏଥିପାଇଁ ୬ ତାରିଖରୁ ଖୋଳାଯାଇଥିଲା ଗାତ।

ସୂଚନାଯୋଗ୍ୟ, ୪ ଦିନ ଅଟକ ରହିବା ପରେ ପୁଲିସ୍ ବାରାକ୍‌ରୁ ଖସି ପଳାଇଥିବା ଗୋବିନ୍ଦ ସାହୁକୁ ଗତକାଲି ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଞ୍ଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରୁ ଗିରଫ କରିଥିଲା ପୁଲିସ୍। ତାକୁ ଅଧିକ ପଚରାଉଚରା ପାଇଁ ବଲାଙ୍ଗିର ଅଣାଯାଇଥିଲା।ବଲାଙ୍ଗୀର ଏସ୍‌ପି, ଡିଆଇଜି ଓ ବଛା ବଛା ଅଧିକାରୀ ଘନ ଘନ ପଚରାଉଚରା କରିବା ପରେ ଗୋବିନ୍ଦ ସତ ଉଗାରିଥିବା କୁହାଯାଉଛି।  ଗୋବିନ୍ଦ ସମେତ ତା ସହଯୋଗୀ ରାଧେ, ଜେସିବି ଜ୍ରାଇଭର, ଷ୍ଟାଡିୟମ ମୁନସିଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୁଲିସ୍‌।

ଗୋବିନ୍ଦଙ୍କୁ ଆଜି ସନ୍ଧ୍ୟା ସୁଦ୍ଧା କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଏହାପରେ ପୁଲିସ୍‌ ତାଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ବୋଲି ଜଣାଯାଇଛି।

ତେବେ ମମିତା ମେହେରଙ୍କୁ କାହିଁକି ମାରିଲା ଗୋବିନ୍ଦ ସାହୁ, ତାହା ସ୍ପଷ୍ଟ ହୋଇନାହିଁ। ଗୋବିନ୍ଦଙ୍କ ସ୍କୁଲ୍‌ରେ ସେକ୍ସ ରାକେଟ୍ ଚାଲିଥିଲା ବୋଲି ଅଭିଯୋଗ ହୋଇଥିଲା। ସେକ୍ସ ରାକେଟ୍‌କୁ ମମିତା ବିରୋଧ କରିବା ସହିତ ଗୋବିନ୍ଦଙ୍କୁ କୁଆଡ଼େ ବର୍ବାଦ୍ କରିଦେବେ ବୋଲି ଧମକ ଦେଇଥିଲେ। ସେଥିପାଇଁ ତାଙ୍କୁ ମାରି ଦେଇନି ତ ଗୋବିନ୍ଦ? ଏ ପ୍ରଶ୍ନର ଉତ୍ତର ଏଯାଏଁ ମିଳିନି। ତେବେ ଜଣାପଡ଼ିଛି, ଏ ଘଟଣା ନେଇ ବଲାଙ୍ଗିର ଏକ ସାମ୍ବାଦିକ ସମ୍ମିଳନୀ କରିବ। ଏଥିରେ ସବୁ ତଥ୍ୟ ରଖାଯିବ ବୋଲି କୁହାଯାଉଛି।

Related story