କାଜୁ ଜଙ୍ଗଲ ସୃଷ୍ଟି ନାଁରେ ୨୨ ଲକ୍ଷ ଟଙ୍କା ହଡ଼ପ୍‌ କରିଛନ୍ତି ସରକାରୀ ବାବୁ!

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବ୍ୟାପୁଛି ଚାରା ଦୁର୍ନୀତିର ଚେର। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଚାରା ଘୋଟାଲାକୁ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ ହୋଇଥିଲା। ଏପରିକି କଥା ବିଧାନସଭାରେ ଉଠିଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଫେରିଛି ଚାରା ରୋପଣ ଘୋଟାଲା। ଏଥର ନବରଙ୍ଗପୁରରେ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ଚାରା ଘୋଟାଲା। କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କୁ ମୋହରା ବନାଇ ୨୨ ଲକ୍ଷ ଟଙ୍କା ହଡ଼ପ୍‌ କରିଛନ୍ତି ସରକାରୀ […]

Huge-amounts-reportedly-embezzled-by-officials-in-the-name-of-cashew-plantation-in-nabrangpur-district

Manoranjan Sial
  • Published: Wednesday, 27 February 2019
  • , Updated: 27 February 2019, 09:50 PM IST

ନବରଙ୍ଗପୁର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବ୍ୟାପୁଛି ଚାରା ଦୁର୍ନୀତିର ଚେର। ପୂର୍ବରୁ ମୟୂରଭଞ୍ଜ ଜିଲ୍ଲାରେ ହୋଇଥିବା ଚାରା ଘୋଟାଲାକୁ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ ହୋଇଥିଲା। ଏପରିକି କଥା ବିଧାନସଭାରେ ଉଠିଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଫେରିଛି ଚାରା ରୋପଣ ଘୋଟାଲା। ଏଥର ନବରଙ୍ଗପୁରରେ ହୋଇଛି ଲକ୍ଷ ଲକ୍ଷ ଟଙ୍କାର ଚାରା ଘୋଟାଲା। କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କୁ ମୋହରା ବନାଇ ୨୨ ଲକ୍ଷ ଟଙ୍କା ହଡ଼ପ୍‌ କରିଛନ୍ତି ସରକାରୀ ବାବୁ। ଜିଲ୍ଲାର ଦୁଇଟି ବ୍ଲକରେ ଏପରି ବଡ଼ ଧରଣର ଚାରା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି।

୨୦୧୭-୧୮ ଆର୍ଥିକ ବର୍ଷରେ MGNREGA ଯୋଜନାରେ ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗାଁରେ ୨୦ ହେକ୍ଟର ଜମିରେ କାଜୁ ଚାରା ରୋପଣ ପାଇଁ ୨୦ ଚାଷୀଙ୍କୁ ପ୍ରବର୍ତ୍ତା ଯାଇଥିଲା। ଉଦ୍ୟାନ କୃଷି ବିଭାଗ ତଥ୍ୟ ଅନୁସାରେ ଏସବୁ ଜମିରେ କାଜୁ ଚାରା ରୋପଣ ପାଇଁ ଚାଷୀଙ୍କୁ ସବୁ ପ୍ରକାର ସହାୟତା ମିଳିଥିଲା। କାଜୁ ଚାରା ରୋପଣ ପାଇଁ ଚାଷୀଙ୍କୁ ପାରିଶ୍ରାମିକ, ଔଷଧ, ଖତସାର, ପଲିଥିନ ଓ ରକ୍ଷଣାବେକ୍ଷଣ ପାଇଁ ୧୦ ଲକ୍ଷ ୭୭ ହଜାର ୯୮୫ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଚାରା ବ୍ୟତୀତ ଆଉ କୌଣସି ସହାୟତା ଚାଷୀଙ୍କୁ ଦିଆଯାଇନଥିବା ଅଭିଯୋଗ ହୋଇଛି। ଏମିତିକି ଚାରା ଲଗାଇଦେବା ପରେ ଆଉ ଉଦ୍ୟାନ କୃଷି ବିଭାଗ ଅଧିକାରୀଙ୍କ ଦେଖା ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।

ପାତ୍ରପୁଟ ଚାଷୀ କେଶବ ଅମାନତ୍ୟ କହିଛନ୍ତି-“ଚାରା ରୋପଣ କଲେ ୩ ବର୍ଷ ପର୍ଯ୍ୟନ୍ତ ପଇସା ମିଳିବ ବୋଲି କୁହାଯାଇଥିଲା। ହେଲେ ଆଜିପର୍ଯ୍ୟନ୍ତ ମଜୁରି ବାବଦକୁ ପଇସା ମିଳିନି। ରୋପଣ ହୋଇଥିବା ଚାରା ରକ୍ଷଣାବେକ୍ଷଣା ଅଭାବରୁ ମରିଗଲାଣି।”

ସମାନ ଘଟଣା ନବରଙ୍ଗପୁର ଜିଲ୍ଲା ବଡ଼କୁମୁଲି ପଞ୍ଚାୟତରେ ଦେଖିବାକୁ ମିଳିଛି। ଏହି ପଞ୍ଚାୟତରେ ଫୋଟାକୋଟ ଓ ଉର୍ଦି ଗାଁରେ କାଜୁ ଜଙ୍ଗଲ ସୃଷ୍ଟି ପାଇଁ ଚାଷୀଙ୍କ ନାଁରେ ହୋଇଛି ବାଟମାରଣା। ସରକାରୀ ତଥ୍ୟ ଅନୁସାରେ ଗତବର୍ଷ ଚାରା ରୋପଣ ବାବଦରେ ଏହି ଦୁଇ ଗାଁରେ ଖର୍ଚ୍ଚ ହୋଇଛି ୧୧ ଲକ୍ଷ ୯ ହଜାର ୧୬ ଟଙ୍କା। ହେଲେ ଏଠି ମଧ୍ୟ ଖାଲି ଚାରା ଯୋଗାଇ ଦିଆଯାଇଛି। ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ଅର୍ଥ ଚାଷୀଙ୍କ ପକେଟକୁ ଯାଇ ନଥିବା ଅଭିଯୋଗ ହୋଇଛି।

କୃଷ୍ଣଚନ୍ଦ୍ର ନାୟକ କହିଛନ୍ତି-“କାଜୁ ଚାରା ରୋପଣ କଲେ ପଇସା ମିଳିବ ବୋଲି କୁହାଯାଇଥିଲା। ସେମାନଙ୍କ କଥାରେ ଭରସା କରି ନିଜ ଅର୍ଥରେ ଚାରା ରୋପଣ କରିଥିଲେ। ହେଲେ ଆଜିପର୍ଯ୍ୟନ୍ତ ଟଙ୍କା ମିଳିନାହିଁ। ଟଙ୍କା ପାଇବା ପାଇଁ ବ୍ୟାଙ୍କ ଧାଇଁ ଧାଇଁ ନୟାନ୍ତ ହେଲେଣି।”

କୃଷି ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ବାସୁଦେବ ସାହୁ କହିଛନ୍ତି-“ନୂଆ କରି ମୁଁ କାର୍ଯ୍ୟରେ ଯୋଗ ଦେଇଛି। ତେଣୁ ଏପର୍ଯ୍ୟନ୍ତ କୌଣସି ଅଞ୍ଚଳ ଗସ୍ତ କରିନାହିଁ। ଯଦି ଏପରି ଅନିୟମତା ହୋଇଥାଏ, ତାହାହେଲେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”

Related story