ଜେଲ୍‌ ଗଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସେଠୀ

ଚାନ୍ଦବାଲି(ବାସୁଦେବ ଦାସ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ(ଟେକ୍ନିକାଲ) ଜେଲ୍‌ ଗଲେ। ପୁଲିସ୍‌ ତାଙ୍କୁ ଗିରଫ କରି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ଏହା ପରେ ନିରଞ୍ଜନ ସେଠୀଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ମାତ୍ର JMFC କୋର୍ଟ ନିରଞ୍ଜନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ୧୪ ଦିନ ପାଇଁ ଭଦ୍ରକ ବିଚାର ବିଭାଗୀୟ ହାଜତ ଗଲେ […]

Niranjan Sethi

Niranjan Sethi

Manoranjan Sial
  • Published: Monday, 21 March 2022
  • Updated: 21 March 2022, 09:40 PM IST

Sports

Latest News

ଚାନ୍ଦବାଲି(ବାସୁଦେବ ଦାସ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ(ଟେକ୍ନିକାଲ) ଜେଲ୍‌ ଗଲେ। ପୁଲିସ୍‌ ତାଙ୍କୁ ଗିରଫ କରି ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲା। ଏହା ପରେ ନିରଞ୍ଜନ ସେଠୀଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇଥିଲା। ମାତ୍ର JMFC କୋର୍ଟ ନିରଞ୍ଜନଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ୧୪ ଦିନ ପାଇଁ ଭଦ୍ରକ ବିଚାର ବିଭାଗୀୟ ହାଜତ ଗଲେ ନିରଞ୍ଜନ ସେଠୀ।

ଜେଲ୍‌ ଯିବା ବେଳେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସେଠୀ କହିଛନ୍ତି, ସମୟ ସବୁ ସତ କହିବ।

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଜି ଶ୍ରୀ ସେଠୀଙ୍କୁ ଗିରଫ କରିଥିଲା ଚାନ୍ଦବାଲି ପୁଲିସ୍‌। ଭଦ୍ରକ ଅତିରିକ୍ତ ଏସ୍‌ପି ଯତୀନ ପଣ୍ଡାଙ୍କ କହିବା ଅନୁସାରେ ମାନସ ହତ୍ୟାରେ ନିରଞ୍ଜନ ସେଠୀଙ୍କ ସଂପୂର୍ଣ୍ଣ ଭୂମିକା ରହିଛି। ହତ୍ୟା ଯୋଜନା, ମାଡ଼ ମାରିବା, ଶବ ପୋତିବାରେ ହାତ ରହିଛି। ମାନସଙ୍କୁ ଅପହରଣ କରିବା ପାଇଁ ନିରଞ୍ଜନ ଯାଇନଥିଲେ। କିନ୍ତୁ ମାନସଙ୍କୁ ଦୟାଲ ଆଶ୍ରମକୁ ନିଆଗଲା ପରେ, ସେଠି ନିରଞ୍ଜନ ଥିଲେ। ନିରଞ୍ଜନ ମାନସଙ୍କୁ ମାଡ଼ ମାରିଥିବା ପ୍ରମାଣ ମିଳିଛି। ମାନସଙ୍କୁ ହାତରେ ଏବଂ ଘାତକ ଅସ୍ତ୍ରରେ ମାଡ଼ ମରାଯାଇଛି। ଗୋଟିଏ ଚିପ୍‌ ପାଇଁ ଏସବୁ ଘଟଣା ଘଟିଥିବା କହିଲେ ଅତିରିକ୍ତ ଏସ୍‌ପି।

ଏହି ମାମଲାରେ ଆଜି ସଦ୍ଧା ଚାନ୍ଦବାଲି ପୁଲିସ୍‌ ୫ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସମେତ ଦୁଇ ଜଣ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଫେବ୍ରୁଆରୀ ୭ ତାରିଖରେ ମାନସଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିଲା। ପରେ ମୃତଦେହକୁ ନୟାଗଡ଼ ଜିଲ୍ଲାରେ ପୋତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story