Advertisment

Molestation: ଛାତ୍ରୀଙ୍କୁ ଅସଦାଚରଣ, ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ଗିରଫ

ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି। ସେ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ପତ୍ନୀ ତଥା ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ଯେ ସେ କିଛି ଜାଣିନାହାନ୍ତି।

author-image
Jitendra Garnayak
Arrest

ଗିରଫ ଅଭିଯୁକ୍ତ

ଜଣେ ୧୦ ବର୍ଷର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ପ୍ରଧାନଶିକ୍ଷୟିତ୍ରୀଙ୍କ ୬୨ ବର୍ଷୀୟ ସ୍ୱାମୀଙ୍କୁ ଗିରଫ କରିଛି ପୁଲିସ। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଞ୍ଚଳରେ।

Advertisment

ଗତକାଲି ବର୍ଷା ହେଉଥିବାରୁ ସିମୁଳିଆ ଥାନା ଅଞ୍ଚଳରେ ଥିବା ଏକ ସରକାରୀ ବିଦ୍ୟାଳୟକୁ ଅଳ୍ପ ପିଲା ଆସିଥିଲେ। ସେମାନଙ୍କ ମଧ୍ୟରେ ଏହି ୧୦ ବର୍ଷର ଛାତ୍ରୀଙ୍କ ମଧ୍ୟ ଥିଲେ। ଛାତ୍ରୀ ଜଣଙ୍କ କୌଣସି କାମରେ ଅଫିସ୍ ରୁମ୍‌କୁ ଯାଇଥିବା ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ତାଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ।

ଝିଅଟି ସ୍କୁଲରୁ ଫେରି ପରିବାର ଲୋକଙ୍କୁ ଅସଦାଚରଣ ବିଷୟରେ କହିଥିଲେ। ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ଆଜି ପୁଣି ସ୍କୁଲକୁ ଆସିଥିଲେ। ଏହା ଜାଣିପାରି ଛାତ୍ରୀଟିର ପରିବାର ଲୋକେ ଓ ଗ୍ରାମବାସୀ ସ୍କୁଲରେ ପହଞ୍ଚିଥିଲେ। ସେମାନେ ଗତକାଲିର ଘଟଣା ବିଷୟରେ ତାଙ୍କୁ ପଚରାଉଚରା କରିଥିଲେ। ତା’ପରେ ତାଙ୍କୁ ଏକ ରୁମ୍‌ରେ ଅଟକ ରଖି ପୁଲିସ ଓ ବିଇଓଙ୍କୁ ଖବର ଦେଇଥିଲେ। ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଗିରଫ କରିଛି। ସେ ଦୋଷ ସ୍ୱୀକାର କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ତାଙ୍କ ପତ୍ନୀ ତଥା ପ୍ରଧାନଶିକ୍ଷୟିତ୍ରୀ କହିଛନ୍ତି ଯେ ସେ କିଛି ଜାଣିନାହାନ୍ତି।  

Advertisment