ସିଏଜି ଧରିଲେ: ଲୁଟି ନେଇଛନ୍ତି ଶହଶହ କୋଟିର ଠାକୁର ସମ୍ପତ୍ତି ଓ ସୁନା

ଭୁବନେଶ୍ୱର(ପ୍ରକାଶ ସେଠୀ): କୁହାଯାଏ, ଦେବସ୍ୱ ସମ୍ପତ୍ତିକୁ କେହି ଲୁଟି ହଜମ କରିପାରିନ୍ତି ନାହିଁ । କିନ୍ତୁ ଓଡ଼ିଶାରେ ଏକଥା ମୂଲ୍ୟହୀନ । ରାଜ୍ୟର ୧୩ଟି ପ୍ରସିଦ୍ଧ ଦେବାଦେବୀଙ୍କର ଶହ ଶହ କୋଟି ଟଙ୍କାର ଭୂସମ୍ପତ୍ତି ଓ ସୁନାକୁ ଲୁଟ୍ କରାଯାଇଛି। ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି ନିଜର ପ୍ରଭାବ ବଳରେ ଲୁଟିଛି, ଆଉ ସରକାର ବା ପ୍ରଶାସନ ଆଖିରେ ପଟି ବାନ୍ଧି ଚୁପ୍ ରହିଛି। ଯେଉଁଥିପାଇଁ ରାଜ୍ୟର ୧୩ଟି ପ୍ରମୁଖ ମନ୍ଦିରର ମୋଟ ୧୨ହଜାର ୭୬୮ଏକର […]

lingaraj temple main gate

lingaraj temple main gate

Ordigital Desk
  • Published: Friday, 10 December 2021
  • Updated: 10 December 2021, 09:50 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କୁହାଯାଏ, ଦେବସ୍ୱ ସମ୍ପତ୍ତିକୁ କେହି ଲୁଟି ହଜମ କରିପାରିନ୍ତି ନାହିଁ । କିନ୍ତୁ ଓଡ଼ିଶାରେ ଏକଥା ମୂଲ୍ୟହୀନ । ରାଜ୍ୟର ୧୩ଟି ପ୍ରସିଦ୍ଧ ଦେବାଦେବୀଙ୍କର ଶହ ଶହ କୋଟି ଟଙ୍କାର ଭୂସମ୍ପତ୍ତି ଓ ସୁନାକୁ ଲୁଟ୍ କରାଯାଇଛି। ଯିଏ ଯେତେବେଳେ ଯେମିତି ଢଙ୍ଗରେ ପାରିଛି ନିଜର ପ୍ରଭାବ ବଳରେ ଲୁଟିଛି, ଆଉ ସରକାର ବା ପ୍ରଶାସନ ଆଖିରେ ପଟି ବାନ୍ଧି ଚୁପ୍ ରହିଛି। ଯେଉଁଥିପାଇଁ ରାଜ୍ୟର ୧୩ଟି ପ୍ରମୁଖ ମନ୍ଦିରର ମୋଟ ୧୨ହଜାର ୭୬୮ଏକର ଭୂସମ୍ପତ୍ତିରୁ ମାତ୍ର ୪୫ ପ୍ରତିଶତ ଅର୍ଥାତ୍ ୫ହଜାର ୭୪୯ଏକର ଜମି ସମ୍ପୃକ୍ତ ମନ୍ଦିରଗୁଡ଼ିକର ଦଖଲରେ ରହିଛି ଓ ବାକି ୭ହଜାର ୧୮ ଏକର ଜମି ଜବରଦଖଲରେ ଅଛି , ତ କେଉଁଠି ଚଂଚକତା କରି ମନ୍ଦିରର ପରିଚାଳନା ଦାୟିତ୍ୱରେ ଥିବା ଲୋକେ ଲୁଟି ନେଇଛନ୍ତି।

ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରର ୧୫୨୩ ଏକର ସମ୍ପତ୍ତି ଥିବାବେଳେ ଏବେ ମାତ୍ର ୩୧ଏକର ଜମି ମନ୍ଦିରର ଦଖଲରେ ରହିଛି। କେବଳ ଜମି ନୁହେଁ ମନ୍ଦିରର ସୁନାରୂପାକୁ ବି ଲୁଟି ନେବାକୁ ପଛାଇ ନାହାନ୍ତି। ମନ୍ଦିରଗୁଡ଼ିକର ୪.୭୩ କୋଟି ଟଙ୍କାର ଅଳଙ୍କାର ଅନଧିକୃତ ତତ୍ତ୍ୱାବଧାନ କେବଳ ଏହାର ନିରାପତ୍ତା ଉପରେ ସନ୍ଦେହ ସୃଷ୍ଟି କରିନି ବରଂ ଅଳଙ୍କାର ଗୁଣାତ୍ମକ ମାନ ଓ ଏହାର ଚୋରି ହୋଇଥିବାର ସନ୍ଦେହକୁ ମଧ୍ୟ ଦୃଢ଼ୀଭୂତ କରିଛି। ଏପରିକି ୫ଟି ମନ୍ଦିରର ରେକର୍ଡରେ ୧୫.୩୦ କିଲୋ ସୁନା ଥିବାବେଳେ ୮୨୩ ଗ୍ରାମର ସୁନାର ପତ୍ତା ମିଳିନି। ଏଭଳି ଚାଂଚଲ୍ୟକର ତଥ୍ୟକୁ ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦ ମାର୍ଚ୍ଚ ସୁଦ୍ଧା ସମାପ୍ତ ବର୍ଷ ନିମନ୍ତେ ‘ସାଧାରଣ ଓ ସାମାଜିକ କ୍ଷେତ୍ର’ର ସିଏଜି ଅଡିଟ୍ ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏଥିରେ ଦେବାଦେବୀଙ୍କ ସମ୍ପତ୍ତିକୁ କିଭଳି ଲୁଟ୍ କରାଯାଇଛି ତା’ର ବିସ୍ତୃତ ବିବରଣୀ ସିଏଜି ରଖିଛନ୍ତି । । ସିଏଜି ତାଙ୍କ ରିପୋର୍ଟରେ ରାଜ୍ୟର ପ୍ରମୁଖ ମନ୍ଦିର ଯଥା- ଲିଙ୍ଗରାଜ ମନ୍ଦିର, କାକଟପୁର ମା’ ମଙ୍ଗଳା, କଟକ ମା’ ଚଣ୍ଡୀ, ଝଙ୍କଡ଼ ଶାରଳା ମନ୍ଦିର, ସମ୍ବଲପୁରର ମା’ ସମଲେଇ, ପୁରୀ ଜଗନ୍ନାଥ ବଲ୍ଲଭ ମଠ, ନୀଳଗିରିର ଠାକୁର ମହଲ, ଭୂଷଣ୍ଡପୁରର ଉଗ୍ରତାରା ମନ୍ଦିର, ଗୋରଖନାଥ ମନ୍ଦିର,ଆଖଣ୍ଡଳମଣି ମନ୍ଦି. କପିଳାସ ମନ୍ଦିର, ଭୁବନେଶ୍ୱର ରାମମନ୍ଦିର ଆଦି ମୋଟ ୧୩ଟି ଦେବାଦେବୀ ମନ୍ଦିରର ସମ୍ପତ୍ତିଗୁଡ଼ିକର ଅଡିଟ୍ କରିଥିଲେ ।

