ବାତ୍ୟା ଟଳିଲା,ଏବେ ଖାଲି ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ଥିବା ବାତ୍ୟା ‘ଜୱାଦ’ ଆଶଙ୍କା ଟଳିଛି । ବାତ୍ୟା ଏବେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି ଓ ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ସମୟରେ ତାହା ଅବପାତର ରୂପ ନେଇସାରିଥିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ପାଣିପାଗ ବିଭାଗ ଜାରି କରିଥିବା […]

rain

rain

Ordigital Desk
  • Published: Saturday, 04 December 2021
  • Updated: 04 December 2021, 11:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ଉପରେ ଥିବା ବାତ୍ୟା ‘ଜୱାଦ’ ଆଶଙ୍କା ଟଳିଛି । ବାତ୍ୟା ଏବେ ଗଭୀର ଅବପାତର ରୂପ ନେଇ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇଛି ଓ ଆସନ୍ତାକାଲି ମଧ୍ୟାହ୍ନରେ ପୁରୀ ଉପକୂଳ ଛୁଇଁବା ସମୟରେ ତାହା ଅବପାତର ରୂପ ନେଇସାରିଥିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୪ଟି ଜିଲ୍ଲାରେ ପ୍ରବଳ ବର୍ଷାକୁ ପାଣିପାଗ ବିଭାଗ ଜାରି କରିଥିବା ରେଡ୍ ୱାର୍ଣ୍ଣିଂକୁ ହଟାଇ ଦେଇଛି ଓ ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ଜାରି ସର୍ବଶେଷ ସୂଚନା ଅନୁସାରେ, ‘ଜୱାଦ’ ଏବେ ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇସାରିଛି। ତାହା ଏବେ ଗୋପାଳପୁରଠାରୁ ଦକ୍ଷିଣରେ ୨୬୦କିମି, ବିଶାଖାପାଟଣାର ପୂର୍ବ-ଦକ୍ଷିଣ ପୂର୍ବରେ ୧୮୦କିମି ଓ ପୁରୀର ଦକ୍ଷିଣ ଓ ଦକ୍ଷିଣପଶ୍ଚିମ ଦିଗରେ ୩୩୦କିମି ଦୂରରେ ଅବସ୍ଥିତ ଅଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହୋଇ ଆସନ୍ତାକାଲି ସକାଳେ ଅବପାତର ରୂପ ନେବ । ଯାହା ପୁରୀ ଉପକୂଳ ନିକଟରେ ଆସନ୍ତାକାଲି ମଧ୍ୟାହ୍ନରେ ପହଂଚି ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଉପକୂଳରେ ପ୍ରବେଶ କରିବ ଓ ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ଏହା ୱେଲ ମାର୍କ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବ ।

ପାଣିପାଗ ବିଭାଗର ସର୍ବଶେଷ ସୂଚନା ଅନୁସାରେ, ବାତ୍ୟା ଆଶଙ୍କା ଟଳିଥିବାବେଳେ ଆସନ୍ତାକାଲି ୫ତାରିଖରେ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କଟକ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏ ଅବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେବଳ ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୬ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କେନ୍ଦୁଝର, ଅନୁଗୁଳ,ଢେଙ୍କାନାଳ, କଟକ, ଯାଜପୁର,ଖୋର୍ଦ୍ଧା ଓ ପୁରୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସୂଚନାଯୋଗ୍ୟ, ବାତ୍ୟା ‘ଜୱାଦ’କୁ ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁସାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଗତ ୩-୪ଦିନ ଧରି ଜୋରଦାର କସରତ କରିଥିଲେ । ଏପରିକି ସମୁଦ୍ର କୂଳ ଅଂଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପ୍ରକ୍ରିୟା ଗତକାଲି ୬ଟି ଜିଲ୍ଲାରେ ଆରମ୍ଭ ହୋଇଥିଲା । ତେବେ ଆଜି ସକାଳୁ ଏହି ବାତ୍ୟା ଦୁର୍ବଳ ହେଉଥିବା ନେଇ ପାଣିପାଗ ବିଭାଗ ଆକଳନ କରିବା ପରେ ସାଧାରଣ ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos