Advertisment

ଶିକ୍ଷାନୁଷ୍ଠାନ ଖୋଲିବାକୁ ସବୁଜ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଅଗ୍ରାଧିକାର ଭିତ୍ତିରେ ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖୋଲିବ କ୍ୟାମ୍ପସ୍ । ଅନ୍‌ଲାଇନ୍ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚି ପାରୁନଥିବାବେଳେ ରାଜ୍ୟରେ କରୋନା ମିଟର ଧୀରେ ଧୀରେ ଖସିବାରେ ଲାଗିଛି। ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପର୍ଯ୍ୟାୟ କ୍ରମେ କ୍ୟାମ୍ପସ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ନିଷ୍ପତ୍ତି ବିଦ୍ୟାଳୟ ଓ ଗଣଶିକ୍ଷା […]

author-image
Tapas Behera
ଅଦ୍ୟତନ ହୋଇଛି
ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କଲା ଅଭିଭାବକ ମହାସଂଘ

school

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷାନୁଷ୍ଠାନ ଖୋଲିବାକୁ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଅଗ୍ରାଧିକାର ଭିତ୍ତିରେ ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଖୋଲିବ କ୍ୟାମ୍ପସ୍ । ଅନ୍‌ଲାଇନ୍ ଶିକ୍ଷା ସମସ୍ତଙ୍କ ପାଖରେ ପହଞ୍ଚି ପାରୁନଥିବାବେଳେ ରାଜ୍ୟରେ କରୋନା ମିଟର ଧୀରେ ଧୀରେ ଖସିବାରେ ଲାଗିଛି। ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ପର୍ଯ୍ୟାୟ କ୍ରମେ କ୍ୟାମ୍ପସ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ନବମରୁ ଦ୍ୱାଦଶ ଶ୍ରେଣୀ ଲାଗି ସ୍କୁଲ୍ ଖୋଲିବା ନିଷ୍ପତ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଉପରେ ଛାଡିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ଏହାପରେ ଗଣଶିକ୍ଷା ବିଭାଗ ପକ୍ଷରୁ ଦେଖାଦେଇଛି ତତ୍ପରତା।  କ୍ଲାସ୍ ରୁମ୍, ଲାବରୋଟାରୀ, ଶୌଚାଳୟକୁ ବିଶୋଧନ କରି ପାନୀୟ ଜଳ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ ସବୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ନିର୍ଦ୍ଦେଶ ହୋଇଛି ।

Advertisment

ଆଉ ନିର୍ଦ୍ଦେଶ ପାଇବା ପରେ କଲେଜଗୁଡ଼ିକରେ ଆରମ୍ଭ ହୋଇଛି ବିଶୋଧନ କାମ । କ୍ଲାସ୍ ରୁମ୍‌ରେ ବିଶୋଧକ ସିଞ୍ଚନ କରାଯାଉଛି । ବେଞ୍ଚ ଡେସ୍କକୁ ବି ସଫା କରି ରଖାଯାଉଛି । ସେପଟେ ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏସ୍ଆରସିଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଜ୍ଞାନ ଓ ବୈଷୟିକ ଶିକ୍ଷା ବିଭାଗ ପିଏଚ୍‌ଡି, ଏମ୍ଫିଲ୍ ଓ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଗବେଷଣାଗାର ଖୋଲିବାକୁ ବିଶ୍ୱବିଦ୍ୟାଳୟଗୁଡିକୁ ଅନୁମତି ଦେଇଛନ୍ତି।

ବର୍ତ୍ତମାନ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଶିକ୍ଷା ମିଳୁଛି । ହେଲେ ଅନ୍ ଲାଇନ୍ ଶିକ୍ଷା ଦ୍ୱାରା ସନ୍ଦେହ ଦୂର ହେଉନି । ତେଣୁ ବୋର୍ଡ ପରୀକ୍ଷା ପୂର୍ବରୁ କ୍ଲାସ୍ ରୁମ୍ ଟିଚିଂର ଯଥେଷ୍ଟ ଆବଶ୍ୟକତା ଥିବା ଛାତ୍ରଛାତ୍ରୀ କହିଛନ୍ତି ।

Advertisment

ଆଗକୁ ପଢନ୍ତୁ : ହୋଟେଲ୍ ରୁମ୍‌ରୁ ମିଳିଲା କୋଭିଡ ଡାକ୍ତରଙ୍କ ମୃତଦେହ

COVID Guideline