ପଞ୍ଚାୟତ ଅଫିସ୍‌ ପାଲଟିଲା ରଣକ୍ଷେତ୍ର, ଭାଙ୍ଗିଲା ଫାଣ୍ଡି ଅଧିକାରୀଙ୍କ ହାତ

କେନ୍ଦୁଝର (ପ୍ରଣୟ କୁମାର ପାଣି): ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର। ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁମୁହିଁ। ଆକ୍ରମଣ ଓ ପ୍ରତିଆକ୍ରମଣରେ ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଦୁଇ ପୁଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ଘଟିଛି। ସାହାରପଡା ବ୍ଲକ୍‌ ରାଇଡିହା ପଞ୍ଚାୟତରେ ଆଜି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହୋଇଥିଲା। ନିର୍ବାଚନ ପୂର୍ବରୁ ପୂର୍ବତନ ନାଏବ ସରପଞ୍ଚ ତଥା ବର୍ତ୍ତମାନର ୭ […]

Keonjhar

Manoranjan Sial
  • Published: Friday, 11 March 2022
  • , Updated: 11 March 2022, 05:51 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): ପଞ୍ଚାୟତ କାର୍ଯ୍ୟାଳୟ ପାଲଟିଲା ରଣକ୍ଷେତ୍ର। ଦୁଇ ଗୋଷ୍ଠୀ ହୋଇଛନ୍ତି ମୁହାଁମୁହିଁ। ଆକ୍ରମଣ ଓ ପ୍ରତିଆକ୍ରମଣରେ ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗିଥିବା ବେଳେ ଅନ୍ୟ ଦୁଇ ପୁଲିସ୍‌ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଏପରି ଘଟଣା କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍‌ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ଘଟିଛି।

ସାହାରପଡା ବ୍ଲକ୍‌ ରାଇଡିହା ପଞ୍ଚାୟତରେ ଆଜି ନାଏବ ସରପଞ୍ଚ ପାଇଁ ନିର୍ବାଚନ ହୋଇଥିଲା। ନିର୍ବାଚନ ପୂର୍ବରୁ ପୂର୍ବତନ ନାଏବ ସରପଞ୍ଚ ତଥା ବର୍ତ୍ତମାନର ୭ ନମ୍ବର ୱାର୍ଡ ମେମ୍ବର ଆଉଥରେ ନାଏବ ସରପଞ୍ଚ ପାଇଁ ନାମାଙ୍କନପତ୍ର ଦାଖଲ କରୁଥିଲେ। ଠିକ୍‌ ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ବିରୋଧ କରିଥିଲେ। ଯାହାଫଳରେ ଉଭୟ ଗୋଷ୍ଠୀ ମଧ୍ୟ ସଂଘର୍ଷ ହୋଇଥିଲା।

ଶୃଙ୍ଖଳା ରକ୍ଷା କରିବାକୁ ସହାରପଡା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ଆସିଥିଲେ। ହେଲେ ସେ ଗୋଟିଏ ଗୋଷ୍ଠୀର ମହିଳାଙ୍କ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣରେ ଫାଣ୍ଡି ଅଧିକାରୀଙ୍କ ହାତ ଭାଙ୍ଗି ଯାଇଥିବା ବେଳେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରିସ୍ଥିତି ଅଣାୟତ ହେଉଥିବା ଦେଖି ପାଟଣା ଥାନା ଅଧିକାରୀ ରାଜେନ୍ଦ୍ର ସ୍ୱାଇଁ ଓ ଘଟଗାଁ ଏସ୍‌ଡିପିଓ ଏକ ପ୍ଲାଟୁନ୍‌ ଫୋର୍ସ ଧରି ପଞ୍ଚାୟତରେ ପହଞ୍ଚି ଥିଲେ। ଗଣ୍ଡଗୋଳ ମାମଲାରେ ପୁଲିସ ୧୩ ଜଣକୁ ଅଟକ ରଖି ପଚରା ଉଚୁରା କରୁଛି।

Related story