ସନ୍ଦେହରେ ସରକାରଙ୍କ କୋଭିଡ୍ ଖର୍ଚ୍ଚ: ଆଖି ଖୋସି ହେଲାଭଳି ବିଲ୍ ଦେଇଛନ୍ତି ଘରୋଇ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ରୋଗୀଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇବାର ଶ୍ରେୟ ନେଇଥିବା ବିଜେଡି ସରକାର କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ମୋଟ ପ୍ରାୟ ୯୧୫କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ତେବେ ଘରୋଇ ହସ୍ପିଟାଲଗୁଡ଼ିକୁ ଯେଉଁ ହାରରେ ସରକାର ଚିକିତ୍ସା ବିଲ୍ ପୈଠ କରିଛନ୍ତି ତାହା ସରକାରଙ୍କ କୋଭିଡ୍ ଖର୍ଚ୍ଚକୁ ସନ୍ଦେହଘେର ଭିତରକୁ ଟାଣି ଦେଇଛି । କୋଭିଡ୍ ଚିକିତ୍ସା ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ଉନ୍ନତମାନ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ […]

covid-care-centre

covid-care-centre

Ordigital Desk
  • Published: Wednesday, 08 December 2021
  • Updated: 08 December 2021, 09:53 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ରୋଗୀଙ୍କୁ ମାଗଣା ଚିକିତ୍ସା ସହାୟତା ଯୋଗାଇବାର ଶ୍ରେୟ ନେଇଥିବା ବିଜେଡି ସରକାର କରୋନାର ପ୍ରଥମ ଓ ଦ୍ୱିତୀୟ ଲହରୀରେ ମୋଟ ପ୍ରାୟ ୯୧୫କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ତେବେ ଘରୋଇ ହସ୍ପିଟାଲଗୁଡ଼ିକୁ ଯେଉଁ ହାରରେ ସରକାର ଚିକିତ୍ସା ବିଲ୍ ପୈଠ କରିଛନ୍ତି ତାହା ସରକାରଙ୍କ କୋଭିଡ୍ ଖର୍ଚ୍ଚକୁ ସନ୍ଦେହଘେର ଭିତରକୁ ଟାଣି ଦେଇଛି । କୋଭିଡ୍ ଚିକିତ୍ସା ପାଇଁ ରାଜଧାନୀ ଭୁବନେଶ୍ୱର ଓ କଟକରେ ଉନ୍ନତମାନ ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଚିକିତ୍ସା ଉପକରଣ ଥିଲାବେଳେ ସେମାନଙ୍କ ତୁଳନାରେ ରାଜ୍ୟର ଅନ୍ୟ ଭାଗରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ ଯେଉଁ ପରିମାଣର ବିଲ୍ ପୈଠ ହୋଇଛି ତାହା ସାଧାରଣରେ ସନ୍ଦେହର କାରଣ ପାଲଟିଛି ।

ବିଧାନସଭାରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କରୋନା ସଂକ୍ରମଣର ପ୍ରଥମ ଓ ଦ୍ୱିତୀୟ ଲହରରେ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକରେ ଚିକିତ୍ସିତ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଓ ସେମାନଙ୍କ ବାବଦରେ ୨୦୨୧ ଅକ୍ଟୋବର ମାସ ସୁଦ୍ଧା ଖର୍ଚ୍ଚ ହୋଇଥିବା ହସ୍ପିଟାଲୱାରି ବିଲ୍ ପ୍ରଦାନ କରିଛନ୍ତି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ଚିକିତ୍ସା ବିଲ୍ ହିଁ ସନ୍ଦେହର କାରଣ ପାଲଟିଛି । କରୋନା ରୋଗୀଙ୍କ ଚିକିତ୍ସା ବାବଦରେ ମୋଟ ୯୧୪.୪୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସେଥିରେ ୯୧୨୦ଜଣ ରୋଗୀଙ୍କ ଚିକିତ୍ସା ବାବଦରେ ସର୍ବାଧିକ ୧୧୩.୭୦କୋଟି ଟଙ୍କା ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲକୁ ଦିଆଯାଇଛି ।

ସେହିପରି ଭୁବନେଶ୍ୱରସ୍ଥିତ କିମସ କୋଭିଡ୍ ହସ୍ପିଟାଲକୁ ୬୦୦୩ଜଣ ରୋଗୀଙ୍କ ଚିକିତ୍ସା ବାବଦରେ ୫୮.୯୯କୋଟି ଟଙ୍କା ଦିଆଯାଇଥିବାବେଳେ ଭୁବନେଶ୍ୱରସ୍ଥିତ ଆଦିତ୍ୟଅଶ୍ୱିନୀ ହସ୍ପିଟାଲ, କାନୁନଗୋ ଡାଇବେଟିକ ଇନଷ୍ଟିଚ୍ୟୁଟ୍ ,ବ୍ଲୁହ୍ୱିଲ୍ ହସ୍ପିଟାଲ, ହାଇଟେକ୍ ମେଡିକାଲ କଲେଜ, ସ୍ପର୍ଶ ହସ୍ପିଟାଲ, ସଞ୍ଜିବନୀ ମେଡିକେୟାର ହସ୍ପିଟାଲକୁ ମିଳିତ ଭାବେ ୧.୧୮ଲକ୍ଷ ରୋଗୀଙ୍କ ଚିକିତ୍ସା ପାଇଁ ୧୪୨.୬୨ କୋଟି ଟଙ୍କା ଚିକିତ୍ସା ଖର୍ଚ୍ଚ ପ୍ରଦାନ କରାଯାଇଛି। ଅବଶ୍ୟ ବଲାଙ୍ଗିର କିମସ କ୍ୟାମ୍ପସକୁ ୧୬.୩୯କୋଟି ଟଙ୍କା ଓ ମୟୂରଭଞ୍ଜର କିମସ କ୍ୟାମ୍ପସକୁ ୨୬.୭୧କୋଟି ଟଙ୍କା ଚିକିତ୍ସା ଖର୍ଚ୍ଚ ଦିଆଯାଇଛି।

ତେବେ ଆଶ୍ଚର୍ଯ୍ୟଜନକ ଭାବେ ସୁନ୍ଦରଗଡ଼ର ଜୟପ୍ରକାଶ ହସ୍ପିଟାଲରେ ମାତ୍ର ୧୪୯୦ଜଣ ରୋଗୀଙ୍କ ଚିକିତ୍ସା ନିମନ୍ତେ ୭୭କୋଟି ୩୨ଲକ୍ଷ ୬୪ହଜାର ଟଙ୍କାର ବିଲ୍ ପୈଠ କରାଯାଇଛି । ସେହିପରି ସୁନ୍ଦରଗଡ଼ର ଶାନ୍ତି ମେମୋରିଆଲ ହସ୍ପିଟାଲରେ ୧୪୧୭ଜଣଙ୍କ ଚିକିତ୍ସାରେ ୧୪.୪୦କୋଟି, ସୁନ୍ଦରଗଡ଼ର ଏନଟିପିସି ମେଡିକାଲ କଲେଜରେ ୪୧୮୦ଜଣଙ୍କ ଚିକିତ୍ସାରେ ୧୦.୨୪କୋଟି ଟଙ୍କାର ଚିକିତ୍ସା ବିଲ୍ ଆସିଛି। ଏସବୁ ଘରୋଇ ମେଡିକାଲ ସଂସ୍ଥାଠୁ ଗଞ୍ଜାମରେ ଥିବା ୨ଟି ହସ୍ପିଟାଲର ଖର୍ଚ୍ଚ ବି ଭ୍ରୁକୁଂଚନ ସୃଷ୍ଟି କରିଛି।

ଗଞ୍ଜାମରେ ଥିବା ଅମିତ୍ ଅଶ୍ୱିନୀ କୋଭିଡ୍ ହସ୍ପିଟାଲରେ ୧୩୨୭ଜଣ ରୋଗୀଙ୍କ ଚିକିତ୍ସା ବାବଦରେ ୨୦.୬୬କୋଟି ଟଙ୍କା, ଟାଟା ମେଡିକାଲ ହସ୍ପିଟାଲରେ ୨୫୩୭ଜଣଙ୍କ ଚିକିତ୍ସାରେ ୧୯.୦୬କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ବରଗଡ଼ର ବିକାଶ ମଲଟି ସ୍ପେଶାଲିଷ୍ଟ ହସ୍ପିଟାଲରେ ମାତ୍ର ୧୭୭୭ଜଣ ରୋଗୀଙ୍କ ବାବଦରେ ୧୬.୬୬କୋଟି ଟଙ୍କା ଚିକିତ୍ସା ବିଲ୍ ସରକାର ଦେଇଛନ୍ତି। କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ୬୬୨୦୮ଜଣ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ବାବଦରେ ମୋଟ ୬.୫୬କୋଟି ଟଙ୍କା ବିଲ୍ ଆସିଥିବାବେଳେ କଟକର ଅଶ୍ୱିନୀ ହସ୍ପିଟାଲରେ ୧୦୮୨ଜଣଙ୍କ ଚିକିତ୍ସା ଖର୍ଚ୍ଚ ୧୫.୦୪କୋଟି ଟଙ୍କା, ସୃଷ୍ଟି ହସ୍ପିଟାଲରେ ୮୨୫ଜଣଙ୍କ ଚିକିତ୍ସା ବାବଦରେ ୧୩.୬୭କୋଟି ଟଙ୍‌କା, ସାଉଥପଏଣ୍ଟ ହସ୍ପିଟାଲରେ ୧୦୭୬ଜଣଙ୍କ ପାଇଁ ୧.୪୩କୋଟି ଟଙ୍କା, ୟୁନିକ୍ ହସ୍ପିଟାଲରେ ୨୧୦ଜଣଙ୍କ ନିମନ୍ତେ ୩.୬୮କୋଟି ଟଙ୍କାର ବିଲ୍ ଆସିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ତାଙ୍କ ଲିଖିତ ଉତ୍ତରରେ ଦର୍ଶାଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, କରୋନା ମହାମାରୀ ଚିକିତ୍ସା ଆଳରେ ଘରୋଇ ମେଡିକାଲଗୁଡ଼ିକ ଯେଉଁ ପରିମାଣର ବିଲ୍ ଦେଇଛନ୍ତି ତାକୁ ପୈଠ କଲାବେଳେ ସରକାର କ’ଣ ସେମାନଙ୍କ ପାଖରେ ଉପଲବ୍ଧ ଭିତ୍ତିଭୂମି ଓ ସେଠାରେ ରୋଗୀଙ୍କୁ ମିଳୁଥିବା ଚିକିତ୍ସାର ମାନ ପ୍ରତି ଦୃଷ୍ଟି ଦେଇଛନ୍ତି କି ? ନା ସଲାସୁତରାରେ ଏହି ବିଲ୍‌ରେ ପିସି କାରବାର ହୋଇଛି ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।

ସେହିପରି ଅନ୍ୟ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ୧.୭୧କୋଟି ଟ୍ରିପଲ ଲେୟାର ମାସ୍କ ବାବଦରେ ୧.୯୫କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ମୋଟ ୧୩.୮୫କୋଟି ଟଙ୍କା ସାନିଟାଇଜର, ମାସ୍କ, ପିପିଇ କିଟ୍‌, ଗ୍ଲୋଭସ, ଫେସସିଲଡ୍ ଆଦି ପାଇଁ ଖର୍ଚ୍ଚ ହୋଇଛି। ତେବେ ୧୧.୪୬ଲକ୍ଷ ଏନ୯୫ ମାସ୍କ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହାର ଉତ୍ତର ମନ୍ତ୍ରୀ ଦେଇନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story