‘ଲକ୍ଷଣ ନ ଥିଲେ ଟେଷ୍ଟିଂ କରାନ୍ତୁ ନାହିଁ, ମେଡିସିନ ବି ଅନାବଶ୍ୟକ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବା ବେଳେ ଆଖି ପିଛୁଳାକେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା।  ଦୈନିକ ସଂକ୍ରମଣରେ ଲଗାତାର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି। ଅପରପକ୍ଷେ, ଆକ୍ଟିଭ୍ କେସ୍ ୫୦ ହଜାର ପାର୍ କରିଛି। ହେଲେ ଏହାକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ତୃତୀୟ ଲହରରେ ଆଜି ସୁଦ୍ଧା ୬୧ […]

public health director

Niharika Rout
  • Published: Saturday, 15 January 2022
  • , Updated: 15 January 2022, 01:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାର ତୃତୀୟ ଲହର ଆରମ୍ଭ ହୋଇ ଯାଇଥିବା ବେଳେ ଆଖି ପିଛୁଳାକେ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା।  ଦୈନିକ ସଂକ୍ରମଣରେ ଲଗାତାର ୧୦ ହଜାର ପ୍ଲସ୍ ଟ୍ରେଣ୍ଡ ଜାରି ରହିଛି। ଅପରପକ୍ଷେ, ଆକ୍ଟିଭ୍ କେସ୍ ୫୦ ହଜାର ପାର୍ କରିଛି। ହେଲେ ଏହାକୁ ନେଇ ଭୟଭୀତ ହେବା ଆବଶ୍ୟକ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର  ।

ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ତୃତୀୟ ଲହରରେ ଆଜି ସୁଦ୍ଧା ୬୧ ହଜାର ପଜିଟିଭଙ୍କ ମଧ୍ୟରୁ ୧୧ଶହ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ରାଜ୍ୟରେ ହସ୍ପିଟାଲାଇଜେସନ ୨%ରୁ ବି କମ୍ ରହିଛି । ICUରେ ଅଛନ୍ତି ୩୫୦ରୁ ୩୬୦ ଆକ୍ରାନ୍ତ । ତେଣୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ବି ଲକ୍ଷଣ ନ ଥିଲେ ଟେଷ୍ଟିଂ ଆବଶ୍ୟକତା ନାହିଁ । ଏନେଇ ସବୁ ଜିଲ୍ଲାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇ ଦିଆଯାଇଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ  ।

ଏହାବାଦ ସେ କହିଛନ୍ତି, ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ୍ ଦରକାର ନାହିଁ । ଯାହାର ଲକ୍ଷଣ ନାହିଁ ସେମାନଙ୍କୁ କିଛି ମେଡିସିନ ଦିଅଯାଉନି। ଲକ୍ଷଣ ଦେଖାଦେଲେ ହିଁ ମେଡିସିନ ଦିଆଯାଉଛି।  ତେଣୁ ଅନାବଶ୍ୟକ ଭାବେ ମନଇଚ୍ଛା ମେଡିସିନ ବ୍ୟବହାର ନ କରିବାକୁ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।

ଏଥିସହ ସେ କହିଛନ୍ତି, କରୋନା ଆକ୍ରାନ୍ତଙ୍କ ସଙ୍ଗରୋଧ ଅବଧୀ ସରିବା ପରେ ଆରଟିପିସିଆରର ଆବଶ୍ୟକତା ନାହିଁ ବୋଲି । କେବଳ ଯେଉଁମାନେ ଆଇସିୟୁରେ ରହୁଛନ୍ତି, ଗୁରୁତର ହେଉଛନ୍ତି ସେମାନେ ସୁସ୍ଥ ହେବା ପରେ ଟେଷ୍ଟ କରାଯାଉଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୮୫୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୨୧ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩,୪୯୬  ଆକ୍ରାନ୍ତ  ଚିହ୍ନଟ  ହୋଇଛନ୍ତି।

https://youtu.be/K4M_o2iY3_w

 

Related story