Advertisment

ଫୁଲୁଛି ବୈତରଣୀ, ମଧ୍ୟମ ଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ। ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ରହିଛି ଏହାର ଜଳସ୍ତର। ତେଣୁ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା। ସେ ଟ୍ୱିଟ୍ କରି ଏହି ସୂଚନା ଦେଇଥିବା ବେଳେ ସୃଷ୍ଟି ହେବାକୁ ଯାଉଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ଭଦ୍ରକ ଓ ଯାଜପୁର […]

ଅଦ୍ୟତନ ହୋଇଛି
ଲଗାଣ ବର୍ଷାକୁ ‘ରାଜ୍ୟ ବିପତ୍ତି’ ଘୋଷଣା କଲେ ସରକାର, ଜିଲ୍ଲାପାଳଙ୍କୁ ରିପୋର୍ଟ ତଲବ

SRC-Pradeep-jena

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାତ୍ୟା ‘ୟାସ୍’ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ। ଆନନ୍ଦପୁର ଓ ଆଖୁଆପଦା ଠାରେ ବିପଦ ସଙ୍କେତ ଉପରେ ରହିଛି ଏହାର ଜଳସ୍ତର। ତେଣୁ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ କୁମାର ଜେନା।

Advertisment

ସେ ଟ୍ୱିଟ୍ କରି ଏହି ସୂଚନା ଦେଇଥିବା ବେଳେ ସୃଷ୍ଟି ହେବାକୁ ଯାଉଥିବା ପରିସ୍ଥିତିର ମୁକାବିଲା କରିବା ପାଇଁ ଭଦ୍ରକ ଓ ଯାଜପୁର ଜିଲ୍ଲାପାଳ ଭଲ ଭାବେ ପ୍ରସ୍ତୁତ ରହିଥିବା କହିଛନ୍ତି। ଏହା ସହିତ ଯେଉଁଠି ଆବଶ୍ୟକ ପଡ଼ୁଛି ସେଠାରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଉଥିବା ଏସ୍‌ଆର୍‌ସି କହିଛନ୍ତି।

Advertisment


ଏହା ପୂର୍ବରୁ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ବାତ୍ୟା ପରେ ବିଭିନ୍ନ ନଦୀର ଜଳସ୍ତର ସଂପର୍କରେ ସୂଚନା ଦେଇଥିଲେ। ସେ ମଧ୍ୟ କହିଥିଲେ ଯେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବୈତରଣୀ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁରରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ଏବେ ଏଠାରେ ଏହା ଉପରେ ଜଳ ପ୍ରବାହିତ ହେଉଛି। ଉପରମୁଣ୍ଡରୁ ପାଣି ଆସିଲେ ଏଠାରେ ୪୦.୮୫ ମିଟରରେ ଜଳ ପ୍ରବାହିତ ହେବ। ସେହିପରି ଆଖୁଆପଦା ଠାରେ ବି ଜଳସ୍ତର ବଢ଼ିବାର ସମ୍ଭାବନା ରହିଛି ବୋଲି ସେ କହିଥିଲେ।

ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ମୟୁରଭଞ୍ଜ ଜିଲ୍ଲାରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି। ସେହିପରି ସାଳନ୍ଦୀ ନଦୀରେ ବି ଜଳସ୍ତର କମିଛି। ସମୁଦ୍ରର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଅନେକ ଲୁଣା ବନ୍ଧ କ୍ଷତିଗ୍ରସ୍ତ ହୋଇଛି। ବିଶେଷ କରି କେନ୍ଦ୍ରାପଡ଼ା ଓ ବାଲିଆପାଳ ଭଳି ସ୍ଥାନରେ ଲୁଣାବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି ବୋଲି ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ରଥ କହିଛନ୍ତି। ତେବେ କେତେ କ୍ଷତି ଘଟିଛି, ତା’ର ଆକଳନ କରାଯିବ ବୋଲି ସେ କହିଛନ୍ତି।

Cyclone Yaas Flood In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe