‘ଆମର ପ୍ୟାକେଜ୍‌ ଦରକାର ନାହିଁ’

ପୁରୀ(ଓଡ଼ିଶା ରିପୋର୍ଟର):ଯାହାକିଛି ହେବ ଆଇନ୍‌ ଅନୁଯାୟୀ ହେବ। ସୁପ୍ରିମକୋର୍ଟ ଏହା କହିବା ପରେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟାରେ ୫ଟି ମୌଜାର ୧୫ ଏକର ଜମି ଅଧିଗ୍ରହଣ ପାଇଁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି। ମେଘନାଦ ପାଚେରିଠାରୁ ୭୫ ମିଟର ଚୌହଦିରେ ଥିବା କେତେକ ଅଞ୍ଚଳରେ ଥିବା ଏହି ସବୁ ଜମି ଅଧିଗ୍ରହଣ ହେବ । ତେବେ ଏନେଇ ସ୍ଥାନୀୟ ଲୋକେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଏହି ବିସ୍ଥାପନ ପ୍ରକ୍ରିୟାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। […]

jhia-8

Tapas Behera
  • Published: Thursday, 26 September 2019
  • , Updated: 26 September 2019, 06:44 PM IST

ପୁରୀ(ଓଡ଼ିଶା ରିପୋର୍ଟର):ଯାହାକିଛି ହେବ ଆଇନ୍‌ ଅନୁଯାୟୀ ହେବ। ସୁପ୍ରିମକୋର୍ଟ ଏହା କହିବା ପରେ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଚ୍ଛେଦ ପ୍ରକ୍ରିୟାରେ ୫ଟି ମୌଜାର ୧୫ ଏକର ଜମି ଅଧିଗ୍ରହଣ ପାଇଁ ବୁଧବାର ବିଜ୍ଞପ୍ତି ଜାରି ହୋଇଛି। ମେଘନାଦ ପାଚେରିଠାରୁ ୭୫ ମିଟର ଚୌହଦିରେ ଥିବା କେତେକ ଅଞ୍ଚଳରେ ଥିବା ଏହି ସବୁ ଜମି ଅଧିଗ୍ରହଣ ହେବ । ତେବେ ଏନେଇ ସ୍ଥାନୀୟ ଲୋକେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି।

ଏହି ବିସ୍ଥାପନ ପ୍ରକ୍ରିୟାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏହାକୁ ନେଇ ଜଣେ ଛୋଟ ଝିଅ କହିଛନ୍ତି ଯେ,  ନୋଟିସ୍‌ ଆସିସାରିଲାଣି । ଆମ ନାଁ ବି ଅଛି। ସରକାରଙ୍କ ଏହି ଯୋଜନାରେ ଆମେ ରାଜି ନୁହଁ। ସରକାର ବହୁ ଯୋଜନା କଲେଣି। ତା’ର କିଛି ଫାଇଦା ନାହିଁ। ସରକାର କହୁଛନ୍ତି ଆମେ ସୁରକ୍ଷା ଦେବୁ । ସେ କି ସୁରକ୍ଷା ଆମକୁ ଦେବେ। ସରକାର କହୁଛନ୍ତି ୭୫ ମିଟର ଭିତରେ ଉଚ୍ଛେଦ ହେଲେ ୩୦ ଲକ୍ଷ ଟଙ୍କା ପ୍ୟାକେଜ ଦେବେ।

ଆମକୁ ସରକାର କି ପ୍ୟାକେଜ ଦେବେ? ଆଜି ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇପାରି ନାହାନ୍ତି। ଉପକୂଳ ଅଞ୍ଚଳ ଖୋଲା ପଡ଼ିଛି। ମନ୍ଦିର ଉପରେ ଡ୍ରୋନ୍‌ ଉଡ଼ୁଛି। ଆମର ପ୍ୟାକେଜ୍ ଦରକାର ନାହିଁ କି କୌଣସି ଜାଗା ଦରକାର ନାହିଁ। ଆମେ ବୋଲଡୋଜରର ଉପରେ ଚଢ଼ିଯିବୁ। ଏଭଳି ଜାଗା ପାଇବୁନି। ଜଗନ୍ନାଥଙ୍କ ପାଖରେ ଏମିତି ଜାଗା କେହିପାଇବେନି ବୋଲି ସେ କହିଛନ୍ତି।

https://youtu.be/kloyLAtQ_So

Related story