ଆଇନ୍‌ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଫସି ଯାଇଛନ୍ତି କି ପୁଲିସ ବାବୁ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଫସିଗଲେ କି ପୁଲିସ ବାବୁ? ବହୁ ଚର୍ଚ୍ଚିତ ମାହାଙ୍ଗା ଡ଼ବଲ ମର୍ଡର ଘଟଣାରେ ଏବେ ଅଡୁଆରେ ପଡ଼ିଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ତାଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି। ଡିସେମ୍ବର ୧୦ ସୁଦ୍ଧା ନୋଟିସର ଜବାବ ଦେବା ପାଇଁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେବଳ ସେତିକି ନୁହେଁ, ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ […]

IIC

IIC

Ordigital Desk
  • Published: Saturday, 04 December 2021
  • Updated: 04 December 2021, 06:21 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମନ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଫସିଗଲେ କି ପୁଲିସ ବାବୁ? ବହୁ ଚର୍ଚ୍ଚିତ ମାହାଙ୍ଗା ଡ଼ବଲ ମର୍ଡର ଘଟଣାରେ ଏବେ ଅଡୁଆରେ ପଡ଼ିଛନ୍ତି ମାହାଙ୍ଗା ଥାନା ଆଇଆଇସି ନିହାର ମହାନ୍ତି। ତାଙ୍କୁ କାରଣ ଦର୍ଶାଇ ନୋଟିସ୍‌ ଜାରି କରିଛନ୍ତି ସାଲେପୁର ଜେଏମ୍‌ଏଫ୍‌ସି। ଡିସେମ୍ବର ୧୦ ସୁଦ୍ଧା ନୋଟିସର ଜବାବ ଦେବା ପାଇଁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କେବଳ ସେତିକି ନୁହେଁ, ୧୦ ତାରିଖ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ମାହାଙ୍ଗା ପୁଲିସ୍‌ ମାଗିଥିବା ମାସେ ଟାଇମ୍‌ ପିଟିସନକୁ ଖାରଜ କରିଦେଇଛନ୍ତି ଜେଏମ୍‌ଏଫ୍‌ସି କୋର୍ଟ। ଆଉ ପଚାରିଛନ୍ତି,  ତମ ବିରୋଧରେ କାହିଁକି ଶୃଙ୍ଖଳଗତ କାର୍ଯ୍ୟାନୁଷ୍ଠାନ ହେବନାହିଁ? ଏହାର ଜବାବ ନୋଟିସରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତ ବର୍ଷ ଜାନୁଆରୀ ୨ ତାରିଖ ସନ୍ଧ୍ୟାରେ ମାହାଙ୍ଗାର ବରିଷ୍ଠ ବିଜେପି ନେତା କୁଳମଣି ବରାଳ (୭୪) ଓ ସଂପର୍କୀୟ ଦିବ୍ୟ ସିଂହ ବରାଳ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ମାମଲାରେ ଥାନାରେ ଦିଆଇଥିବା ଏଫ୍‌ଆଇଆର୍‌ରେ ୧୩ ନମ୍ୱରେ ଥିଲା ଆଇନ୍‌ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ। ହେଲେ ପରବର୍ତ୍ତି ସମୟରେ ତାଙ୍କ ନାଁକୁ ଏଫ୍‌ଆଇଆର୍‌ରୁ କାଟି ଦିଆଯାଇଥିଲା। ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ।

ଡ଼ବଲ ମର୍ଡର ମାମଲାରେ ପ୍ରୋଟେଷ୍ଟ ପିଟିସନର ଶୁଣାଣି କରି ମାମଲାର ପୁନଃ ତଦନ୍ତ କରି ସାନି ଚାର୍ଜସିଟ୍ କରିବାକୁ ମାହାଙ୍ଗା ଥାନା ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମଏଫସି। ଅଗଷ୍ଟ ମାସରୁ ଏହି ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ୩ ମାସ ହେଲା କେବଳ ସମୟ ଗଡ଼ାଇ ଚାଲିଥିଲା ପୁଲିସ୍‌। ନା ଘଟଣାର ପୁନଃ ତଦନ୍ତ କରୁଥିଲା ନା ଚାର୍ଜସିଟ୍ ଦାଖଲ କରୁଥିଲା ପୁଲିସ୍‌। ଯେଉଁଥିପାଇଁ କୋର୍ଟ ମାହାଙ୍ଗା ଥାନା ଅଧିକାରୀଙ୍କୁ ଉତ୍ସନା କରିଥିଲେ। ଏପରିକି ନଭେମ୍ବର ୨୫ ତାରିଖ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏଫ୍‌ଆଇଆର୍‌ରେ ୧୩  ନମ୍ବର ମୁଦାଲା ଭାବେ ସ୍ଥାନ ପାଇଥିବା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ।

ଏହି ଅଭିଯୋଗରେ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ତଥା ପିଏ ବାପି ବିଶ୍ୱାଳ, ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ମୃତ ପ୍ରଫୁଲ୍ଲ ବିଶ୍ୱାଳ ଓ ବ୍ଲକ ଅଧ୍ୟକ୍ଷ ଶରତ ନାୟକଙ୍କ ସିଡିଆର ରିପୋର୍ଟ ନଭେମ୍ବର ୨୯ ତାରିଖରେ ସୁଦ୍ଧା କୋର୍ଟରେ ଦାଖଲ ପାଇଁ ମାହାଙ୍ଗା ଥାନା ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ ସାଲେପୁର ଜେଏମ୍‌ଏଫ୍‌ସି। ମାତ୍ର ପୁଲିସ୍‌ ଦାଖଲ କରିନଥିଲା।

ସେପଟେ ଜେଏମ୍‌ଏଫ୍‌ସି କୋର୍ଟ ବିଚାରପତି ନଭେମ୍ବର ୨୯ ତାରିଖରେ ଛୁଟିରେ ଥିବାରୁ ୨ ତାରିଖରେ ସିଡ଼ିଆର୍‌ ରିପୋର୍ଟ ଓ ପୁନଃ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ୨ ତାରିଖରେ ପୁଲିସ୍‌ ରିପୋର୍ଟ ଦାଖଲ କରିନଥିଲା। ଏହାକୁ ବିଚାର କରି କୋର୍ଟ କ୍ଷୁବ୍ଧ ହେବା ସହ ଆଇଆଇସିଙ୍କୁ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଇଆଇସି ମହାଶୟ ୩ ତାରିଖରେ ବ୍ୟକ୍ତିଗତ ହାଜର ହେବା ପରିବର୍ତ୍ତେ ସରକାରୀ ଓକିଲ ମାଧ୍ୟମରେ ୪ ସପ୍ତାହ ସମୟ ମାଗିଥିଲେ। ଯାହାକୁ ନେଇ କୋର୍ଟ ଅବମାନନା ହୋଇଥିବା ନେଇ ଏବେ ଥାନା ଅଧିକାରୀଙ୍କୁ ନୋଟିସ୍‌ କରିଛନ୍ତି ସାଲେପୁର ଜେଏମଏଫସି। ଏହା ସହ ଡିସେମ୍ବର ୧୦ ତାରିଖ ସାଢ଼େ ୧୦ ସୁଦ୍ଧା ପୁନଃ ତଦନ୍ତ ରିପୋର୍ଟ ଓ ତିନି ଜଣଙ୍କ ସିଡିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ସିଡିଆର୍‌ ରିପୋର୍ଟ ନାହିଁ, ତାହା ହେଲେ ସେ ସମ୍ପର୍କରେ କୋର୍ଟଙ୍କୁ ଜଣାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story