Advertisment

ମନ୍ତ୍ରୀଙ୍କ ପୁଅକୁ ଇଡକୋ ଦେଲା ୮ ଏକର ଜମି

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅକୁ ଇଡକୋ ୮ ଏକର ଜମି ଲିଜ ସୂତ୍ରରେ ପ୍ରଦାନ କରିଛି। ନିଜେ ଜମି ନେବା ପାଇଁ ମନା କରିଦେବା ପରେ ବି ମନ୍ତ୍ରୀଙ୍କ ପୁଅଙ୍କୁ ଇଡକୋ ଝାରସୁଗୁଡା ଜିଲ୍ଲାରେ ବହୁ  ମୂଲ୍ୟ ଜମି ଆବଣ୍ଟନ କରିବା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି। ସୂଚନା ମୂତାବକ ନବଦାସଙ୍କ ପୁଅ ବିଶାଳଙ୍କ ନାଁରେ ମହାନଦୀ ଓ୍ୱେଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ନାମକ ଏକ କମ୍ପାନୀ ରହିଛି। ବେଦାନ୍ତ ଆବର୍ଜନାର ପ୍ରକ୍ରିୟାକରଣ ପାଇଁ […]

author-image
Niharika Rout
ଅଦ୍ୟତନ ହୋଇଛି
ମନ୍ତ୍ରୀଙ୍କ ପୁଅକୁ ଇଡକୋ ଦେଲା ୮ ଏକର ଜମି

naba

ଭୁବନେଶ୍ୱର(ଓଡିଶା ରିପୋର୍ଟର): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପୁଅକୁ ଇଡକୋ ୮ ଏକର ଜମି ଲିଜ ସୂତ୍ରରେ ପ୍ରଦାନ କରିଛି। ନିଜେ ଜମି ନେବା ପାଇଁ ମନା କରିଦେବା ପରେ ବି ମନ୍ତ୍ରୀଙ୍କ ପୁଅଙ୍କୁ ଇଡକୋ ଝାରସୁଗୁଡା ଜିଲ୍ଲାରେ ବହୁ  ମୂଲ୍ୟ ଜମି ଆବଣ୍ଟନ କରିବା ଘଟଣା ସାଧାରଣରେ କୌତୁହଳ ସୃଷ୍ଟି କରିଛି।

Advertisment

ସୂଚନା ମୂତାବକ ନବଦାସଙ୍କ ପୁଅ ବିଶାଳଙ୍କ ନାଁରେ ମହାନଦୀ ଓ୍ୱେଷ୍ଟ ମ୍ୟାନେଜମେଣ୍ଟ ସର୍ଭିସେସ ନାମକ ଏକ କମ୍ପାନୀ ରହିଛି। ବେଦାନ୍ତ ଆବର୍ଜନାର ପ୍ରକ୍ରିୟାକରଣ ପାଇଁ ଉକ୍ତ କମ୍ପାନୀ କୋଲାବିରା ତହସିଲ ଅନ୍ତର୍ଗତ ସୋଡାମାଲ ଗାଁରେ ଆଠ ଏକର ଜମି ଲିଜ ପାଇଁ ଆବେଦନ କରିଥିଲା। କିନ୍ତୁ ପ୍ରଦୂଷଣ କାରଣରୁ ସମ୍ପୃକ୍ତ ଅଞ୍ଚଳରେ ଆନ୍ଦୋଳନ ହେବା ଫଳରେ ସେ ନିଜେ ଗତ ବର୍ଷ ଅକ୍ଟୋବର ୨୩ ତାରିଖରେ ଏହି ଜମି ନେବେ ନାହିଁ ବୋଲି କୋଲାବିରା ତହସିଲକୁ ଚିଠି ଲେଖିଥିଲେ। ଏହି କାରଣରୁ ତାଙ୍କ ଆବେଦନକୁ ସେତେବେଳେ ବାତିଲ କରିଦିଆଯାଇଥିଲା।

ମାତ୍ର ପରବର୍ତ୍ତୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ବେଦାନ୍ତ ଆବର୍ଜନାର ପ୍ରକ୍ରିୟାକରଣ ପାଇଁ କୋର୍ଟଙ୍କ ଆଦେଶ କ୍ରମେ ଜନଶୁଣାଣି ହୋଇଥିଲା। ସେତେବେଳେ ଏହି ଶୁଣାଣିର ଫଳାଫଳକୁ ଗୁପ୍ତ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ମାତ୍ର କ’ଣ ହେଲା କେଜାଣି ହଠାତ ଚଳିତ ଅକ୍ଟୋବର ୧୯ ତାରିଖରେ ପ୍ରାୟ ୧ କୋଟି ଟଙ୍କା ମୂଲ୍ୟରେ ଉକ୍ତ ଜମି ବିଶାଳ ଦାସଙ୍କ କମ୍ପାନୀକୁ ଲିଜ ସୂତ୍ରରେ ଦେବା ପାଇଁ ଇଡକୋ କର୍ତ୍ତୃପକ୍ଷ କୋଲାବିରା ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଠାରେ ସୂଚନାଯୋଗ୍ୟ ଯେ ବିଶାଳଙ୍କ ସହିତ ସମ୍ପୃକ୍ତ ଜମି ପାଇଁ ଦିଲ୍ଲୀପ ସିଂହଦେଓ ନାମକ ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆବେଦନ କରିଥିଲେ। ସେଠାରେ ସେ ଗୋପାଳନ କରିବେ ବୋଲି ନିଜ ଆବେଦନରେ ଦର୍ଶାଇଥିଲେ। ତେବେ ଦିଲ୍ଲୀପଙ୍କୁ ନଦେଇ ହଠାତ ନବ ଦାସଙ୍କ ପୁଅଙ୍କ ନାମରେ ଏହି ଜମି କାହିଁକି ତରବରିଆ ଭାବରେ ଆବଣ୍ଟିତ କରାଯାଇଛି ସେନେଇ ଏବେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: ମହିଳା ଭୋଟରଙ୍କୁ ଦିବ୍ୟାଙ୍ଗ ଦର୍ଶାଇ ନିଆଗଲା ପୋଷ୍ଟାଲ୍‌ ବାଲାଟ୍‌ରେ ଭୋଟ୍

Odia News Odisha News