ତ୍ରୁଟିପୂର୍ଣ୍ଣ ଟିକସ ସଂଗ୍ରହ ନୀତି, ୧୫୨୧ କୋଟି ଟଙ୍କା କ୍ଷତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅଫିସରମାନଙ୍କର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ କେବଳ ୨୦୧୯-୨୦ ଆର୍ଥିକ ବର୍ଷରେ ୫ଟି ବିଭାଗରୁ ୧୫୨୧.୯୬କୋଟି ଟଙ୍କାର କମ୍ ରାଜସ୍ୱ ମିଳିଛି। ଏସବୁ ବିଭାଗ ଅଧୀନରେ ଭ୍ୟାଟ, ପ୍ରବେଶ କର, ଜିଏସଟି, ଅବକାରୀ ଶୁଳ୍କ, ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଫି’, ମୋଟର ଯାନ କର ଓ ଅନ୍ୟାନ୍ୟ ଅଣକର ରାଜସ୍ୱ ପ୍ରାପ୍ତିରେ ଏହି ରାଜସ୍ୱ କ୍ଷତିକୁ ସିଏଜି ଧରିଛନ୍ତି। ଏହାସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ୍ ପାଇଁ ପଡ଼ିରହିଥିବା ୬୭୯୧.୫୪କୋଟି ଟଙ୍କାର […]

incomtax....

incomtax....

Ordigital Desk
  • Published: Friday, 10 December 2021
  • Updated: 10 December 2021, 11:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅଫିସରମାନଙ୍କର ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ କେବଳ ୨୦୧୯-୨୦ ଆର୍ଥିକ ବର୍ଷରେ ୫ଟି ବିଭାଗରୁ ୧୫୨୧.୯୬କୋଟି ଟଙ୍କାର କମ୍ ରାଜସ୍ୱ ମିଳିଛି। ଏସବୁ ବିଭାଗ ଅଧୀନରେ ଭ୍ୟାଟ, ପ୍ରବେଶ କର, ଜିଏସଟି, ଅବକାରୀ ଶୁଳ୍କ, ଷ୍ଟାମ୍ପ ଶୁଳ୍କ ଓ ନିବନ୍ଧନ ଫି’, ମୋଟର ଯାନ କର ଓ ଅନ୍ୟାନ୍ୟ ଅଣକର ରାଜସ୍ୱ ପ୍ରାପ୍ତିରେ ଏହି ରାଜସ୍ୱ କ୍ଷତିକୁ ସିଏଜି ଧରିଛନ୍ତି। ଏହାସହିତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ୍ ପାଇଁ ପଡ଼ିରହିଥିବା ୬୭୯୧.୫୪କୋଟି ଟଙ୍କାର ବକେୟାକୁ ସରକାର ତୁରନ୍ତ ସମାଧାନ କରିବା ଆବଶ୍ୟକ ବୋଲି ସିଏଜି ପରାମର୍ଶ ଦେଇଛନ୍ତି ।

ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୦ ମାର୍ଚ୍ଚରେ ସମାପ୍ତ ବର୍ଷ ପାଇଁ ରାଜସ୍ୱ କ୍ଷେତ୍ରର ସିଏଜି ରିପୋର୍ଟକୁ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ଯେ, ଓଡ଼ିଶା ଭାଟ୍ ସହ ଓଏସଟି, ସିଏସଟି, ଜିଏସଟି, ପ୍ରବେଶ କର, ବୃତ୍ତିଗତ କର ଓ ମନୋରଞ୍ଜନ କର ପ୍ରାପ୍ତି ଅନ୍ତର୍ଗତ ଭୁଲ୍ ସମୀକ୍ଷା ଓ ବିବରଣୀ ଯୋଗୁ ରାଜସ୍ୱ କ୍ଷତି ହୋଇଛି । ଖଣିଜ ସମ୍ପଦ ଉପରେ କମ୍ ରୟାଲିଟି, ସୁଧ ସହ ଡେଡ୍ ରେଣ୍ଟ ଅସୁଲି ନହେବା, ଧାତୁ ପଥରର ବେନିୟମ ଖନନ, ନିଷ୍କାସନ ଉପରେ ରାଜସ୍ୱ ହାନି ଓ ରୟାଲିଟି ଫାଙ୍କିବା ଯୋଗୁ ଏହି କ୍ଷତି ହୋଇଛି । ଅଡିଟ୍ ରିପୋର୍ଟ ଅନୁସାରେ, ୫ଟି ବିଭାଗ ଯଥା ଅର୍ଥ, ଅବକାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ମୋଟ ୨୭୦୭୭ଟି ମାମଲାରେ ୧୫୯୨.୯୬କୋଟି ଟଙ୍କାର କମ୍ କର ବସାଣ ଯୋଗୁ ରାଜସ୍ୱ ହାନି ହୋଇଛି । ଏହି ବର୍ଷରେ ସମୀକ୍ଷା ଦ୍ୱାରା ସୂଚିତ ହୋଇଥିବା ୨୬,୪୭୫ଟି ମାମଲାରେ ଜଡ଼ିତ ୧୫୨୧.୭୯କୋଟି ଟଙ୍କାର କମ୍ ନିର୍ଦ୍ଧାରଣ ଓ ଅନ୍ୟାନ୍ୟ ଅନିୟମିତତାକୁ ସମ୍ପୃକ୍ତ ବିଭାଗଗୁଡ଼ିକ ସ୍ୱୀକାର କରିଛନ୍ତି । ୧୮୬୦.୦୭କୋଟି ଟଙ୍କାର ରାଜସ୍ୱ ଆଦାୟ ଦୀର୍ଘ ୫ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଛି । ଓଡିଶା ଭ୍ୟାଟ , ପ୍ରବେଶ କର ଓ ମୋଟର ଯାନ ସମ୍ପର୍କିତ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ ମାମଲାରେ ୬୭୯୧.୫୪କୋଟି (୫୧.୫୮%)ର ବକେୟା ପଡ଼ିରହିଛି । ସେିହପରି ୨୦୧୯-୨୦ରେ ୧୨୯୫.୪୭କୋଟି ଟଙ୍କା ଜଡ଼ିତ ୫୯୯ଟି ଟ୍ୟାକ୍ସ ଡକ୍ୟୁମେଣ୍ଟ, ରିଟର୍ଣ୍ଣ, ଅର୍ଥ ଫେରସ୍ତ ରେଜିଷ୍ଟର ଓ ଅନ୍ୟାନ୍ୟ ପ୍ରାସିଙ୍ଗିକ ଅଭିଲେଖା ସମୀକ୍ଷାକୁ ଯାଂଚ ନିମନ୍ତେ ଉପଲବ୍ଧ କରାଯାଇନଥିଲା ବୋଲି ସିଏଜି ଦର୍ଶାଇଛନ୍ତି ।

ସିଏଜି ସୁପାରିଶ କରିଛନ୍ତି ଯେ, ବର୍ଷ ପ୍ରାରମ୍ଭରେ ଥିବା ବକେୟା ଦାବିଗୁଡ଼ିକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ଅର୍ଥ ଫେରସ୍ତ ମାମଲାଗୁଡ଼ିକୁ ବିଭାଗ ଦ୍ୱାରା ତ୍ୱରାନ୍ୱିତ କରାଯିବା ଉଚିତ୍ । ଓଏସଟି ଅଧୀନରେ ୨୬ଟି ମାମଲା ଦୀର୍ଘଦିନ ଧରି ପଡ଼ି ରହିଛି । ଯାହାକି ୨୦୧୪ ମସିହା ପରଠୁ ଅଡିଟ୍ ରିପୋର୍ଟରେ ପ୍ରକାଶିତ ହେଉଛି । ତା’ର ତ୍ୱରିତ୍ ଫଇସଲା ହେବା ଉପରେ ବିଭାଗୁଡ଼ିକ ବିଚାର କରିପାରନ୍ତି । ୬୭୯୧.୫୪ଳ କୋଟି ଟଙ୍କାର ଟିକସ ବକେୟା ଏବେ ସରକାରଙ୍କ ନିୟନ୍ତ୍ରଣରେ ଅଛି । ଏହାର ସମାଧାନ ଦିଗରେ ସରକାର ତ୍ୱରିତ୍ ପଦଷକ୍ଷପ ନେବା ଜରୁରୀ ।

ସିଏଜି ଆହୁରି ମଧ୍ୟ କହିଛନ୍ତି ଯେ, ବିଭାଗୀୟ ଅଧିକାରୀମାନେ ଅଡିଟ୍ ପାଇଁ ସର୍ବଦା ଦସ୍ତାବିଜ ଉପଲବ୍ଧ କରାଇବାକୁ ସୁନିଶ୍ଚିତ କରାଯିବା ଦରକାର । ଯଦି ସେମାନେ ଏହା ଉପଲବ୍ଧ କରାଇବାରେ ବିଫଳ ହୁଅନ୍ତି, ସେମାନଙ୍କ ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos