ଚେତିଲେ ସରକାର : ମନ୍ତ୍ରୀ ଓ ଅଧ୍ୟକ୍ଷଙ୍କ ଦୁବାଇକୁ ‘ପ୍ଲିଜର ଟ୍ରିପ୍‌’ ବାତିଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାବେଳେ ସରକାରୀ ଖର୍ଚ୍ଚରେ ମନ୍ତ୍ରୀ ଓ ଅଫିସରଙ୍କ ପ୍ରସ୍ତାବିତ ଦୁବାଇକୁ ‘ପ୍ଲିଜର ଟ୍ରିପ’କୁ ସରକାର ବାତିଲ କରିଛନ୍ତି। ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ଚେତା ପଶିଛି ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଆଳରେ ଦୁବାଇ ଯିବାକୁ ଥିବା ଉଚ୍ଚସ୍ତରୀୟ ଟିମକୁ ଦେଇଥିବା ଅନୁମତିକୁ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ରାଜ୍ୟବାସୀଙ୍କ ଟିକସ ଅର୍ଥରେ ଆସନ୍ତା […]

jyoti-prakash-and-asit-trip

jyoti-prakash-and-asit-trip

Ordigital Desk
  • Published: Monday, 03 January 2022
  • Updated: 04 January 2022, 08:37 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମହାମାରୀର ନୂଆ ଭାରିଏଣ୍ଟ ‘ଓମିକ୍ରନ’ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବାବେଳେ ସରକାରୀ ଖର୍ଚ୍ଚରେ ମନ୍ତ୍ରୀ ଓ ଅଫିସରଙ୍କ ପ୍ରସ୍ତାବିତ ଦୁବାଇକୁ ‘ପ୍ଲିଜର ଟ୍ରିପ’କୁ ସରକାର ବାତିଲ କରିଛନ୍ତି। ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶ ପାଇବା ପରେ ସରକାରଙ୍କ ଚେତା ପଶିଛି ଓ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ଆଳରେ ଦୁବାଇ ଯିବାକୁ ଥିବା ଉଚ୍ଚସ୍ତରୀୟ ଟିମକୁ ଦେଇଥିବା ଅନୁମତିକୁ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟବାସୀଙ୍କ ଟିକସ ଅର୍ଥରେ ଆସନ୍ତା ଜାନୁୟାରୀ ୭ତାରିଖରେ ମନ୍ତ୍ରୀ ଓ ଅଫିସରମାନେ ସପରିବାର ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିଲା । ଓଡ଼ିଆ ଖାଦ୍ୟ ଓ ସଂସ୍କୃତିର ପ୍ରଚାର ନାଁରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ତଥା ପର୍ଯ୍ୟଟନ ବିଭାଗର ପରାମର୍ଶଦାତା ଅସିତ୍ କୁମାର ତ୍ରିପାଠୀ(କ୍ୟାବିନେଟ ମନ୍ତ୍ରୀ ପାହ୍ୟା) ଓ ତାଙ୍କ ପତ୍ନୀ, ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାର ଓ ତାଙ୍କ ପତ୍ନୀଙ୍କ ସମେତ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର. ଯାଦବ ଆସନ୍ତା ୭ତାରିଖରୁ ୭ଦିନିଆ ଗସ୍ତରେ ଦୁବାଇ ବୁଲିଯବାର କାର୍ଯ୍ୟକ୍ରମ ଥିଲା । କରୋନା କାଳରେ ସରକାରୀ ଖର୍ଚ୍ଚରେ ଏହି ମନ୍ତ୍ରୀ ଓ ଅଫିସରଙ୍କ ବ୍ୟୟବହୁଳ ପ୍ଲିଜର ଟ୍ରିପକୁ ନେଇ ‘ଓଡ଼ିଶା ରିପୋର୍ଟର’ ଡିସେମ୍ବର ୨୭ତାରିଖରେ ଏକ ଖବର ପ୍ରକାଶିତ କରିବା ସହ ସରକାରଙ୍କ ଏଭଳି ମାନସିକତା ଉପରେ ପ୍ରଶ୍ନ ଉଠାଇଥିଲା ।

ତେବେ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଏହି ଖବର ପ୍ରକାଶିତ ହେବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଭାବମୂର୍ତ୍ତି ସଙ୍କଟରେ ପଡ଼ିଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ତ୍ରିପାଠୀ ସପରିବାର ଏହି ଗସ୍ତରେ ଯାଉଥିବାରୁ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବିବାଦ ଘେରକୁ ଆସିଥିଲା । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ବ୍ୟୟବହୁଳ ଦୁବାଇ ଗସ୍ତ ନିମନ୍ତେ ଅନୁମତିକୁ ପ୍ରତ୍ୟାହାର କରିନେଇଥିବା ଜଣାପଡ଼ିଛି । ଏପରିକି ଏହି ବ୍ୟକ୍ତିମାନଙ୍କର ସରକାରୀ ଖର୍ଚ୍ଚରେ ହୋଇଥିବା ବିମାନ ଟିକେଟ୍ ଓ ହୋଟେଲ ବୁକିଂ ଆଦି ବାତିଲ କରାଯାଇଛି । ଦୁବାଇରେ ଗତ ଅକ୍ଟୋବର ୧ରୁ ଆରମ୍ଭ ହୋଇଥିବା ‘ଏକ୍ସପୋ-୨୦୨୦ ଦୁବାଇ’ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ(ମୋଟ ୧୮୨ଦିନ)କୁ ବୁଲି ଦେଖିବାକୁ ଏହି ଟିମ୍ ଯାଇଥାନ୍ତା ବୋଲି ପର୍ଯ୍ୟଟନ ବିଭାଗ ସୂତ୍ରରୁ ସୂଚନା ମିଳିଥିଲା । କିନ୍ତୁ ଖବର ପ୍ରକାଶିତ ହେବାପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏନେଇ କଡ଼ା ଆପତ୍ତି ଉଠାଇବା ସହ ଗସ୍ତକୁ ବାତିଲ ନିମନ୍ତେ ନିର୍ଦ୍ଦେଶ ଦେଇଥିଲା ବୋଲି ଜଣାପଡ଼ିଛି ।

ଉଲ୍ଲେଖଯୋଗ୍ୟ, ୟୁଏଇ ଓ ସାଉଦିଆରବ ଆଦି ଦେଶରୁ ଆସୁଥିବା ଅଧିକାଂଶ ବିଦେଶ ଫେରନ୍ତା ଭାରତରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଉଥିବାବେଳେ ସେହି ରାଷ୍ଟ୍ରକୁ ପ୍ଲିଜର ଟ୍ରିପ୍ ପାଇଁ ରାଜ୍ୟ ସରକାରଙ୍କ ଏହି ଉଚ୍ଚସ୍ତରୀୟ ଟିମ୍ ସରକାରୀ ଖର୍ଚ୍ଚରେ ସପରିବାର ଭ୍ରମଣ କରିଥାନ୍ତେ । ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶିତ ପରେ ବିଭିନ୍ନ ରାଜନୀତିକ ଦଳ ସମେତ ବୁଦ୍ଧିଜୀବୀମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଯାହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଏଭଳି ଗସ୍ତକୁ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦେଇଥିଲା ବୋଲି ସୂଚନା ମିଳିଛି।

ପୂର୍ବରୁ ମନ୍ତ୍ରୀପଦ ପାଇବାର ମାତ୍ର ୬ମାସ ନପୁରୁଣୁ ନିଜର ଅନ୍ତରଙ୍ଗ ବାନ୍ଧବୀଙ୍କୁ ସରକାରୀ ଖର୍ଚ୍ଚରେ ହାଇଦ୍ରାବାଦ ନେଇ ଫାଇଭ ଷ୍ଟାର ହୋଟେଲରେ ଆତିଥ୍ୟ ଦେଇ ବିବାଦୀୟ ହୋଇଥିବା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଚଳିତଥର ନିଜର ପତ୍ନୀଙ୍କୁ ସାଙ୍ଗରେ ନେଇ ଦୁବାଇ ଯିବାର କାର୍ଯ୍ୟକ୍ରମ ରହିଥିଲା ।

ସେହିପରି ସରକାରୀ ଚାକିରିରୁ ଅବସର ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଭାବେ କ୍ୟାବିନେଟ ପାହ୍ୟାରେ ଥଇଥାନ ହୋଇଥିବା ଶ୍ରୀ ତ୍ରିପାଠୀ ବର୍ଷେ ପରେ ମଧ୍ୟ ଏହି ପରିଷଦକୁ ବିଶେଷ ସକ୍ରିୟ କରିପାରିନାହାନ୍ତି । ଶ୍ରୀ ତ୍ରିପାଠୀ ପରିଷଦକୁ ଅକାମୀ କରି ରଖିଥିବାରୁ ବିଜେଡି ମହଲରେ ତୀବ୍ର ଅସନ୍ତୋଷ ମଧ୍ୟ ଲାଗି ରହିଛି ।

ସୂଚନାଯୋଗ୍ୟ, କରୋନାର ସଂକ୍ରମଣ ବଢ଼ୁଥିବାବେଳେ ସରକାରୀ ଖର୍ଚ୍ଚରେ ଏଭଳି ‘ପ୍ଲିଜର ଟ୍ରିପ’କୁ ବାତିଲ ପାଇଁ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story