ଚୋରି କରିବାକୁ ଆସି ଯୁବତୀଙ୍କୁ ଜବରଦସ୍ତ ଫିନାଇଲ ପିଆଇଲେ

Ordigital Desk
  • Published: Saturday, 16 December 2017
  • , Updated: 16 December 2017, 02:30 PM IST
<p>ରାୟଗଡ଼ା: ଘରୁ ଚୋରି କରିବାକୁ ଆସି ଦୁର୍ବୃତ୍ତମାନେ ଯୁବତୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ରାୟଗଡ଼ା ଜିଲ୍ଲା ଗୁଣୁପୁରର ନୀଳାଦ୍ରିବିହାର ଲେନ୍-୪ରେ ଏଭଳି ଘଟଣା ଘଟିଛି।&nbsp; ଦୁର୍ବୃତ୍ତଙ୍କ ଆକ୍ରମଣରେ ଲେନ୍-୪ରେ ରହୁଥିବା ବିଜୟ ପଣ୍ଡାଙ୍କ ଝିଅ ନଳିନୀ ଗୁରୁତର ହୋଇଛନ୍ତି।</p> <p>ଆଜି ସକାଳେ ଘରେ ନଳିନୀ ଏକା ଥିବାବେଳେ ଦୁର୍ବୃତ୍ତମାନେ ଘର ଭିତରକୁ ପଶି ଆସିଥିଲେ। ଘରେ କେହି ନ ଥିଲାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ମାରଣାସ୍ତ୍ରରେ ନଳିନୀଙ୍କୁ ଆକ୍ରମଣ କରିବା ସହ ଫିନାଇଲ୍ ପିଆଇ ଦେଇଥିବା ଅଭିଯୋଗ ହୋଇଛି।&nbsp; ଯୁବତୀଙ୍କୁ ସଜ୍ଞାହୀନ ଅବସ୍ଥାରେ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।</p> <p>ଯୁବତୀଙ୍କ ମାମୁଁ କହିଛନ୍ତି,-&ldquo;ଝିଅ ଘରେ ଏକୁଟିଆ ଥିବାବେଳେ ବାଡ଼ିପଛ ପଟ ଦ୍ୱାର ଦେଇ ଦୁର୍ବୃତ୍ତମାନେ ଘରେ ପଶିଥିଲେ। ଘରେ ଚୋରି କରିବାକୁ ଉଦ୍ୟମ କରିଥିଲେ।&nbsp; ଝିଅ ସେମାନଙ୍କୁ ବାଧା ଦେବାରୁ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ଓ ତାକୁ ଫିନାଇଲ ପିଆଇ ଦେଇଥିଲେ।&rdquo;</p> <p>&amp;nbsp;</p>

Related story