ଅନୁଗୋଳ(ବିରଜା ଦାଶ): ତାଳଚେରର ଗଣେଶ ପୂଜାର ଆଜି ଭସାଣ ଉତ୍ସବ। ଏଥର ଭସାଣର ମୁଖ୍ୟ ଆକର୍ଷଣ ରହିଛି ଆଜ୍ଞାଲଡ଼ୁ। ଚଳିତବର୍ଷ ୭ ଲକ୍ଷ ୫୦ ହଜାର ଟଙ୍କାରେ ପ୍ରଭୁ ଗଜାନନଙ୍କ ଆଜ୍ଞା ଲଡ଼ୁ ନିଲାମ ହୋଇଛି। ଲଡୁ ନିଲାମରେ ୫ଟି ଅନୁଷ୍ଠାନ ଭାଗ ନେଇଥିଲେ। ତେବେ ସର୍ବଶ୍ରେଷ୍ଠ ନିଲାମଧାରୀ ହୋଇଛନ୍ତି ଲାଲବାଗ ରାଜା।
୧୧ କ୍ୱିଣ୍ଟାଲ୍ରୁ ଅଧିକ ଓଜନ ବିଶିଷ୍ଟ ଏହି ବିଶାଳ ଲଡ଼ୁକୁ ନିଲାମସ୍ଥଳକୁ ନେବା ପାଇଁ ଏକ କ୍ରେନର ସାହାଯ୍ୟ ନିଆଯାଇଛି। କେନ୍ଦ୍ରୀୟ ଗଣେଶ ପୂଜା କମିଟି, ତାଳଚେରର ସଭାପତି ତଥା ଉପଜିଲ୍ଲାପାଳ ପରେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ, ଢେଙ୍କାନାଳ ସାଂସଦ, ଅନୁଗୋଳ ଜିଲ୍ଲାପାଳ, ଏସ୍ଡିପିଓ ଓ ପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ।
#Watch: Immersion ceremony of Lord Ganesh underway in Talcher #Odisha pic.twitter.com/9HxpNlaI4V
— OTV (@otvnews) September 14, 2019