Advertisment

ଗାଡ଼ି ଚାଳକ ଆଶ୍ୱସ୍ତ, ପୁଣି ବଢ଼ିଲା ନମ୍ୱର ପ୍ଲେଟ୍‌ ଅବଧି

କଟକ(ଓଡ଼ିଶା ରିପୋର୍ଟର): ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି […]

author-image
Niharika Rout
ଅଦ୍ୟତନ ହୋଇଛି
ଗାଡ଼ି ଚାଳକ ଆଶ୍ୱସ୍ତ, ପୁଣି ବଢ଼ିଲା ନମ୍ୱର ପ୍ଲେଟ୍‌ ଅବଧି

Old-number

କଟକ(ଓଡ଼ିଶା ରିପୋର୍ଟର): ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ । ଯେଉଁ ସବୁ ଗାଡ଼ିର ନମ୍ୱର ପ୍ଲେଟ୍‌ର ଶେଷ ଅଙ୍କ ୧, ୨, ୩, ୪ ରହିଛି, ଉକ୍ତ ଗାଡ଼ିଗୁଡ଼ିକର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବା ଅବଧିକୁ ପୁଣି ମାସେ ବଢ଼ାଇ ଦେଇଛନ୍ତି ରାଜ୍ୟ ସରକାର।

Advertisment

ଅର୍ଥାତ ଡିସେମ୍ବର ୩୧ ଯାଏଁ ସମୟସୀମା ବୃଦ୍ଧି ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର । ଏହି ସମୟସୀମା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ପାଇଁ ବୁକିଂ ହୋଇଥିଲା କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ବି ଉଲ୍ଲେଖ କରିଛନ୍ତି ରାଜ୍ୟ ସରକାର ।

କୌଣସି ପ୍ରାକ୍‌ ପ୍ରସ୍ତୁତି  ନ କରି ରାଜ୍ୟ ସରକାର ତରବରିଆ ଭାବେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌(HSRP) ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କୁହାଯାଇଥିଲା। ଏପରିକି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ନମ୍ବର ପ୍ଲେଟ ନ ଲଗାଇଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ ବୋଲି ବି ଚେତାବନି ଦେଇଥିଲେ ରାଜ୍ୟ ସରକାର ।

Advertisment

ଏହାପରେ ଛାନିଆ ହୋଇ ପଡ଼ିଥିବା ନିରୀହ ଲୋକେ ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଲୋକମାନେ ନାକେଦମ୍‌ ହେଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ।

ସେପ୍ଟେମ୍ବର ୩୦ରେ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ପ୍ରଥମେ ୧, ୨, ୩, ୪ ନମ୍ବର ବିଶିଷ୍ଟ ଗାଡ଼ିର ସମୟ ସୀମାକୁ  ଅକ୍ଟୋବର ୩୦ ପର୍ଯ୍ୟନ୍ତ ପରେ ନଭେମ୍ବର ୩୦ ଓ ଏବେ ଡିସେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଅନ୍ୟ ନମ୍ବର ବିଶିଷ୍ଟ ଗାଡ଼ିର ଅବଧି ବି ଆପେଆପେ ବଢ଼ିଯିବ ବୋଲି ଜଣାଯାଇଛି। ଏହାକୁ ନେଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଛନ୍ତି।