ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତ କିଛି ଦିନ ହେବ ରାଜ୍ୟରେ ତାପମାତ୍ରା ୩୫ ଓ ୩୬ ଡିଗ୍ରୀ ଉପରେ ରହୁଛି। ଏନେଇ ଗୁଳିଗୁଳି ହେବା ସହ ଗରମ ମଧ୍ୟ ହେଉଛି।
ଆର୍ଦ୍ରତା ଓ ଜଳୀୟ ବାଷ୍ପ ଅଭାବରୁ ରାଜ୍ୟରେ ବଢ଼ିଥିବା ତାପମାତ୍ରା ଓ ଗୁଳୁଗୁଳିର ପ୍ରଭାବ ଆସନ୍ତା ୮ ତାରିଖ ଯାଏଁ ଲାଗି ରହିବ। ଏହା ପରେ ପାରଦ ୩୦ ଡିଗ୍ରୀ ତଳକୁ ଖସିବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଏହି ସମୟରେ ଦକ୍ଷିଣ ବଙ୍ଗୋପ ସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ବି ରହିଛି। ଏହାର ପ୍ରଭାବରେ ତାପମାତ୍ରା କମିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।