Advertisment

ଧରାପଡ଼ିଲା ମହିଳାଙ୍କ ଚାଲାକି; ଚୋରି ଶିଶୁକୁ ଫେରାଇବାକୁ ଆସି ଫସିଗଲେ

କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲର SNCUରୁ ଗତକାଲି ଚୋରି ହୋଇଥିବା ନବଜାତ ଶିଶୁକନ୍ୟା  ଉଦ୍ଧାର ହୋଇ ସାରିଥିବା ବେଳେ ଏବେ ଏଥିରେ ଆସିଛି ଟ୍ୱିଷ୍ଟ । ନବଜାତକୁ ଫେରାଇବାକୁ ଆସିଥିବା ସ୍ୱିଟି ରାଉତ ନାମ୍ନୀ ମହିଳାଙ୍କୁ ଅଟକ ରଖିଛି ପୁଲିସ୍‌। ପଚରାଉଚରା ପରେ ସେ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ପିଲା ଚୋରି କରିବାକୁ ସ୍ୱିଟି ରାଉତ ନିଜେ ସ୍କ୍ରିପ୍ଟ ରଚିଥିବା ବେଳେ ଏଥିରେ ସାଥ୍‌ ଦେଇଥିଲେ ତାଙ୍କ ସ୍ୱାମୀ ଓ ମା’ ।  […]

ଅଦ୍ୟତନ ହୋଇଛି
ଧରାପଡ଼ିଲା ମହିଳାଙ୍କ ଚାଲାକି; ଚୋରି ଶିଶୁକୁ ଫେରାଇବାକୁ ଆସି ଫସିଗଲେ

ctc

Advertisment

କଟକ(ଓଡ଼ିଶା ରିପୋର୍ଟର): କଟକ ବଡ଼ ମେଡିକାଲର SNCUରୁ ଗତକାଲି ଚୋରି ହୋଇଥିବା ନବଜାତ ଶିଶୁକନ୍ୟା  ଉଦ୍ଧାର ହୋଇ ସାରିଥିବା ବେଳେ ଏବେ ଏଥିରେ ଆସିଛି ଟ୍ୱିଷ୍ଟ । ନବଜାତକୁ ଫେରାଇବାକୁ ଆସିଥିବା ସ୍ୱିଟି ରାଉତ ନାମ୍ନୀ ମହିଳାଙ୍କୁ ଅଟକ ରଖିଛି ପୁଲିସ୍‌। ପଚରାଉଚରା ପରେ ସେ ହିଁ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି।

Advertisment

ପିଲା ଚୋରି କରିବାକୁ ସ୍ୱିଟି ରାଉତ ନିଜେ ସ୍କ୍ରିପ୍ଟ ରଚିଥିବା ବେଳେ ଏଥିରେ ସାଥ୍‌ ଦେଇଥିଲେ ତାଙ୍କ ସ୍ୱାମୀ ଓ ମା’ ।  ମହିଳାଜଣକ ଅନ୍ତସ୍ୱତ୍ତା ନ ଥିବା ବେଳେ ସେ ନିଜକୁ ଏକ ପୁତ୍ର ସନ୍ତାନର ଜନନୀ ବୋଲି କହିବାକୁ ପଛାଇ ନାହାନ୍ତି। ଭୁଲବଶଃତ ନିଜ ପୁଅ ବଦଳରେ ଝିଅକୁ ନେଇ ଯାଇଥିବା ବି କହିବାକୁ ପଛାଇ ନାହାନ୍ତି। ହେଲେ ମେଡିକାଲ ଚେକଅପ୍‌ ପରେ ମହିଳାଜଣକ ଅନ୍ତସ୍ୱତ୍ତ୍ୱା ହିଁ ନ ଥିବା ଜଣାପଡ଼ିଛି। ତେଣୁ ଛୁଆ ଜନ୍ମ ତ ଦୂରର କଥା।

ସୂଚନାଯୋଗ୍ୟ, ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ଏସସିବି ମେଡିକାଲରେ ଯାଁଳା କନ୍ୟା ପ୍ରସବ କରିଥିଲେ  । ଦୁଇଟି ଶିଶୁ କନ୍ୟା ମଧ୍ୟରୁ ସ୍ୱାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ଗତକାଲି ଜଣଙ୍କୁ  SNCUରେ ଭର୍ତ୍ତି କରାଯାଇଥିଲା। ମାତ୍ର ୧୦ ମିନିଟ୍‌ ପରେ SNCUରୁ ତୋଫାନଙ୍କ ନିକଟକୁ ଫୋନ୍‌ ଆସିଥିବା ବେଳେ ତୁମେ ଛୁଆକୁ ନେଇ ଯାଇଛ କି ବୋଲି ପଚରାଯାଇଥିଲା।

Advertisment

ଛୁଆ ହଜି ଯାଇଥିବା ଶୁଣି ତୋଫାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ବହୁ ଖୋଜାଖୋଜି ପରେ ବି ଛୁଆର ସନ୍ଧାନ ନ ମିଳିବାରୁ ପୁଣି ଥରେ ଫେରିପାଇବା ଆଶା ତାଙ୍କର ମଉଳି ଯାଇଥିଲା। ଏନେଇ ସେ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିଥିଲେ। ପୁଲିସ୍‌ ତନାଘନା ଆରମ୍ଭ କରିଥିବା ବେଳେ ଗଣମାଧ୍ୟମରେ ବି ଖବର ପ୍ରଚାରିତ ହୋଇଥିଲା।

ଏହାପରେ ଗତକାଲି ରାତି ପ୍ରାୟ ୧୦ଟା ପରେ କଟକ ପ୍ରତାପନଗରୀର ସ୍ୱିଟି ରାଉତ ନିଜ ସ୍ୱାମୀ ଓ ମା’ଙ୍କ ସହ ଏସସିବିରେ ପହଞ୍ଚିଥିଲେ। ନିଜ ପୁଅ ବଦଳରେ ସେ ଭୁଲ୍‌ରେ ଶିଶୁ କନ୍ୟାଟିକୁ ନେଇ ଯାଇଥିବା କହି ଛୁଆଟିକୁ ଫେରାଇ ଦେଇଥିଲେ।

ତୋଫାନ୍‌ ନିଜ ଝିଅକୁ ଚିହ୍ନିଥିବା ବେଳେ ତାଙ୍କ ଖୁସି ବନ୍ଧମାଡ଼ ମାନି ନ ଥିଲା । ପ୍ରାୟ ସାଢେ ୫ ଘଣ୍ଟା ପିଲାଟି ବାହାରେ ଥିବା ବେଳେ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛ। ଉକ୍ତ ମହିଳାଙ୍କ ସମେତ ପୁଲିସ୍‌ ତାଙ୍କ ସ୍ୱାମୀ ଓ ଶାଶୁଙ୍କୁ ବି ଅଟକ ରଖିଛି।

ଏହାପରେ ମେଡିକାଲ କର୍ତ୍ତୃପକ୍ଷ ଓ ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲେ। ମହିଳାଜଣକ ଏସସିବିରେ ଆଡମିଟ ହୋଇଥିବା ବେଳେ ଗତ ୬ ତାରିଖରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ବୋଲି ପୁଲିସ୍‌ ସମ୍ମୁଖରେ କହିଥିଲେ। ଏନେଇ ସେ କିଛି ଡକ୍ୟୁମେଣ୍ଟ ବି ଦେଖାଇଥିଲେ । ମାତ୍ର ସ୍ତ୍ରୀ ଓ ପ୍ରସୂତି ବିଭାଗର ରେକର୍ଡ ସହ ମେଳ କରାଇବାରୁ ଉକ୍ତ ମହିଳା କେବେବି ଆଡମିଟ ହୋଇନଥିବା ସ୍ପଷ୍ଟ ହେଲା। ଏପରିକି ପୁଲିସ୍‌କୁ ଭୂଆଁ ବୁଲାଇବାକୁ ସେ କରିଥିବା ସମସ୍ତ ଡକ୍ୟୁମେଣ୍ଟ ନକଲି ବୋଲି ଯାଞ୍ଚ ବେଳେ ଧରାପଡ଼ିଲା।

ଏହାପରେ ଘଟଣାର ଅଧିକ ଖୋଳତାଡ଼ କରି ସ୍ୱିଟିଙ୍କର ମେଡିକାଲ ଚେକଅପ୍‌ କରିବାରୁ ସେ ଅନ୍ତସ୍ୱତ୍ତ୍ୱା ହିଁ ନ ଥିବା ଜଣାପଡ଼ିଛି। ତେଣୁ ପିଲା ଚୋରି ଉଦ୍ଦେଶ୍ୟରେ ସେ ମେଡିକାଲ ଆସିଥିବା ସ୍ପଷ୍ଟ ହୋଇଛି। ତେବେ ସ୍ତ୍ରୀ, ପ୍ରସୂତି ବିଭାଗ ତଥା SNCUକୁ ବିନା ପାସ୍‌ରେ ପ୍ରବେଶ ଅନୁମତି ନ ଥିବା ବେଳେ ମହିଳାଜଣକ କିପରି ପ୍ରବେଶ କଲେ, ସେଠାରୁ କିପରି ଛୁଆଟିକୁ ନେବାକୁ ସକ୍ଷମ ହେଲେ ତାହା ସ୍ପଷ୍ଟ ହୋଇପାରିନି।

ନିଜ ଝିଅ ହଜିବା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହିନତାକୁ ଦାୟୀ କରିଛନ୍ତି ତୋଫାନ କୁମାର ଜେନା । ସେମାନଙ୍କ ଅଗୋଚରରେ ବିନା ପାସ୍‌ରେ ଶିଶୁ ଚୋରି କରିନେବା ଅସମ୍ଭବ ବୋଲି କହିବା ସହ ଅଭିଯୁକ୍ତଙ୍କ ସମେତ ଏଥିରେ ସମ୍ପକ୍ତ କର୍ମଚାରୀଙ୍କ ବିରୋଧରେ ବି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।

ଏନେଇ  ଏସସିବିର ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି,  ଅଭିଯୁକ୍ତ ମହିଳାଜଣକ ମିଛ କହୁଥିବା ଧରା ପଡ଼ି ଯାଇଛି। ସେ କେବେବି ଅନ୍ତସ୍ୱତ୍ତ୍ୱା ନ ଥିବା ବେଳେ ପୁଅ ହେବ ଦୂରର କଥା। ତାଙ୍କର ସବୁ ଡକ୍ୟୁମେଣ୍ଟ ଫେକ୍‌ ବୋଲି ଧରାପଡ଼ିଛି।  ପୁଲିସ୍‌ ଏହି ଘଟଣାର ତଦନ୍ତ କରୁଛି। ମେଡିକାଲର ଯିଏ ବି ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗାମୀ ଦିନରେ ସ୍ତ୍ରୀ, ପ୍ରସୂତୀ ବିଭାଗରେ ପ୍ରବେଶକୁ ଆହୁରି କଡ଼ାକଡ଼ି କରିବୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe