ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟା ଜଳ

ସମ୍ବଲପୁର (ଓଡ଼ିଶା ରିପୋର୍ଟର ):  ମହାନଦୀରେ ଜଳସ୍ତର ବଢ଼ିବା ପରେ ଆଜି ଖୋଲିଲା ହୀରାକୁଦର ପ୍ରଥମ ଗେଟ୍‌। ଡ୍ୟାମ୍‌ରୁ ଆଜି ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି । ପ୍ରତି ବର୍ଷ ପରି ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌ ଖୋଲା ଯାଇଛି। ଡ୍ୟାମ୍‌ର ଜଳସ୍ତର ୬୧୮ ଫୁଟ୍‌ ଟପିବା ପରେ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ ଜରିଆରେ ପାଣି ଛଡ଼ାଯାଇଛି। ପ୍ରତି ବର୍ଷ ପ୍ରଥମେ ୭ ନମ୍ବର ଗେଟ୍‌ରୁ ହିଁ ବନ୍ୟା ଜଳ ନିଷ୍କାସନ […]

hirakud-1-1

Niharika Rout
  • Published: Wednesday, 14 August 2019
  • , Updated: 14 August 2019, 12:46 PM IST

ସମ୍ବଲପୁର (ଓଡ଼ିଶା ରିପୋର୍ଟର ):  ମହାନଦୀରେ ଜଳସ୍ତର ବଢ଼ିବା ପରେ ଆଜି ଖୋଲିଲା ହୀରାକୁଦର ପ୍ରଥମ ଗେଟ୍‌। ଡ୍ୟାମ୍‌ରୁ ଆଜି ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ା ଯାଇଛି । ପ୍ରତି ବର୍ଷ ପରି ପୂଜାର୍ଚ୍ଚନା ପରେ ୭ ନମ୍ବର ଗେଟ୍‌ ଖୋଲା ଯାଇଛି।

ଡ୍ୟାମ୍‌ର ଜଳସ୍ତର ୬୧୮ ଫୁଟ୍‌ ଟପିବା ପରେ ୭ ନମ୍ବର ସ୍ଲୁଇସ୍‌ ଗେଟ୍‌ ଜରିଆରେ ପାଣି ଛଡ଼ାଯାଇଛି। ପ୍ରତି ବର୍ଷ ପ୍ରଥମେ ୭ ନମ୍ବର ଗେଟ୍‌ରୁ ହିଁ ବନ୍ୟା ଜଳ ନିଷ୍କାସନ କରାଯାଏ। ବନ୍ୟା ଜଳ ନିଷ୍କାସନ ଦ୍ୱାରା ଯେପରି କିଛି କ୍ଷୟକ୍ଷତି ନ ଘଟେ, ସେଥିଲାଗି କରାଯାଇଛି ପୂଜାର୍ଚ୍ଚନା।

ଲଘୁଚାପଜନିତ ଲଗାଣ ବର୍ଷା ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କମିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର ହ୍ରାସ ପାଇବା ସହ ବନ୍ୟା ସ୍ଥିତିରେ ମଧ୍ୟ ସୁଧାର ଆସିଛି।ଜଳସ୍ତର ହ୍ରାସ ପାଉଥିବାରୁ ବିଭିନ୍ନ ଜିଲାରେ ବନ୍ୟା ଆଶଙ୍କା ଟଳିଥିବା କହିଛନ୍ତି ଜଳସମ୍ପଦ ସଚିବ ପ୍ରଦୀପ ଜେନା।

ମହାନଦୀରେ ଜଳସ୍ତର କମୁଥିବା ବେଳେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ସେ କହିଛନ୍ତି। ଏଥିଯୋଗୁ ଭୟଭୀତ ହେବାର ଆଶଙ୍କା ନ ଥିବା ସେ ସୂଚନା ଦେଇଛନ୍ତି।

 

Related story