କାଲି ବି ଜାରି ରହିବ ଗ୍ରୀଷ୍ମ ପ୍ରବାହ, ୨୦ ଓ ୨୧ରେ ବର୍ଷା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ପରି ଆଜି ମଧ୍ୟ ଦିନର ତାପମାତ୍ରା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ। ଆସନ୍ତାକାଲି ମଧ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ଓଡ଼ିଶାବାସୀଙ୍କୁ ନିସ୍ତାର ମିଳିବାର ସମ୍ଭାବନା କମ। ତେବେ ୨୧ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ୨୧ ଓ ୨୨ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

Heat-Wave

Heat-Wave

Manoranjan Sial
  • Published: Thursday, 17 March 2022
  • Updated: 17 March 2022, 06:10 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ପରି ଆଜି ମଧ୍ୟ ଦିନର ତାପମାତ୍ରା ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରିଛି। ଅସମ୍ଭାଳ ତାତିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ। ଆସନ୍ତାକାଲି ମଧ୍ୟ ପ୍ରଚଣ୍ଡ ରୌଦ୍ରତାପରୁ ଓଡ଼ିଶାବାସୀଙ୍କୁ ନିସ୍ତାର ମିଳିବାର ସମ୍ଭାବନା କମ। ତେବେ ୨୧ ତାରିଖ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ। ୨୧ ଓ ୨୨ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ବୁଲେଟିନ ଅନୁସାରେ ଆଜି ସକାଳ ସାଢ଼େ ୮ଟାରୁ ଆସନ୍ତାକାଲି(ଶୁକ୍ରବାର) ସକାଳ ସାଢ଼େ ୮ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, ଅନୁଗୋଳ, ନୟାଗଡ଼ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅବ୍ୟାହତ ରହିବ। ସେଥିପାଇଁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଠିକ୍‌ ସେହିପରି ଶୁକ୍ରବାର ସକାଳ ସାଢ଼େ ୮ଟାରୁ ଶନିବାର ସକାଳ ସାଢ଼େ ୮ଟା ଯାଏ ସମ୍ୱଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଅନୁଗୋଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସ୍ଥିତିକୁ ଦୃଷ୍ଟିରେ ରଖି ଉପରୋକ୍ତ ଜିଲ୍ଲାଗୁଡ଼ିକରେ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗ୍ରୀଷ୍ମ ପ୍ରବାହ ଲାଗି ରହିବାର ଆଶଙ୍କା ଥିବାରୁ ପଦାକୁ ବାହାରୁଥିବା ଶିଶୁ, ବୟସ୍କ ଓ ରୋଗୀଙ୍କୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

https://twitter.com/mcbbsr/status/1504372754362998785?s=20&t=rdlJi778Bs7gmmFvS5yi4Q

ସେପଟେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ପ୍ରବେଶ କରୁଥିବା ଶୁଷ୍କ ବାୟୁ ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ଏହାର ପ୍ରଭାବ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରହିବ। କିନ୍ତୁ ପରବର୍ତ୍ତୀ ସମୟରେ ସମୁଦ୍ର ମଧ୍ୟରୁ ଓଡ଼ିଶାକୁ ଥଣ୍ଡା ପବନ ପ୍ରବାହିତ ହେବାର ସମ୍ଭାବନା ରହିଛି। ଯାହାର ପ୍ରଭାବରେ ତାପମାତ୍ରା କମିବ ଓ ମଧ୍ୟମ ଧରଣର ବର୍ଷା ହେବାର ବି ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।

https://twitter.com/mcbbsr/status/1504367347087290368?s=20&t=rdlJi778Bs7gmmFvS5yi4Q

ଶ୍ରୀ ଦାସ କହିଛନ୍ତି, ୨୦ ତାରିଖ ସକାଳ ସାଢ଼େ ୮ଟାରୁ ୨୧ ତାରିଖ ସକାଳ ସାଢ଼େ ୮ଟା ଯାଏ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବା ରହିଛି। ଠିକ୍‌ ସେମିତି ୨୧ ତାରିଖ ସକାଳ ସାଢ଼େ ୮ଟାରୁ ୨୨ ତାରିଖ ସକାଳ ସାଢ଼େ ୮ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷାର ଆକଳନ କରିଛନ୍ତି ଶ୍ରୀ ଦାସ।

https://youtu.be/GWgBRdbAMJw

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story