ମିଶ୍ରଣ ପର୍ବରେ ନିଲମ୍ବିତ ଚିଲିକା ବିଧାୟକ, କହିଲେ- ଷ୍ଟେଜକୁ ଯିବାର ଅଧିକାର ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ହୋଇଥିଲେ ବି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବେ ବିଜେପି ନେତ୍ରୀ ତଥା ଚିଲିକା ବ୍ଲକ୍‌ ଅଧ୍ୟକ୍ଷା ଝରଣା ବାରିକ ବିଜେଡିରେ ସାମିଲ ହୋଇଥିଲେ। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଉପ-ସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି […]

prasant-jagdev

Niharika Rout
  • Published: Tuesday, 18 January 2022
  • , Updated: 18 January 2022, 04:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ନିଲମ୍ବିତ ହୋଇଥିଲେ ବି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳର ରାଜ୍ୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି। କିଛି ଦିନ ପୂର୍ବେ ବିଜେପି ନେତ୍ରୀ ତଥା ଚିଲିକା ବ୍ଲକ୍‌ ଅଧ୍ୟକ୍ଷା ଝରଣା ବାରିକ ବିଜେଡିରେ ସାମିଲ ହୋଇଥିଲେ। ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଏହି ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ସଭାରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ଉପ-ସଭାନେତ୍ରୀ ପ୍ରମିଳା ମଲ୍ଲିକ ଓ ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ବଳବନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ତୁଙ୍ଗ ନେତାଙ୍କ ଉପସ୍ଥିତିରେ ଝରଣା ବିଜେଡିରେ ମିଶିଥିଲେ।

ଏହି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ସେ ଷ୍ଟେଜରେ ବସି ନଥିଲେ। କିନ୍ତୁ ଏହି ମିଶ୍ରଣ ପର୍ବରେ ସମସ୍ତ କଥା ସେ ବୁଝାବୁଝି କରିଥିଲେ।

[caption id="attachment_707263" align="aligncenter" width="650"] ବିଜେଡି କାର୍ଯ୍ୟଳୟରେ ଦଳରୁ ନିଲମ୍ବିତ ପ୍ରଶାନ୍ତ ଜଗଦେବ[/caption]

ଏନେଇ ପ୍ରଶାନ୍ତ ଜଗଦେବ କହିଛନ୍ତି, ଷ୍ଟେଜକୁ ଯିବାର ଅଧିକାର ମୋର ନାହିଁ। ମୁଁ ତଳେ ରହିବା ଲୋକ । ବନ୍ଧୁକକୁ ସାମ୍ନା କରିବାକୁ ଦମ୍‌ ଅଛି, କିନ୍ତୁ କ୍ୟାମେରାକୁ ନୁହେଁ।

ସୂଚନାଯୋଗ୍ୟ,  ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସି ଅଫିସ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ବିଧାୟକ ପ୍ରଶାନ୍ତ ଜଗଦେବ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହାର ଏକ ଭିଡିଓ ମଧ୍ୟ ସୋଶାଲ୍ ମିଡିଆରେ ଭାଇରାଲ ହୋଇଥିଲା। ଏହି ଘଟଣାରେ ବନ୍ଧା ହେବା ପରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା। ଏହା ସହିତ ତାଙ୍କୁ ଖୋର୍ଦ୍ଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପଦରୁ ମଧ୍ୟ ବିଦା କରାଯାଇଥିଲା।

Related story