ଧରାପୃଷ୍ଠରୁ ବିଦାୟ ନେଲେ ମାଆ

ଭବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା ଦଶହରା। ନିରାଡ଼ମ୍ବର ଉତ୍ସବରେ ମାଆଙ୍କୁ ଦିଆଗଲା ମେଲାଣି। କରୋନା ପାଇଁ ଏଥର ସବୁଠି ବିନା ବାଜାବାଣ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଭସାଣ ଯାତ୍ରା ଅନୁଷ୍ଠିତ ହୋଇଛି। ଲଘୁଚାପ ପ୍ରଭାବରେ ଝିପି ଝିପି ବର୍ଷାରେ ମଣ୍ଡପ କର୍ମକର୍ତ୍ତା ମାଆଙ୍କୁ ବିଦାୟ ଜଣାଇଛନ୍ତି। କଟକ ସହରରେ ବିଭିନ୍ନ ପୂଜା ମଣ୍ଡପରୁ ଆଜି ମାଆଙ୍କ ପ୍ରତିମୂର୍ତ୍ତିକୁ କେବଳ ଘଣ୍ଟ ବଜାଇ ସିଧାସଳଖ କୃତ୍ରିମ ପୁଷ୍କରିଣୀ ନିକଟକୁ ନିଆଯାଇଥିଲା। ଦେବୀଗଡା ସମେତ ଉଭୟ କାଠଯୋଡି ଓ ମହାନଦୀର ୬ଟି […]

Cuttack

Manoranjan Sial
  • Published: Saturday, 16 October 2021
  • , Updated: 16 October 2021, 08:39 PM IST

ଭବନେଶ୍ୱର(ଓଡ଼ିଶା ରିପୋର୍ଟର): ସରିଲା ଦଶହରା। ନିରାଡ଼ମ୍ବର ଉତ୍ସବରେ ମାଆଙ୍କୁ ଦିଆଗଲା ମେଲାଣି। କରୋନା ପାଇଁ ଏଥର ସବୁଠି ବିନା ବାଜାବାଣ ଓ ସଂସ୍କୃତିକ କାର୍ଯ୍ୟକ୍ରମରେ ଭସାଣ ଯାତ୍ରା ଅନୁଷ୍ଠିତ ହୋଇଛି। ଲଘୁଚାପ ପ୍ରଭାବରେ ଝିପି ଝିପି ବର୍ଷାରେ ମଣ୍ଡପ କର୍ମକର୍ତ୍ତା ମାଆଙ୍କୁ ବିଦାୟ ଜଣାଇଛନ୍ତି।

କଟକ ସହରରେ ବିଭିନ୍ନ ପୂଜା ମଣ୍ଡପରୁ ଆଜି ମାଆଙ୍କ ପ୍ରତିମୂର୍ତ୍ତିକୁ କେବଳ ଘଣ୍ଟ ବଜାଇ ସିଧାସଳଖ କୃତ୍ରିମ ପୁଷ୍କରିଣୀ ନିକଟକୁ ନିଆଯାଇଥିଲା। ଦେବୀଗଡା ସମେତ ଉଭୟ କାଠଯୋଡି ଓ ମହାନଦୀର ୬ଟି ସ୍ଥାନରେ କ୍ରୁତିମ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯାଇଛି। ଶାନ୍ତିଶୃଙ୍ଖଳାରେ ୧୭୦ ମେଢ ବିସର୍ଜନ ପାଇଁ କମିଶନରେଟ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ୩୨ ପ୍ଲାଟୁନ ପୁଲିସ ଫୋର୍ସ ସହ ୧୦୦ ପୁଲିସ ଅଫିସର ନିୟୋଜିତ ହୋଇଥିଲେ।

ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଚଳିତବର୍ଷ ବିଭିନ୍ନ ମଣ୍ଡପରେ ମୋଟ ୧୬୪ଟି ମେଢ ହୋଇଥିଲା। ଏସବୁ ମୂର୍ତ୍ତିକୁ କୁଆଖାଇ ଓ ଦୟାନଦୀ ବନ୍ଧ ପାର୍ଶ୍ୱରେ ହୋଇଥିବା ଅସ୍ଥାୟୀ ପୋଖରୀରେ ବିସର୍ଜନ କରାଯାଇଛି।

ସେପଟେ କୋଭିଡ କଟକଣାରେ ପୁରୀ ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହୋଇଛି ଗୋଷାଣୀ ଯାତ୍ରା। ପ୍ରାୟ ୩୫ଟି ମେଢ ବିସର୍ଜନ ପାଇଁ ମଙ୍ଗଳାଘାଟରେ ନିର୍ମିତ କ୍ରୁତ୍ରିମ ପୋଖରୀକୁ ନିଆଯାଇଥିଲା। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Related story