Advertisment

ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

କଟକ(ଓଡ଼ିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ, ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି […]

ଅଦ୍ୟତନ ହୋଇଛି
ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

anubhav-mohanty-and-barsha-priyadarshini

Advertisment

କଟକ(ଓଡ଼ିଶା ରିପୋର୍ଟର): ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି। ମାତ୍ର ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି ହାଇକୋର୍ଟ। ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ ।

Advertisment

ସୂଚନାଯୋଗ୍ୟ, ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଅନୁଭବ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ସେ ଆବେଦନ କରିଥିଲେ। ଚୂଡ଼ାନ୍ତ ଶୁଣାଣି ନେଇ ସମୟ ନିର୍ଦ୍ଧାରଣ କରିବାକୁ ସେ ଆବେଦନ କରିଥିଲେ। ଗତ କିଛି ଦିନ ହେବ ନିୟମିତ ବ୍ୟବଧାନରେ ଉଭୟଙ୍କ ମଧ୍ୟରେ କୋର୍ଟରେ ବୁଝାମଣା ଚାଲିଥିବା ବେଳେ ଉଭୟଙ୍କ ମଧ୍ୟରେ ସମ୍ମତି ହୋଇପାରି ନାହିଁ।

ଉଭୟଙ୍କ ଭିତରେ ଆପୋଷ ସମାଧାନ ପାଇଁ ପ୍ରକ୍ରିୟା ଚାଲିଥିବା ବେଳେ ତାହା ଫଳପ୍ରଦ ହୋଇପାରି ନ ଥିଲା। ଅପରପକ୍ଷେ, ଅନୁଭବ ଏହାର ତ୍ୱରିତ ଶୁଣାଣି ପାଇଁ ଆବେଦନ କରିଥିଲେ। ଆପୋଷ ବୁଝାମଣା ସମ୍ଭବ ହୋଇପାରୁ ନ ଥିବା ହୃଦୟଙ୍ଗମ କରି ଏହାର ତ୍ୱରିତ ବିଚାର ପ୍ରକ୍ରିୟାକୁ କୋର୍ଟ ପକ୍ଷରୁ ରଦ୍ଦ କରିଦିଆଯାଇଥିବା ଜଣାଯାଇଛି।

Advertisment

ସୂଚନାଯୋଗ୍ୟ, ପୂର୍ବରୁ ଜୁଲାଇ ୯ ତାରିଖରେ ଦୁହେଁ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ସେଦିନ ଉଭୟଙ୍କ ମଧ୍ୟରେ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହି ସମୟରେ କମିଶନର ଦୁହିଁଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ସେଦିନ ଆପୋଷ ସମଧାନ ହୋଇପାରିନଥିଲା। ଏଥିପାଇଁ ପରେ ପୁଣି ଉଭୟଙ୍କୁ ଦ୍ୱିତୀୟ ତାରିଖ ଦିଆଯାଇଥିଲା। ଦୁହେଁ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ ମଧ୍ୟ ସମାଧାନର ଦିଗ ବାହାରି ପାରି ନଥିଲା।

ସୂଚନାରୁ ପ୍ରକାଶ, ଛାଡ଼ପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ବିଚାର ଗଡ଼ି ଗଡ଼ି ଚାଲୁଛି।

Anubhav Mohanty Barsa Priyadarshini Barsha-Anubhav Controversy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe