ଫଟୋରେ ଫଟୋରେ ଏକଲବ୍ୟ ପୁରସ୍କାର-୨୦୧୮ ଉତ୍ସବ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ  ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଭେଙ୍ଗସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି। ଏହି ପୁରସ୍କାର ସମାରୋହରେ  ଭାରତ୍ତୋଳକ ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ […]

eklabya

eklabya

Tapas Behera
  • Published: Sunday, 04 November 2018
  • Updated: 04 November 2018, 09:35 PM IST

Sports

Latest News

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କୁ  ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଭେଙ୍ଗସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତାଙ୍କୁ ପୁରସ୍କୃତ କରିଛନ୍ତି।

ଏହି ପୁରସ୍କାର ସମାରୋହରେ  ଭାରତ୍ତୋଳକ ଝିଲି ଦଳବେହେରା ଓ ବ୍ୟାଡମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡାଙ୍କୁ ମଧ୍ୟ ସାଇଟେସନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଉଭୟଙ୍କୁ ମାନପତ୍ରର ସହ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଇମ୍ଫା ଦ୍ୱାରା ପରିଚାଳିତ 'ଇମ୍ପାକ୍ଟ' ପକ୍ଷରୁ ପ୍ରତିବର୍ଷ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଏହି ପରିପ୍ରେକ୍ଷୀରେ ଆଜିର ଏହି ସମାରୋହର କିଛି ଫଟୋ ଝଲକ ଦେଖନ୍ତୁ।

ଅତିଥିଙ୍କ ଗହଣରେ ପୁରସ୍କାର ବିଜେତା

ଏ ବର୍ଷର ଏକଲବ୍ୟ ପୁରସ୍କାର ବିଜୟିନୀ ଲିଲିମା ମିଞ୍ଜ(ଡାହାଣ), ନିକଟରେ ଅଛନ୍ତି ଋତୁପର୍ଣ୍ଣା ପଣ୍ଡା

 

 

ଅତିଥିଙ୍କ ଗହଣଣରେ ଋତୁପର୍ଣ୍ଣା ପଣ୍ଡା

ଉଦ୍‌ବୋଧନ ଦେଉଛନ୍ତି ବୈଜୟନ୍ତ ପଣ୍ଡା

ଉଦ୍‌ବୋଧନ ଦେଉଛନ୍ତି ଲିଲିମା ମିଞ୍ଜ

ଦର୍ଶକଙ୍କ ଗହଣରେ ଓଟିଭିର କୋ-ଫାଉଣ୍ଡର୍ ଜଗିମଙ୍ଗତ ପଣ୍ଡା

ନିମନ୍ତ୍ରିତ ଅତିଥି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos