ଲକ୍‌ଡାଉନ୍‌ରେ ଭୁବନେଶ୍ୱରରେ ମିଳୁଛି ଯାହାକୁ ଯେତେ ମଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶ ଭଳି ରାଜଧାନୀ ଭୁବନେଶ୍ୱର ବି ଲକ୍‌ଡାଉନ୍‌ରେ ଅଛି। ଖାଲି ଲକ୍‌ଡାଉନ୍‌ ନୁହେଁ, ଏହା ରେଡ୍‌ ଜୋନ୍‌ରେ ବି ରହିଛି। ତେଣୁ କଡ଼ା କଟକଣା ଲାଗୁ ହୋଇଛି। କେବଳ ଅନୁମତି ମିଳିଥିବା ଦୋକାନ ଖୋଲୁଛି। ଅନ୍ୟାନ୍ୟ ଅନେକ ଦୋକାନ ଭଳି ମଦ ଦୋକାନ ଗୁଡ଼ିକୁ ମଧ୍ୟ ଖୋଲିବା ପାଇଁ ଅନୁମତି ମିଳିନାହିଁ। କିନ୍ତୁ ମଦ ବିକ୍ରି ଚାଲିଛି। ଲୁଚାଛପା ନୁହେଁ, ପୂରା ପସରା ବି ଖୋଲୁଛି। ରାଜଧାନୀର ପୂରା କେନ୍ଦ୍ରସ୍ଥଳରେ ଏମିତି […]

liquor

liquor

Jitendra Garnayak
  • Published: Tuesday, 05 May 2020
  • Updated: 05 May 2020, 02:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ଦେଶ ଭଳି ରାଜଧାନୀ ଭୁବନେଶ୍ୱର ବି ଲକ୍‌ଡାଉନ୍‌ରେ ଅଛି। ଖାଲି ଲକ୍‌ଡାଉନ୍‌ ନୁହେଁ, ଏହା ରେଡ୍‌ ଜୋନ୍‌ରେ ବି ରହିଛି। ତେଣୁ କଡ଼ା କଟକଣା ଲାଗୁ ହୋଇଛି। କେବଳ ଅନୁମତି ମିଳିଥିବା ଦୋକାନ ଖୋଲୁଛି। ଅନ୍ୟାନ୍ୟ ଅନେକ ଦୋକାନ ଭଳି ମଦ ଦୋକାନ ଗୁଡ଼ିକୁ ମଧ୍ୟ ଖୋଲିବା ପାଇଁ ଅନୁମତି ମିଳିନାହିଁ। କିନ୍ତୁ ମଦ ବିକ୍ରି ଚାଲିଛି। ଲୁଚାଛପା ନୁହେଁ, ପୂରା ପସରା ବି ଖୋଲୁଛି। ରାଜଧାନୀର ପୂରା କେନ୍ଦ୍ରସ୍ଥଳରେ ଏମିତି ଘଟୁଥିଲେ ହେଁ ପୁଲିସ୍ କି ଅବକାରୀ ବିଭାଗ ଏହାର ଟେର୍ ପାଇ ପାରି ନାହାନ୍ତି। ତେବେ ’ଓଟିଭି’ର କ୍ୟାମେରାରେ କଏଦ ହୋଇଛି ଏ ସବୁ ଦୃଶ୍ୟ।

ଜୟଦେବ ବିହାରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିକ୍ରି ହେଉଛି ଦେଶୀ ମଦ। ଶତାଧିକ ଲୋକ ମଦ ରାନ୍ଧି ବିକ୍ରି କରୁଛନ୍ତି। ବୋତଲ ଗୋଟାକୁ ୧୨୦ ଟଙ୍କା ନେଉଛନ୍ତି। ଏଠାରେ ଜଣେ କି ଦୁଇ ଜଣେ ନୁହେଁ, ୧୦୦ରୁ ଅଧିକ ଘର ଦେଶୀ ମଦ ପ୍ରସ୍ତୁତ କରୁଛନ୍ତି। ’ଓଟିଭି’ ପ୍ରତିନିଧି କିଛି ସ୍ଥାନୀୟ ବାସିନ୍ଦାକୁ ପଚାରିଥିଲେ ଯେ ଏଠାରେ କେତେ ଘର ମଦ ତିଆରି କରିଛନ୍ତି। ଉତ୍ତର ଆସିଲା- ସବୁ ସବୁ, ଟୋଟାଲ୍ ଯେତିକି ଅଛି। ରିପୋର୍ଟର ପଚାରିଲେ- ୧୦୦ ଘର ହେବ? ଉତ୍ତର ମିଳିଲା- ବେଶି ହେବ। ଏହା ସହିତ ପୁଲିସ୍ ଯାଞ୍ଚ କରିବାକୁ ଆସୁ ନଥିବା କହିଥିଲେ ସ୍ଥାନୀୟ ଲୋକେ।

ସେହିପରି ନୀଳାଦ୍ରିବିହାର ଅଞ୍ଚଳର ଏକ ବସ୍ତିରେ ବି ଦେଶୀ ମଦ ବେପାର ଚାଲିଛି। ‘ଓଟିଭି’ ପ୍ରତିନିଧି ସେଠାରେ ପହଞ୍ଚିଲା ବେଳକୁ ଏକ ଘର ସାମ୍ନାରେ ଦେଶୀ ମଦ ଓ ଗଞ୍ଜେଇ ଆସର ଜମିଥିଲା। ଘର ଭିତରୁ ଥାଇ ଜଣେ ଯୁବକ ମଦ ବଢ଼େଇ ଦେଉଥିଲେ। ସେହିପରି ଆଉ ଏକ ସ୍ଥାନରେ ଜଣେ ମହିଳା ଫ୍ରିଜ୍‌ରେ ମଦ ରଖି ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ‘ଓଟିଭି’ ପ୍ରତିନିଧି ତାଙ୍କୁ ଦାମ୍ କେତେ ବୋଲି ପଚାରିଥିଲେ। ଜବାବରେ ସେ କହିଥିଲେ ଗ୍ଲାସ୍ ୬୦ ଟଙ୍କା।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଜାରି ପରେ ଗତକାଲି ଠାରୁ କିଛି ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ଆମ ରାଜ୍ୟରେ ମଦ ଦୋକାନ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇ ନଥିବା ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ସ୍ଥିତିର ତର୍ଜମା କରାଯାଇ ଏ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

https://youtu.be/oNONCUNsNL8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story