ଓଡ଼ିଶା ସହର ଯୋଜନା ଅଭିବୃଦ୍ଧି ଟ୍ରଷ୍ଟ ବିଲ ପାରିତ: ହାଉସିଂ ପ୍ଲାନ୍ ଅନୁମୋଦନ ହେବ କୋହଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ବିଧାନସଭାରେ ୩ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ସହର ଯୋଜନା ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହେବା ଦ୍ୱାରା ଛୋଟଛୋଟ କୋଠାବାଡ଼ି ଗୁଡ଼ିକର ଅନୁମୋଦନ ପ୍ରକ୍ରିୟାଗୁଡ଼ିକ କୋହଳ ହୋଇପାରିବ। ରାଜ୍ୟ ସରକାରଙ୍କ ନିମନ୍ତେ ଅଧିନିୟମ ସଂଶୋଧନ ଓ ସମୟପଯୋଗୀ ନିୟମାନ ପ୍ରଣୟନ କରିବାର ପ୍ରାବଧାନ ଏହି ବିଲ୍‌ରେ ରହିଛି। ରାଜ୍ୟର ସମସ୍ତ ସହରାଂଚଳରେ ଅତ୍ୟାଧୁନିକ ଅନଲାଇନ ବିଲିଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥାର ପ୍ରଚଳନ କରିବା […]

odisha assembly

Ordigital Desk
  • Published: Saturday, 04 September 2021
  • , Updated: 04 September 2021, 09:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିରୋଧୀଙ୍କ ହଟ୍ଟଗୋଳ ଓ କକ୍ଷତ୍ୟାଗ ମଧ୍ୟରେ ବିଧାନସଭାରେ ୩ଟି ବିଲ୍ ପାରିତ ହୋଇଛି। ଓଡ଼ିଶା ସହର ଯୋଜନା ଅଭିବୃଦ୍ଧି ନ୍ୟାସ ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହେବା ଦ୍ୱାରା ଛୋଟଛୋଟ କୋଠାବାଡ଼ି ଗୁଡ଼ିକର ଅନୁମୋଦନ ପ୍ରକ୍ରିୟାଗୁଡ଼ିକ କୋହଳ ହୋଇପାରିବ। ରାଜ୍ୟ ସରକାରଙ୍କ ନିମନ୍ତେ ଅଧିନିୟମ ସଂଶୋଧନ ଓ ସମୟପଯୋଗୀ ନିୟମାନ ପ୍ରଣୟନ କରିବାର ପ୍ରାବଧାନ ଏହି ବିଲ୍‌ରେ ରହିଛି।

ରାଜ୍ୟର ସମସ୍ତ ସହରାଂଚଳରେ ଅତ୍ୟାଧୁନିକ ଅନଲାଇନ ବିଲିଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥାର ପ୍ରଚଳନ କରିବା ସହ ୭୪ତମ ସାମ୍ବିଧାନିକ ସଂଶୋଧନ ଅଧିନିୟମକୁ ଭିତ୍ତି କରି ସମସ୍ତ ପୌର ସଂସ୍ଥାଗୁଡ଼ିକୁ ସହର ଯୋଜନା କାର୍ଯ୍ୟର ହସ୍ତାନ୍ତରୀକରଣ କରାଯିବ। ଅନଧିକୃତ ନିର୍ମାଣଜନିତ ନିୟମ ଉଲ୍ଲଘଂନ ପାଇଁ ଆବଶ୍ୟକତୀୟ ଦଣ୍ଡବ୍ୟବସ୍ଥା ପ୍ରଣୟନ କରି ଉନ୍ନତ କାର୍ଯ୍ୟକାରିତା ପ୍ରଣାଳୀ ସୁନିଶ୍ଚିତ କରିବା ଏହି ବିଲର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜଣାପଡ଼ିଛି ।

ସେହିପରି ଓଡ଼ିଶା ବିନିଯୋଗ ଅଧିନିୟମ(ନିରସନ) ବିଲ୍ ଆଜି ବିଧାନସଭାରେ ପାରିତ ହୋଇଛି। ଓଡ଼ିଶା ବିନିଯୋଗ ଅଧିନିୟମ ୧୯୫୦ରୁ ୨୦୧୧ ପର୍ଯ୍ୟନ୍ତ ଅଧିନିୟମିତ ହୋଇଥିବାଗୁଡ଼ିକର ଏହି ନିରସନ ବିଲରେ ସ୍ଥାନ ପାଇଛି। ଏଥିପାଇଁ ଓଡ଼ିଶା ବିଧି ଆୟୋଗ ୨୦୨୦ ସେପ୍ଟେମ୍ବର ୨୪ତାରିଖରେ ତାଙ୍କ ରିପୋର୍ଟରେ ସୁପାରିସ କରିଥିଲେ। ଏହି ଆଇନଗୁଡ଼ିକ ନିରସନ କରିବାର କାରଣ ହେଲା ଏହି ଆଇନଗୁଡ଼ିକ ଅକାମି ଅବା ଅପ୍ରସାଙ୍ଗିକ ହୋଇପଡ଼ିଛି। ଆଇନ ପୁସ୍ତକର ବହୁଳତାକୁ ହ୍ରାସ ଉଦ୍ଦେଶ୍ୟରେ ଏହି ବିଲକୁ ବିଧାନସଭାରେ ପାରିତ କରାଯାଇଛି।

ଏହା ବ୍ୟତୀତ ଓଡ଼ିଶା ବୈଷୟିକ ବିଶ୍ୱବିଦ୍ୟାଳୟ ଗବେଷଣା ବିଲ୍ ମଧ୍ୟ ଗୃହରେ ପାରିତ ହୋଇଛି। ହଟ୍ଟଗୋଳ ଭିତରେ ଗୁରୁବାର ୩ଟି ବିଲ୍ ପାରିତ ହୋଇଥିବାବେଳେ ଆଜି ୩ଟି ବିଲ୍ ପାରିତ ହୋଇଛି। ଏପର୍ଯ୍ୟନ୍ତ ଗୃହର ଅନୁମୋଦନ ପାଇଁ ୧୨ଟି ବିଲ୍ ବିଧାନସଭା ସଚିବାଳୟକୁ ଆସିଥିବା ଜଣାପଡ଼ିଛି ।

Related story