ସରକାରୀ ବସ୍‌ ଚଳାଚଳ ବନ୍ଦ: ଜୟପୁର ଜୋନ୍‌ରେ ଅଟକିଛି ୬୦ ବସ୍‌

ଜୟପୁର (ଟି. ଗୌରୀଶଙ୍କର): ୪ ଦଫା ଦାବି ନେଇ ଆଜିଠାରୁ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଷ୍ଟାଫ୍‌ ଏସୋସିଏସନ୍‌ ପକ୍ଷରୁ ତିନି ଦିନିଆ ସରକାରୀ ବସ୍‌ ଚଳାଚଳ ବନ୍ଦ କରାଯାଇଛି। ଫଳରେ ରାଜ୍ୟରେ ସରକାରୀ ବସ୍‌ ସେବା ବାଧାପ୍ରାନ୍ତ ହୋଇଛି। କୋରପୁଟ ଜିଲ୍ଲା ଜୟପୁର ଜୋନ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ଜୋନ୍‌ର ପ୍ରାୟ ୬୦ଟି ବସ୍‌ ଅଟକି ରହିଛି। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସମସ୍ତ ଠିକା କର୍ମଚାରୀଙ୍କୁ  […]

jeypore

Jitendra Garnayak
  • Published: Tuesday, 21 August 2018
  • , Updated: 21 August 2018, 06:25 AM IST

ଜୟପୁର (ଟି. ଗୌରୀଶଙ୍କର): ୪ ଦଫା ଦାବି ନେଇ ଆଜିଠାରୁ ନିଖିଳ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ଷ୍ଟାଫ୍‌ ଏସୋସିଏସନ୍‌ ପକ୍ଷରୁ ତିନି ଦିନିଆ ସରକାରୀ ବସ୍‌ ଚଳାଚଳ ବନ୍ଦ କରାଯାଇଛି। ଫଳରେ ରାଜ୍ୟରେ ସରକାରୀ ବସ୍‌ ସେବା ବାଧାପ୍ରାନ୍ତ ହୋଇଛି।

କୋରପୁଟ ଜିଲ୍ଲା ଜୟପୁର ଜୋନ୍‌ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହି ଜୋନ୍‌ର ପ୍ରାୟ ୬୦ଟି ବସ୍‌ ଅଟକି ରହିଛି। ଫଳରେ ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।

ସମସ୍ତ ଠିକା କର୍ମଚାରୀଙ୍କୁ  ନିୟମିତ କରିବା, ସମାନ କାମକୁ ସମାନ ଦରମା, କର୍ମଚାରୀଙ୍କ ସପ୍ତମ ବେତନ ଲାଗୁ, କର୍ମଚାରୀଙ୍କ ବିରୋଧରେ ବେଆଇନ୍ କାର୍ଯ୍ୟାନୁଷ୍ଠାନ ବନ୍ଦ ଦାବି ନେଇ ଏହି ବନ୍ଦ ଡାକରା ଦିଆଯାଇଛି।

Related story