ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବଲାଙ୍ଗିର ବନ୍ଦ

ବଲାଙ୍ଗିର:  ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ୍ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସୁଛି ଜିଲ୍ଳା ଓକିଲ ସଂଘ। ଏହି ଆନ୍ଦୋଳନକୁ ବ୍ୟାପକ ରୂପ ଦେବା ପାଇଁ ଆଜି ଆନ୍ଦୋଳନକୁ ଓହ୍ଲାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନମୋର୍ଚ୍ଚା। ଆଗରୁ ଜନମୋର୍ଚ୍ଚା ବଲାଙ୍ଗିର ବନ୍ଦ ଡାକରା ଦେଇଥିଲା। କିନ୍ତୁ ୨୯ ତାରିଖ ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କେବଳ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ  ରଖିବାକୁ ଆହ୍ୱାନ ଦେଇଛି ଜନମୋର୍ଚ୍ଚା। ବନ୍ଦ ଡାକରା ପ୍ରଭାବରେ ଆଜି ବଲାଙ୍ଗିର […]

balagiri bada

Rakesh Mallick
  • Published: Friday, 28 August 2015
  • , Updated: 28 August 2015, 05:19 AM IST

ବଲାଙ୍ଗିର:  ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ୍ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସୁଛି ଜିଲ୍ଳା ଓକିଲ ସଂଘ। ଏହି ଆନ୍ଦୋଳନକୁ ବ୍ୟାପକ ରୂପ ଦେବା ପାଇଁ ଆଜି ଆନ୍ଦୋଳନକୁ ଓହ୍ଲାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନମୋର୍ଚ୍ଚା। ଆଗରୁ ଜନମୋର୍ଚ୍ଚା ବଲାଙ୍ଗିର ବନ୍ଦ ଡାକରା ଦେଇଥିଲା। କିନ୍ତୁ ୨୯ ତାରିଖ ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କେବଳ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ  ରଖିବାକୁ ଆହ୍ୱାନ ଦେଇଛି ଜନମୋର୍ଚ୍ଚା। ବନ୍ଦ ଡାକରା ପ୍ରଭାବରେ ଆଜି ବଲାଙ୍ଗିର ସହରର ସମସ୍ତ ସରକାରୀ ,ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ, ପୋଷ୍ଟ ଅଫିସ୍ ବନ୍ଦ ରହିଛି। ପ୍ରଶାସନିକ  କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି।  ଜନମୋର୍ଚ୍ଚାର ଏହି ଆନ୍ଦୋଳନରେ ଜିଲ୍ଳା ଓକିଲ ସଂଘ ସହିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି।

Related story