ଛାଡ଼ଖାଇରେ ବୋହି ନେଲେ ଆମିଷ, ଇଲିସି ୧୮୦୦ ଓ କଙ୍କଡା ୧୨୦୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବୁଧବାର ବାରିରେ ପଡ଼ିଥିଲା ଛାଡ଼ଖାଇ। ତେଣୁ କାର୍ତ୍ତିକରେ ଆମିଷ ଛାଡ଼ିଥିବା ଲୋକଙ୍କ ଭିଡ଼ ଲାଗିଥିଲା ଆମିଷ ମାର୍କେଟରେ। ରାଜଧାନୀର ପଟିଆରୁ ୪ ନମ୍ବର, ଜୟଦେବ ବିହାରରୁ ବରମୁଣ୍ଡା, ସବୁଠି ଥିଲା ଗ୍ରାହକଙ୍କ ଖଚାଖଚ ଭିଡ଼। ଲୋକଙ୍କ ଚାହିଦା ଅନୁସାରେ ଆଜି ଭେରାଇଟି ମାଛ, କଙ୍କଡ଼ା ସାଙ୍ଗକୁ ମାଲ ବି ଅଧିକ ପରିମାଣର ଆଣିଥିଲେ ବ୍ୟବସାୟୀ। ଅବଶ୍ୟ ସାଧାରଣ ଦିନ ଅପେକ୍ଷା ଆଜି ଦିନର ଭାଉ ଟିକିଏ ଉଚ୍ଚା ରହିଥିଲା। ଇଲିସି ୧ ହଜାରରୁ […]

kankada-eleish

kankada-eleish

Niranjan Mishra
  • Published: Wednesday, 09 November 2022
  • Updated: 09 November 2022, 10:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ବୁଧବାର ବାରିରେ ପଡ଼ିଥିଲା ଛାଡ଼ଖାଇ। ତେଣୁ କାର୍ତ୍ତିକରେ ଆମିଷ ଛାଡ଼ିଥିବା ଲୋକଙ୍କ ଭିଡ଼ ଲାଗିଥିଲା ଆମିଷ ମାର୍କେଟରେ। ରାଜଧାନୀର ପଟିଆରୁ ୪ ନମ୍ବର, ଜୟଦେବ ବିହାରରୁ ବରମୁଣ୍ଡା, ସବୁଠି ଥିଲା ଗ୍ରାହକଙ୍କ ଖଚାଖଚ ଭିଡ଼। ଲୋକଙ୍କ ଚାହିଦା ଅନୁସାରେ ଆଜି ଭେରାଇଟି ମାଛ, କଙ୍କଡ଼ା ସାଙ୍ଗକୁ ମାଲ ବି ଅଧିକ ପରିମାଣର ଆଣିଥିଲେ ବ୍ୟବସାୟୀ।

ଅବଶ୍ୟ ସାଧାରଣ ଦିନ ଅପେକ୍ଷା ଆଜି ଦିନର ଭାଉ ଟିକିଏ ଉଚ୍ଚା ରହିଥିଲା। ଇଲିସି ୧ ହଜାରରୁ ୧୮୦୦, ବଡ କଙ୍କଡା ୧୨୦୦, ପାମ୍ପଲଟ ୮୦୦, ଗୋଲାଦା ଚିଙ୍ଗୁଡ଼ି ୮୦୦ ଓ ଚିଲିକି ଚିଙ୍ଗୁଡ଼ି ୫୦୦, ଶେଉଳ ୪୦୦, ରୋହି ୧୮୦ରୁ୨୦୦, ଭାକୁର ୨୦୦ରୁ ୨୫୦,  ଚିକେନ୍ ୨୦୦ ଏବଂ ମଟନ ଦର ୭୦୦ରୁ ୮୦୦ ଟଙ୍କା ମଧ୍ୟରେ ରହିଥିଲା।

ଆମିଷ ବଜାରରୁ କିଏ ମାଛ ତ ଆଉ କିଏ ଚିକେନ୍ ଏବଂ ଆଉ କିଏ ମଣ୍ଟନ, ଚିଙ୍ଗୁଡ଼ି ଓ କଙ୍କଡ଼ାକୁ ପସନ୍ଦ କରୁଥିଲେ। ସେହିଭଳି କଟକର ବିିଭିନ୍ନ ଆମିଷ ବଜାରରେ ଦେଖିବାକୁ ମିଳିଥିଲା ଗ୍ରାହକଙ୍କ ଅସମ୍ଭବ ଭିଡ଼। ତେଣୁ ବ୍ୟବସାୟୀଙ୍କୁ ଆଜି ଦିନରେ ସାମାନ୍ୟ ଫୁରସତ୍ ମିଳିନଥିଲା।

ଶ୍ରୀକ୍ଷେତ୍ର ପୁରୀରେ କାର୍ତ୍ତିକ ମାସେ ବ୍ୟାପୀ ଘରେ ଘରେ ଆମିଷ ପ୍ରବେଶରେ ବାରଣ ରହିଥାଏ। ତେଣୁ ଆଜି ଛାଡ଼ଖାଇରେ ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମାଇଥିଲେ ଲୋକେ। ଅନ୍ୟ ସହର ଅପେକ୍ଷା ପୁରୀରେ ଦର ଅପେକ୍ଷାକୃତ କମ୍ ରହିଥିଲା। ସେପଟେ ରାଉରକେଲାରେ କିନ୍ତୁ ସକାଳର କିଛି ଘଣ୍ଟା ବେଶ୍ ଗହଳି ଚହଳି ଲାଗି ରହିଥିଲା। ସେହିଭଳି ଜୟପୁର ସହରରେ ମଧ୍ୟ ଲୋକଙ୍କ ଭିତରେ ଆମିଷ କିଣାକୁ ନେଇ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ତେଣେ ବାଲେଶ୍ୱରରେ ବଡ଼ି ଭୋରରୁ ଲାଗିଥିଲା ମାଛ ମାର୍କେଟରେ ଲୋକଙ୍କ ଗହଳି।

କରୋନା କଟକଣା ଓ ବାର ଅବାର ପାଇଁ ଗଲା ଦୁଇ ବର୍ଷ ଧରି ଛାଡ଼ଖାଇ ପର୍ବ ଠିକରେ ପାଳନ କରିପାରନିଥିଲେ ଲୋକେ। କିନ୍ତୁ ଏଥର ସେସବୁ ପ୍ରତିବନ୍ଧକ ନଥିବାରୁ ରାଜ୍ୟର ଗାଁ ଗହଳି, ପୁରପଲ୍ଲୀ ଓ ସହର ବଜାର ସବୁଠି ଆମିଷ ମାର୍କେଟରେ ଭିଡ଼ ସାଙ୍ଗକୁ ଘରେ ଘରେ ଆମିଷ ତରକାରୀର ବାସ୍ନା ମହକି ଉଠିଛି।

ତେବେ ରାସ୍ତା ପାର୍ଶ୍ୱମାନଙ୍କରେ ଚିକେନ, ମଟନ, ମାଛ ପ୍ରଭୃତି ଆମିଷ ବିକ୍ରି ଦୋକାନ ଖୋଲା ଯିବାକୁ ଘୋର ବିରୋଧ କରିଛନ୍ତି ସନାତନ ଧର୍ମଗୁରୁମାନେ। ରାସ୍ତା କଡ଼ରେ ପଶୁପକ୍ଷୀମାନଙ୍କୁ ଏଭଳି ହଣାକଟା ଦ୍ୱାରା ଶିଶୁ ଓ ଅହିଂସାରେ ବିଶ୍ୱାସରେ କରୁଥିବା ଲୋକଙ୍କ ଉପରେ କୁପ୍ରଭାବ ପଡ଼ୁଛି ବୋଲି ସେମାନେ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story