୪ରେ ଆଉ ଏକ ଲଘୁଚାପ, ୨ରୁ ଆରମ୍ଭ ହେବ ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୪ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ତା’ପୂର୍ବରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ। ୨ ତାରିଖରେ ଦକ୍ଷିଣ ଓଡ଼ିଶା ଓ ୩ ତାରିଖରେ ଉପକୂଳ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଲକ୍ଷ୍ମୀକାନ୍ତ ଗିରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ […]

rain..8

Tapaswini Nayak
  • Published: Wednesday, 31 July 2019
  • , Updated: 31 July 2019, 11:04 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟ ୪ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ତା’ପୂର୍ବରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ପ୍ରଭାବରେ ୨ ତାରିଖରୁ ରାଜ୍ୟରେ ବର୍ଷା ହେବ। ୨ ତାରିଖରେ ଦକ୍ଷିଣ ଓଡ଼ିଶା ଓ ୩ ତାରିଖରେ ଉପକୂଳ ଓଡ଼ିଶାର ୮ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର୍‌ ଲକ୍ଷ୍ମୀକାନ୍ତ ଗିରି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ତେବେ ଏହି ଲଘୁଚାପ ନିଅଣ୍ଟିଆ ବର୍ଷା ପରିମାଣକୁ ପୂରଣ କରିବ।”

ଶ୍ରୀ ଗିରି ଆହୁରି କହିଛନ୍ତି, ରାଜ୍ୟରେ ମୌସୁମୀ ବାୟୁ ସ୍ୱାଭାବିକ ରହିଛି। ତାହା ସହିତ ରାଜସ୍ଥାନରୁ ବଙ୍ଗୋପସାଗର ଯାଏ ଏକ ଟ୍ରଫ୍ ଲାଇନ୍ ଲମ୍ବିଛି। ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

 

Related story