କେମିତି ଅଛନ୍ତି ଗିରଫ ଲକ୍ଷ୍ମୀକାନ୍ତଙ୍କ ପରିବାର ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ୍ ଅଡ଼ିଓ ମାମଲାରେ ନିଜସ୍ୱ ମିଶନରେ ସରକାରୀ କଳ ଆଇନ୍ ଆଗରେ ଅପରାଧୀ ସଜେଇ ଅଡ଼ିଓରେ ଦୁଇ ଜଣଙ୍କୁ ଗିରଫ ପରେ ଦୁଇ ସାଧାରଣ ଲୋକଙ୍କୁ ଆଜି ଝାରପଡ଼ା ଜେଲରୁ ତିନିଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୁଲିସ । ହେଲେ ଏବେ ବି ପୁଲିସ ସେମାନଙ୍କଠୁ କେଉଁ ଷଡ଼ଯନ୍ତ୍ରର ଥିଓରୀ ଜାଣିବାକୁ ଚାହୁଁଛି ତାକୁ ନେଇ ଆଇନଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏପଟେ ପୁଲିସର ଜୁଲୁମରେ ତ୍ରସ୍ତ ଗିରଫ ଲକ୍ଷ୍ମୀକାନ୍ତ ବେହାରଙ୍କ ପରିବାର […]

bnm

Tapas Behera
  • Published: Tuesday, 11 August 2020
  • , Updated: 11 August 2020, 09:01 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାଇରାଲ୍ ଅଡ଼ିଓ ମାମଲାରେ ନିଜସ୍ୱ ମିଶନରେ ସରକାରୀ କଳ ଆଇନ୍ ଆଗରେ ଅପରାଧୀ ସଜେଇ ଅଡ଼ିଓରେ ଦୁଇ ଜଣଙ୍କୁ ଗିରଫ ପରେ ଦୁଇ ସାଧାରଣ ଲୋକଙ୍କୁ ଆଜି ଝାରପଡ଼ା ଜେଲରୁ ତିନିଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୁଲିସ ।

ହେଲେ ଏବେ ବି ପୁଲିସ ସେମାନଙ୍କଠୁ କେଉଁ ଷଡ଼ଯନ୍ତ୍ରର ଥିଓରୀ ଜାଣିବାକୁ ଚାହୁଁଛି ତାକୁ ନେଇ ଆଇନଜୀବୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏପଟେ ପୁଲିସର ଜୁଲୁମରେ ତ୍ରସ୍ତ ଗିରଫ ଲକ୍ଷ୍ମୀକାନ୍ତ ବେହାରଙ୍କ ପରିବାର ପୁଅ କଥା ଭାବି ଭାବି ବାପା ଏବେ ଶଯ୍ୟାଶାୟୀ।

ଲକ୍ଷ୍ମୀକାନ୍ତ ଗିରଫ ହେବା ପରଠୁ ଯେମତି ଦୁର୍ଦ୍ଦଶାର ପାହାଡ଼ ଛିଡ଼ି ପଡ଼ିଛି ପୂରା ପରିବାର ଉପରେ । ଦୁଇ ବର୍ଷ ତଳେ ଲକ୍ଷ୍ମୀକାନ୍ତଙ୍କ ୧୬ ବର୍ଷର ପୁଅ ଆରପାରିକୁ ଚାଲିଯାଇଥିଲା । ନିଜେ ମହାମାରୀ କବଳରୁ ମୁକୁଳି ଏଇ କିଛି ଦିନ ତଳେ ଘରକୁ ଫେରିଥିଲେ । ଘରେ ରୋଗୀଣା ବାପ-ମା । ହେଲେ ତା ଉପରେ ପୁଣି ବ୍ରିଟିଶ୍ ଶାସନ ଭଳି ପୁଲିସିଆ ଜୁଲୁମ୍ । ପରିବାର ଲୋକେ ଏବେ ବି ବୁଝି ପାରୁ ନାହାନ୍ତି ସେ ଏମିତି କଣ କଲେ ଯେ ପୁଲିସ ଦୁର୍ଦ୍ଦାନ୍ତ ଅପରାଧୀ ଭଳି ବାନ୍ଧି ନେଲା? କରୋନା ଗ୍ରାସିଥିବା ବେଳେ କେବଳ ହସ୍ପିଟାଲ୍ ବେଳର ଅନୁଭୂତି ତ କେବଳ ବାଣ୍ଟିଥିଲେ ସାଙ୍ଗ ବିଶ୍ୱଜିତ୍‌ଙ୍କ ସହ । ସେଇଟା କଣ ଏତେ ବଡ଼ ଅପରାଧ? ସେଇ ବାର୍ତ୍ତାଳାପର ଅଡିଓକୁ ଯଦି କେହି ଭାଇରାଲ୍ କଲା ସେଥିପାଇଁ ସେ ଦୋଷୀ କେମିତି ? ଗୋଟିଏ ବ୍ୟବସ୍ଥା ଏତେ ଚିନ୍ତାଶୂନ୍ୟ-ହୃଦୟହୀନ ହୋଇପାରେ କେମିତି? ବାକ୍ ସ୍ୱାଧୀନତା ବୋଲି ଏ ଦେଶରେ କିଛି ବି କଣ ନାହିଁ ? ପୁଅକୁ ପୁଲିସ ଘରୁ ଉଠାଇନେବା ପରଠୁ ଏସବୁ ପ୍ରଶ୍ନର ଉତ୍ତର ଖୋଜି ଖୋଜି ବୁଢ଼ାବାପ ଶଯ୍ୟାଶାୟୀ । ପିଲାଛୁଆ ସହ ଭୟ-ଆଶଙ୍କାରେ ଥରୁଛନ୍ତି ପୂରା ପରିବାର । ଏତେ ପରେ ବି ଭାଇ ଗୁହାରୀ କରିଛନ୍ତି ଯଦି ବି କିଛି ଭୁଲ୍ ଅଛି ବୋଲି ବ୍ୟବସ୍ଥା ଭାବୁଛି, ନିର୍ଦ୍ଦୟ ନହୋଇ ଭାଇକୁ ଛାଡ଼ି ଦିଅନ୍ତୁ ମୁଖ୍ୟମନ୍ତ୍ରୀ।

ହେଲେ ଏପଟେ ବ୍ୟବସ୍ଥା କିନ୍ତୁ ତା ମିଶନ୍‌ରେ । ଆଇନ୍ ଆଗରେ ଅପରାଧୀ ସଜେଇ ଭାଇରାଲ୍ ଅଡିଓରେ ଥିବା ବିଶ୍ୱଜିତ୍ ମହାନ୍ତି ଓ ଲକ୍ଷ୍ମୀକାନ୍ତଙ୍କୁ ଆଜି ଝାରପଡ଼ା ଜେଲରୁ ୩ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ୍ । ବରିଷ୍ଠ ଆଇନଜୀବୀ ବି ଆଶ୍ଚର୍ଯ୍ୟ ଯେ ପୁଲିସ ଭାଇରାଲ୍ ଅଡିଓରୁ ଏମିତି ଷଡ଼ଯନ୍ତ୍ରର କେଉଁ ଥିଓରୀ କାଢିବାକୁ ଚାହୁଁଛି ଯେ ରିମାଣ୍ଡରେ ନେଇ ଜେରାର ଆବଶ୍ୟକତା ପଡୁଛି ନା ଓଟିଭି ବିରୋଧରେ ବଡ଼ ଷଡ଼ଯନ୍ତ୍ରର ଇଏ ଅଂଶବିଶେଷ ।

ଅପରପକ୍ଷେ ବିଶ୍ୱଜିତ୍‌ଙ୍କ ଗିରଫଦାରୀ ପରଠୁ ତାଙ୍କ ଭୁବନେଶ୍ୱର ସ୍ଥିତ ଘରେ ତାଲା ଝୁଲୁଛି । ଏସବୁ ଭିତରେ ଆଜି ବିଜେପି ଓ କଂଗ୍ରେସର ପୃଥକ ଟିମ୍ ଲକ୍ଷ୍ମୀକାନ୍ତଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିବା ସହ ପୁଲିସ ଏଭଳି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନର ଦୃଢ଼ ନିନ୍ଦା କରିଛନ୍ତି।

Related story