ବାହାଘରକୁ ଯାଉଥିଲେ ପତି-ପତ୍ନୀ, ଅଧାବାଟରେ ଟାଣିନେଇଗଲା ମୃତ୍ୟୁର ଶିକୁଳି

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଯାଉଥିଲେ ପତି ଓ ପତ୍ନୀ। ହେଲେ ଅଧା ବାଟରେ ସେମାନଙ୍କୁ ଟାଣିନେଲା ମୃତ୍ୟୁର ଶିକୁଳି। ହାତ ଧରାଧରି ହୋଇ ଚାଲିଗଲେ ପତି-ପତ୍ନୀ। ଆଜି ଏମିତି ହୃଦୟବିଦାରକ ଘଟଣା ବଲାଙ୍ଗିର-ସୋନପୁର ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଟିଟିଲାଗଡରେ ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଆଜି ସକାଳେ ସୋନପୁର ଜିଲ୍ଲା ନୂଆପଡାର ଖଗେଶ୍ୱର ସାହୁ ଓ ତାଙ୍କ ପତ୍ନୀ ଗାୟତ୍ରୀ ଏକ ବାଇକରେ ଯାଉଥିଲେ। […]

bike-accident

bike-accident

Manoranjan Sial
  • Published: Thursday, 02 July 2020
  • Updated: 02 July 2020, 05:02 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଯାଉଥିଲେ ପତି ଓ ପତ୍ନୀ। ହେଲେ ଅଧା ବାଟରେ ସେମାନଙ୍କୁ ଟାଣିନେଲା ମୃତ୍ୟୁର ଶିକୁଳି। ହାତ ଧରାଧରି ହୋଇ ଚାଲିଗଲେ ପତି-ପତ୍ନୀ। ଆଜି ଏମିତି ହୃଦୟବିଦାରକ ଘଟଣା ବଲାଙ୍ଗିର-ସୋନପୁର ଦେଇ ଯାଇଥିବା ୫୭ ନମ୍ୱର ଜାତୀୟ ରାଜପଥରେ ଘଟିଛି।

ଟିଟିଲାଗଡରେ ଜଣେ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଆଜି ସକାଳେ ସୋନପୁର ଜିଲ୍ଲା ନୂଆପଡାର ଖଗେଶ୍ୱର ସାହୁ ଓ ତାଙ୍କ ପତ୍ନୀ ଗାୟତ୍ରୀ ଏକ ବାଇକରେ ଯାଉଥିଲେ। ସୋନପୁର-ବଲାଙ୍ଗିର ରାସ୍ତାର ଅର୍ଜୁଣ୍ଡା-ଭଦ୍ରାପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଲରେ ଗାୟତ୍ରୀଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଖଗେଶ୍ୱରଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଦମ୍ପତିଙ୍କ ମୃତଦେହ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos