ଭାଙ୍ଗିଗଲା ଷ୍ଟିଫ୍ ପିନ୍; ଷ୍ଟେସନରେ ଅଟକିଛି ଟ୍ରେନ୍‌

ରାଉରକେଲା (ପବନ ତିୱାରୀ):ରାଉରକେଲା ଷ୍ଟେସନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଛି  ଅଟକି ରହିଛି ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍। ଏହି ଟ୍ରେନ୍‌ର S-4 ବଗିରେ କିଛି ତ୍ରୁଟି ଥିବା ଜଣାଯାଇଛି। ଟ୍ରେନର୍ ଷ୍ଟିଫ୍ ପିନ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆଜି ଏହି ଟ୍ରେନ୍‌ଟି ସକାଳ ୬ଟା ୩୦ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ହେଲେ ଷ୍ଟେସନରେ ଯାଞ୍ଚ ବେଳେ ଏସ-୪ ବଗିରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଟ୍ରେନ୍‌କୁ ଷ୍ଟେସନରେ […]

train-1

Niharika Rout
  • Published: Wednesday, 04 December 2019
  • , Updated: 04 December 2019, 10:19 AM IST

ରାଉରକେଲା (ପବନ ତିୱାରୀ):ରାଉରକେଲା ଷ୍ଟେସନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପ୍ରାୟ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଅଟକି ରହିଛି  ଅଟକି ରହିଛି ହାଓ୍ୱଡ଼ା-ଅହମ୍ମଦାବାଦ ସୁପରଫାଷ୍ଟ ଏକ୍ସପ୍ରେସ୍। ଏହି ଟ୍ରେନ୍‌ର S-4 ବଗିରେ କିଛି ତ୍ରୁଟି ଥିବା ଜଣାଯାଇଛି।

ଟ୍ରେନର୍ ଷ୍ଟିଫ୍ ପିନ୍ ଭାଙ୍ଗିଯାଇଥିବା ସୂଚନା ମିଳିଛି। ଆଜି ଏହି ଟ୍ରେନ୍‌ଟି ସକାଳ ୬ଟା ୩୦ ମିନିଟରେ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲା। ହେଲେ ଷ୍ଟେସନରେ ଯାଞ୍ଚ ବେଳେ ଏସ-୪ ବଗିରେ ତ୍ରୁଟି ଥିବା ଜଣାପଡ଼ିଥିଲା।

ଟ୍ରେନ୍‌କୁ ଷ୍ଟେସନରେ ଅଟକାଇ ମରାମତି କାମ ଚାଲିଛି। ଘଟଣାସ୍ଥଳରେ ଉଚ୍ଚ ପଦସ୍ଥ ଅଧିକାରୀ ପହଞ୍ଚି ତଦାରଖ କରୁଛନ୍ତି। ତେବେ ଅନେକ ସମୟ ହେଲା ଟ୍ରେନ୍ ଅଟକି ରହିଥିବାରୁ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଏଣେ ଏ ତ୍ରୁଟି ପରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବହୁ ସଂଖ୍ୟାରେ ଟ୍ରେନ୍ ଯାତ୍ରୀ।

Related story