ଓଡ଼ିଶା ହିନ୍ଦୁ ଧାର୍ମିକ ଦେବୋତ୍ତର ଅଧିନିୟମ(ଓଏଚଆରଇ)-୧୯୫୧ ଓ ଓଏଚଆରଇ ନିୟମ-୧୯୫୯ ଏବଂ ବିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଅନ୍ୟାନ୍ୟ ନିର୍ଦ୍ଦେଶକୁ ଅନୁପାଳନ କରି ୨୦୧୯ ଜୁଲାଇରୁ ୨୦୨୦ ମାର୍ଚ୍ଚ ମାସ ମଧ୍ୟରେ ଏହି ୧୩ଟି ମନ୍ଦିରର ସମ୍ପତ୍ତିର ରେକର୍ଡକୁ ସିଏଜି ଅଡିଟ୍ କରିଥିଲେ । ଅଡିଟରୁ ଜଣାପଡ଼ିଛି ଯେ, ଏସବୁ ଧାର୍ମିକ ଅନୁଷ୍ଠାନଗୁଡ଼ିକର ପରିଚାଳନା ପାଇଁ କୌଣସି ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ ହୋଇନାହିଁ । କେଉଁଠି ଟ୍ରଷ୍ଟ ବୋର୍ଡ ଅକାମୀ ହୋଇପଡ଼ିଛି ତ କେଉଁଠି ସେବକ ଓ ସ୍ଥାନୀୟ ଲୋକଙ୍କ ମାଲିକାନାରେ ସମ୍ପତ୍ତି ରହିଛି । ଟ୍ରଷ୍ଟ ବୋର୍ଡ ଗଠନରେ ଅହେତୁକ ବିଳମ୍ବ ଓ କର୍ମଚାରୀ ନିଯୁକ୍ତିରେ ଅନିୟମିତତା ସମେତ ମନ୍ଦିରଗୁଡ଼ିକର ଆୟ-ବ୍ୟୟର ହିସାବ ପାଇଁ ଠିକ୍ ଭାବେ ରେଜିଷ୍ଟର ମଧ୍ୟ ରହିନି । ଏପରିକି ମନ୍ଦିରଗୁଡ଼ିକରେ ମୂର୍ତ୍ତି, ଅଳଙ୍କାର, ବାସନ, ପିତଳ ଓ ତମ୍ବା ପୋଷାକ ଆଦିର ସଠିକ୍ ତାଲିକା ନାହିଁ । ମନ୍ଦିରଗୁଡ଼ିକର ଆୟ-ବ୍ୟୟର ହିସାବ ରହୁନଥିବାରୁ କେଉଁ ଟଙ୍କା କୁଆଡ଼େ ଯାଇଛି ତାହା ମଧ୍ୟ ଜଣାପଡ଼ିନି ।

ସିଏଜିଙ୍କ ଅଡିଟ୍ ଅନୁସାରେ ଏହି ୧୩ଟି ମନ୍ଦିରର ମୋଟ ୧୨,୭୬୭.୬୭୯ ଏକର ଭୂସମ୍ପତ୍ତି ଥିବାବେଳେ ସେଥିରୁ ୪୫.୦୩ ପ୍ରତିଶତ ଅର୍ଥାତ ୫୭୪୯.୪୬ଏକର ଜମି ଦଖଲରେ ରହିଥିଲା । ୩୫.୨୮ ପ୍ରତିଶତ ଜମି ଜବରଦଖଲରେ ଥିବାବେଳେ ବାକି ଜମିର ପତ୍ତା ମିଳୁନି । ଯେଉଁଥିପାଇଁ ୭୦୧୮.୨୧୫ଏକର ଜମି ଏହି ମନ୍ଦିରଗୁଡ଼ିକର ଦଖଲରେ ନାହିଁ । ଅଡିଟବେଳେ ଜଣାପଡ଼ିଛି ଯେ, ଶ୍ରୀଲିଙ୍ଗରାଜ ମନ୍ଦିରର ମୋଟ ଭୂସମ୍ପତ୍ତି ୧୫୨୩.୮୭୯ ଏକର ହୋଇଥିବାବେଳେ ସେଥିରୁ ଭୁବନେଶ୍ୱରରେ ଥିବା ୬୯.୪୨୩ଏକର ଜମିର ହିସାବ ମିଳୁଛି । ଏହି ମୋଟ ଜମି ମଧ୍ୟରୁ ମାତ୍ର ୩୧.୫୫୬ଏକର ଭୂସମ୍ପତ୍ତି ଶ୍ରୀଲିଙ୍ଗରାଜ ମନ୍ଦିରର ଦଖଲରେ ଥିବାବେଳେ ବାକି ୩୬.୩୭୦ଏକର ଜମି ଭୁବନେଶ୍ୱରରେ ହିଁ ଜବରଦଖଲରେ ରହିଛି । ଗୌତମ ନଗରରେ ଥିବା ୫.୯୮୮ଏକର ଜମି ଶ୍ରୀଲିଙ୍ଗରାଜ ମହାପ୍ରଭୁ ମାର୍ଫତ ଟ୍ରଷ୍ଟ ବୋର୍ଡ ନାଁରେ ଥିବାବେଳେ ୧୯୯୫ ମସିହାରେ ଟ୍ରଷ୍ଟ ବୋର୍ଡର ଜଣେ ପୂର୍ବତନ ଟ୍ରଷ୍ଟି ନିଜ ନାମରେ ବନ୍ଦୋବସ୍ତ କରାଇ ନେଇଛନ୍ତି । ୨୦୧୯ ନଭେମ୍ବର ମାସରେ ଏହି ଜମିର ବଜାର ଦର ୬୨.୮୭କୋଟି ଟଙ୍କା ଥିଲା । ସେହିପରି ସାମନ୍ତରାପୁରସ୍ଥିତ ସଞ୍ଜିବନୀ ହସ୍ପିଟାଲର ପଛପଟ ବିରାଟ ଅଂଚଳ ଏବେ ଜବରଦଖଲରେ ରହିଛି । ମହାପ୍ରଭୁଙ୍କ ବାକି ଭୂସମ୍ପତ୍ତି କେଉଁଠି ଅଛି ତାହା ଜଣାପଡ଼ିନି ।

ସେହିପରି ଏହି ୧୩ଟି ମନ୍ଦିରରେ ମୋଟ ୩୮.୩୪ କିଲୋ ସୁନା ଓ ୪.୧୫ କ୍ୱିଣ୍ଟାଲ ରୂପା ରହିଛି । ମହାପ୍ରଭୁ ଲିଙ୍ଗରାଜଙ୍କର ୨.୧୦କିଲୋ ସୁନା ଓ ୬୬.୯୪କିଲୋ ରୂପା ଥିବାବେଳେ କଟକ ଚଣ୍ଡୀଙ୍କର ସର୍ବାଧିକ ୭.୪୯କିଲୋ ସୁନା ଏବଂ ମା’ ଶାରଳାଙ୍କର ସର୍ବାଧିକ୯୩.୩୯ କିଲୋ ରୂପା ରହିଛି । ମା’ ସମଲେଶ୍ୱରୀଙ୍କର ୩. ୫୩କିଲୋ ସୁନା ଓ ୩୨.୪୭କିଲୋ ରୂପା ଅଛି । ମା’ ଚଣ୍ଡୀଙ୍କର ୫୯୯ ଗ୍ରାମ, ମା’ ଶାରଳାଙ୍କର ୬.୩ ଗ୍ରାମ, ଗୋରଖନାଥଙ୍କର ୧୭୦ଗ୍ରାମ, ଆଖଣ୍ଡଳମଣିଙ୍କର ୫୭ଗ୍ରାମ ଓ ସମଲେଶ୍ୱରୀଙ୍କର ୯.୨୫ଗ୍ରାମ ସୁନାର ହିସାବ ମିଳୁନି । କଟକ ମା’ ଚଣ୍ଡୀଙ୍କର ହଜିଯାଇଥିବା ୨୧୦ଗ୍ରାମ ସୁନାକୁ ଏଥିରେ ସାମିଲ କରାଯାଇନି ।
ତେଣୁ ମନ୍ଦିର ସମ୍ପତ୍ତିଗୁଡ଼ିକର ଉପଯୁକ୍ତ ସୁରକ୍ଷା, ନିୟନ୍ତ୍ରଣ ଓ ତଦାରଖ ଉପରେ ଆବଶ୍ୟକ ପଦକ୍ଷେପ ନେବାପାଇଁ ସିଏଜି ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story