ଲକ୍ଷାଧିକ ଟଙ୍କାର ଗୁଟ୍‌ଖା ଜବତ

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୨୦୦ ବସ୍ତା ଗୁଟଖା ଜବତ। ବ୍ରହ୍ମପୁର ସହର ଉପକଣ୍ଠ ଗୁରୁଣ୍ଠି ଗାଁରେ ଚାଲିଥିବା କମ୍ପାନୀରୁ ଜବତ ହୋଇଛି ଏହି ୨ ଶହ ବସ୍ତା ଗୁଟଖା। ଜବତ ହୋଇଥିବା ଗୁଟଖାର ଓଜନ ଦୁଇ କ୍ୱିଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଗୁରୁଣ୍ଠି ଗାଁରେ ବେଆଇନ୍‌ ଭାବେ ଗୁଟ୍‌ଖା କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ […]

ganjam

ganjam

Manoranjan Sial
  • Published: Saturday, 01 August 2020
  • Updated: 01 August 2020, 04:17 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗୋଟିଏ ନୁହେଁ କି ଦୁଇଟି ନୁହେଁ, ୨୦୦ ବସ୍ତା ଗୁଟଖା ଜବତ। ବ୍ରହ୍ମପୁର ସହର ଉପକଣ୍ଠ ଗୁରୁଣ୍ଠି ଗାଁରେ ଚାଲିଥିବା କମ୍ପାନୀରୁ ଜବତ ହୋଇଛି ଏହି ୨ ଶହ ବସ୍ତା ଗୁଟଖା। ଜବତ ହୋଇଥିବା ଗୁଟଖାର ଓଜନ ଦୁଇ କ୍ୱିଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଗୁରୁଣ୍ଠି ଗାଁରେ ବେଆଇନ୍‌ ଭାବେ ଗୁଟ୍‌ଖା କାରଖାନା ଚାଲିଥିଲା। ଏ ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ଉ କରି ଗୁଟ୍‌ଖା ଜବତ କରିଛି। ଏଥିସହିତ ଗୁଟଖା ପ୍ରସ୍ତୁତ କରିବା ସରଞ୍ଜାମକୁ ଜବତ କରାଯାଇଛି। ତେବେ ଘଟଣାସ୍ଥଳରୁ ୩ ଜଣ ଫେରାର ହୋଇଯାଇଛନ୍ତିା ଜବତ ଗୁଟଖା ଓ ସରଞ୍ଜାମର ମୂଲ୍ୟ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଏତେ ସଂଖ୍ୟାରେ ଗୁଟଖା ବେଆଇନ ଭାବେ ପ୍ରସ୍ତୁତ ହେଉଥିବା ବେଳେ ପ୍ରଶାସନ କିପରି ଜାଣିପାରିଲାନି ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos