ଆରମ୍ଭ ହେଲା ବାଲିଯାତ୍ରା, ଲାଗିଛି ଦେଢ଼ ହଜାର ଷ୍ଟଲ୍

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ପରଂପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବାଲିଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ଭିତରେ କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ […]

balijatra-2

balijatra-2

Niranjan Mishra
  • Published: Tuesday, 08 November 2022
  • Updated: 08 November 2022, 09:16 PM IST

Sports

Latest News

କଟକ/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ଐତିହାସିକ କଟକ ବାଲିଯାତ୍ରା। ପରଂପରା ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣମୀ ତିଥିରେ ଏହାର ଶୁଭାରମ୍ଭ ହୋଇଛି। ପ୍ରଥମ ଦିନରୁ ହିଁ ବାଲିଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ ଅମାତ ବାଲିଯାତ୍ରାକୁ ଆନୁଷ୍ଠାନିକ ଭାବେ ବାଲିଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଅନ୍ୟମାନଙ୍କ ଭିତରେ କଟକ ମେୟର ସୁବାସ ସିଂ, ସାଂସଦ ଭର୍ତ୍ତୃହରି ମହତାବ, ସାଂସଦ ରାଜଶ୍ରୀ ମଲ୍ଲିକ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ଉପସ୍ଥିତ ଥିଲେ। ଏଥର ବାଲିଯାତ୍ରାରେ ପ୍ରାୟ ଦେଢ଼ ହଜାର ଷ୍ଟଲ୍ ଲାଗିଛି। ଭଳିକି ଭଳି ଜିନିଷ ସାଙ୍ଗକୁ ଖାଦ୍ୟପେୟ ଷ୍ଟଲ ଏହା ଭିତରେ ଭରି ରହିଛି।

କୋଭିଡ କଟକଣା ପାଇଁ ଦୁଇ ବର୍ଷ ଧରି ରାଜ୍ୟର ଏହି ବୃହତ ବାଣିଜ୍ୟିକ ମେଳା ବନ୍ଦ ରହିଥିଲା। ତେଣୁ ଏବର୍ଷ ଏହାକୁ ନେଇ ବେଶ ଉତ୍କଣ୍ଠାରେ ଥିଲେ ଲୋକେ। ଯାତ୍ରା ଆରମ୍ଭ ହୋଇଥିବାରୁ କିଣାକିଣି ସହ ଚଟପଟି ଓ ବିଭିନ୍ନ ପ୍ରକାର ଖାଦ୍ୟର ସ୍ୱାଦ ନେବାକୁ ଲୋକେ ଭିଡ଼ ଲଗାଇଛନ୍ତି। ସନ୍ଧ୍ୟାରେ ସାଙ୍ଗସୁଖ ଓ ପରିବାର ସହ ଆସିଥିବା ଲୋକେ ରାମ ଦୋଳି, ଡିସ୍‌କୋ ଦୋଳିରେ ବସି ଖୁବ୍ ମଜା ନେଇଛନ୍ତି। ବାଲିଯାତ୍ରାକୁ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ହୋଇଛି। ଯାହାର ଭରପୂର ଆନନ୍ଦ ନେଉଛନ୍ତି ଲୋକେ।

ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ନିମନ୍ତେ ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୂରା ମେଳାପଡ଼ିଆ ସିସିଟିଭି ସର୍ଭିଲାନ୍ସରେ ରହିଛି।

ରାଜଧାନୀ ଭୁବନେଶ୍ୱର କୁଆଖାଇ ପଠାରେ ମଧ୍ୟ ବାଲିଯାତ୍ରା ଆରମ୍ଭ ହୋଇଛି। ମୀନାବଜାର ସହ ଭଳିକି ଭଳି ଷ୍ଟଲ୍ ପଡ଼ିଛି। ଦୁଇଟି ଷ୍ଟେଜରରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି। ଦୁଇ ବର୍ଷ ପରେ ବାଲିଯାତ୍ରା ହେଉଥିବାରୁ ପ୍ରବଳ ଜନସମାଗମ ହୋଇଛି। ଏଠାରେ ଦୈନିକ ପ୍ରାୟ ୭୦ରୁ ୮୦ ହଜାର ଲୋକଙ୍କ ସମାଗମ ହେବାର ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos