ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା: ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(ଓଡ଼ିଶା ରିପୋର୍ଟର): ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି। ବିଶେଷ କରି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂର ସ୍ଥିତି, ଭିତ୍ତିଭୂମି ଓ ନମ୍ବର ପ୍ଲେଟ ଭାଙ୍ଗିଗଲେ କିମ୍ବା ନଷ୍ଟ ହେଲେ ଜୋରିମାନାର ପ୍ରାବଧାନ କ’ଣ ରହିବ, […]

Hemanta

Hemanta

Hemant Lenka
  • Published: Wednesday, 26 October 2022
  • Updated: 26 October 2022, 06:50 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): ହାଇସିକ୍ୟୁଟି ନମ୍ବର ପ୍ଲେଟ ମାମଲାରେ ଆଜି ରାଜ୍ୟ ପରିବହନ ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଲୋକଙ୍କୁ ସହଜରେ ନମ୍ବର ପ୍ଲେଟ ଯୋଗାଇ ଦେବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ସେ ବାବଦରେ ବିସ୍ତୃତ ତଥ୍ୟ ସତ୍ୟପାଠ ଜରିଆରେ ଦାଖଲ କରିବାକୁ କୋର୍ଟ କହିଛନ୍ତି। ବିଶେଷ କରି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂର ସ୍ଥିତି, ଭିତ୍ତିଭୂମି ଓ ନମ୍ବର ପ୍ଲେଟ ଭାଙ୍ଗିଗଲେ କିମ୍ବା ନଷ୍ଟ ହେଲେ ଜୋରିମାନାର ପ୍ରାବଧାନ କ’ଣ ରହିବ, ସେବାବଦରେ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ସେତିକି ନୁହଁ HSRP ନିୟମ ଉଲ୍ଲଘନ ହେଲେ କ’ଣ ଜୋରିମାନା ବ୍ୟବସ୍ଥା ରହିଛି ସେନେଇ ସତ୍ୟପାଠ ରେ ଉଲ୍ଲେଖ କରିବାକୁ କୋର୍ଟ କହିଛନ୍ତି। ବିନା ଭିତ୍ତିଭୂମିରେ HSRP ନିୟମ ଲାଗୁ କରିବାକୁ ବିରୋଧ କରି ଦୁଇ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣିରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ବୋଲି କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସ୍ଲଟ ବୁକିଂ କରିବା ପରେ ଲୋକମାନେ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡିସେମ୍ବର ମାସ ଯାଏ ସ୍ଲଟ ନଥିବା ବେଳେ ଭିତ୍ତିଭୂମିର ମଧ୍ୟ ଅଭାବ ଦେଖାଯାଇଛି। ନମ୍ବର ଲଗାଇବାକୁ ଘଣ୍ଟା ଘଣ୍ଟା ଧରି ଲୋକମାନେ ବିଭିନ୍ନ ଶୋ’ ରୁମ ବାହାରେ ଅପେକ୍ଷା କରୁଛନ୍ତି। ଏହି ସବୁ ସମସ୍ୟାର ସମାଧାନ ପାଇଁ କିଛି ଲୋକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ପୂର୍ବ ଶୁଶାଣିରେ ହାଇକୋର୍ଟ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ଅକ୍ଟୋବର ୩୧ରୁ ପୁଣି ଚେକିଂ ଆରମ୍ଭ ହେଉଥିବାରୁ ସ୍ଥିତିବସ୍ଥା ଜାଣିବାକୁ ଚାହିଁଛନ୍ତି ହାଇକୋର୍ଟ।

ଆଜିର ଶୁଶାଣି ସମ୍ପର୍କରେ ଆବେଦନକାରୀ ଓକିଲ କାଜଲ ସାହୁ କହିଛନ୍ତି, ଶେଷଥର ଶୁଣାଣି ବେଳେ ରାଜ୍ୟ ପରିବହନ ବିଭାଗ ୩୧ ତାରିଖ ଯାଏ ଚେକିଂ ବନ୍ଦ କରିବାକୁ କହିଥିଲେ। କୋର୍ଟ ଆଜି ଶୁଣାଣି ବେଳେ ସ୍ଥିତାବସ୍ଥା ଜାଣିବାକୁ ଚାହିଁଥିଲେ। ଆଜି କେବଳ ମୌଖିକ ଭାବେ ପରିବହନ ବିଭାଗ ବିଭିନ୍ନ ପଦକ୍ଷେପ ସମ୍ପର୍କରେ କୋର୍ଟଙ୍କୁ ଜଣାଇଥିଲେ।

ହେଲେ ଲିଖିତ ଭାବେ କିଛି ବି କହି ନଥିଲେ। ଏହାପରେ କୋର୍ଟ ସ୍ଲଟ କେତେ ଅଛି ଓ ଟେକ୍ନିକାଲ ସମସ୍ୟା କ’ଣ ରହୁଛି, ସେକଥା ଜାଣିବାକୁ ଚାହିଁଥିଲେ। ଆମେ ଡିସେମ୍ବର ମାସ ଯାଏ ସ୍ଲଟ ନଥିବା ଓ ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ପ୍ରକାଶ ପାଇଥିବା ଗୋଟିଏ ନ୍ୟୁଜି ଆର୍ଟିକିଲ କୋର୍ଟଙ୍କୁ ଦେଖାଇଥିଲୁ।

ଏଥିସହ ନମ୍ବର ପ୍ଲେଟ ଡ୍ୟାମେଜ ହେଲେ, କ’ଣ ଗାଇଡଲାଇନ ଓ ଜୋରିମାନା ବ୍ୟବସ୍ଥା କେମିତି ହେବ ସେକଥା କେନ୍ଦ୍ରର ବିଜ୍ଞପ୍ତିରେ ରହିଛି। ହେଲେ ରାଜ୍ୟ ସରକାର ଜାରି କରିଥିବା ବିଜ୍ଞପ୍ତିରେ ସେ ବିଷୟରେ କିଛି ବି ଉଲ୍ଲେଖ ନାହିଁ। ସେ ବିଷୟରେ ଆମେ ହାଇକୋର୍ଟଙ୍କୁ ଜଣାଇଛୁ।

ଏହାକୁ ଜାଣିବା ପରେ କୋର୍ଟ ରାଜ୍ୟ ପରିବହନ ବିଭାଗ ନେଇଥିବା ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଜରିଆରେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୧ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୁହାଯାଇଛି। ସତ୍ୟାପଠରେ କେତେ ସ୍ଲଟ ଉପଲବ୍ଧ ରହିଛି ଓ ଜୋରିମାନାର ପ୍ରାବଧାନ କ’ଣ ରହିବ, ସେ ବିଷୟରେ ସରକାର ଜଣାଇବେ ବୋଲି ଆଇନଜୀବୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୩୦ରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିଲା, ସେମାନଙ୍କ ଡେଡ୍‌ଲାଇନ୍ ସେପ୍ଟେମ୍ବର ୩୦ରେ ସରୁଥିଲା। ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଅକ୍ଟୋବର ପହିଲାରୁ ସେମାନଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥା’ନ୍ତା। ତେବେ ହାଇକୋର୍ଟଙ୍କ ତାଗିଦ ପରେ ସରକାର ଯେଉଁମାନଙ୍କ ଗାଡ଼ିର ନମ୍ବରର ଶେଷ ଅଙ୍କ ୧,୨,୩ ଓ ୪ ଥିବ ସେମାନଙ୍କ ପାଇଁ ହାଇସିକ୍ୟୁରିଟି ପ୍ଲେଟ୍ ଲଗାଇବାର ସମୟସୀମା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇ ଥିଲେ।

ସେହିପରି ଯେଉଁମାନଙ୍କ ଗାଡ଼ି ନମ୍ବରର ଶେଷ ଅଙ୍କ ୫ ଓ ୬ ରହିଛି, ସେମାନଙ୍କ ପାଇଁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ସମୟସୀମା ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶେଷ ଅଙ୍କ ୭ ଓ ୮ ଥିବା ଗାଡ଼ିଗୁଡ଼ିକରେ ପ୍ଲେଟ୍ ଲଗାଇବା ପାଇଁ ଶେଷ ତାରିଖ ଡିସେମ୍ବର ୩୧ ରଖାଯାଇଛି। ଯେଉଁ ଗାଡ଼ି ଗୁଡ଼ିକର ନମ୍ବରର ଶେଷ ଅଙ୍କ ୯ ଓ ୦ ଥିବ, ସେଗୁଡ଼ିକରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ପାଇଁ ସମୟସୀମାକୁ ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story