Advertisment

ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ବିଜେପି ଏହି ଅଭିଯୋଗ ଆଣି ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି। ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଯାଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି। ବିଜେପିର ଅଭିଯୋଗ କରିଛି, ମନ୍ତ୍ରୀ ଅରୁଣ ସାହୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସରପଞ୍ଚ ଓ […]

ଅଦ୍ୟତନ ହୋଇଛି
ୟୁଜି/ପିଜି ପରୀକ୍ଷା: ଶିକ୍ଷକଙ୍କ ମୁଣ୍ଡରେ ପିଲାଙ୍କ ଦାୟିତ୍ୱ

arun-sahu

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି। ବିଜେପି ଏହି ଅଭିଯୋଗ ଆଣି ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛି। ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ଏକ ୫ ଜଣିଆ ଟିମ୍ ଯାଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହୋଇଛନ୍ତି।

Advertisment

ବିଜେପିର ଅଭିଯୋଗ କରିଛି, ମନ୍ତ୍ରୀ ଅରୁଣ ସାହୁ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିଛନ୍ତି । ନୟାଗଡ଼ ଜିଲ୍ଲା ବଡ଼ପଣ୍ଡାସୁର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ମନ୍ତ୍ରୀ ଷ୍ଟେଜ କରି ପ୍ରଚାର କରିଛନ୍ତି। ଏଥିଲାଗି IPCର ଧାରା ୧୭୧ ଅନୁସାରେ ମନ୍ତ୍ରୀ ବନ୍ଧା ହେବା କଥା।

ଦଳର ମୁଖ୍ୟପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, ଆମେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛୁ । ସିଡି ମାଧ୍ୟମରେ ତଥ୍ୟ ପ୍ରମାଣ ଦେଇଛୁ । ମନ୍ତ୍ରୀଙ୍କ ନାମରେ ଏଫ୍ଆଇଆର ଦେବା ପାଇଁ ଦାବି କରିଛୁ। ନିର୍ବାଚନ କମିଶନ ଏ କଥାକୁ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ଅନ୍ୟପକ୍ଷରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଯାଜପୁର ଜିଲ୍ଲାପାଳ। ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଆଧାରରେ ଜିଲ୍ଲାପାଳ ତାଙ୍କୁ ନୋଟିସ ଜାରି କରିଛନ୍ତି। ୨୭ ନମ୍ବର ଜୋନ୍‌ରେ ନିର୍ବାଚନ ପ୍ରଚାର ବେଳେ ସେ ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଥିଲା।

Odisha Panchayat Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe