ସଚିବସ୍ତରୀୟ ବୈଠକ: ମହାମାରୀରେ ବି ରାଜ୍ୟର ଅଣଟିକସ ରାଜସ୍ୱ ବୃଦ୍ଧି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ରାଜସ୍ୱ ଆଦାୟ ୨୨.୯୪% ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ରାଜ୍ୟର ଅଣଟିକସ ପରିମାଣ ୩୫୦୬ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ଏହା ୩୬୦୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଗତବର୍ଷର ଏହି ଅବଧି ତୁଳନାରେ ପ୍ରାୟ ୩% ଅଧିକ। କରୋନା ମହାମାରୀବେଳେ ରାଜ୍ୟର ଅଣଟିକସ […]

asit

asit

Manoranjan Sial
  • Published: Thursday, 09 July 2020
  • Updated: 09 July 2020, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଙ୍କଟ ମଧ୍ୟରେ ରାଜ୍ୟରେ ରାଜସ୍ୱ ଆଦାୟ ୨୨.୯୪% ପ୍ରତିଶତ ହ୍ରାସ ପାଇଥିଲେ ମଧ୍ୟ ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃଦ୍ଧି ପାଇଛି । ଗତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ରାଜ୍ୟର ଅଣଟିକସ ପରିମାଣ ୩୫୦୬ କୋଟି ଟଙ୍କା ଥିବାବେଳେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ମାସରେ ଏହା ୩୬୦୯କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯାହାକି ଗତବର୍ଷର ଏହି ଅବଧି ତୁଳନାରେ ପ୍ରାୟ ୩% ଅଧିକ। କରୋନା ମହାମାରୀବେଳେ ରାଜ୍ୟର ଅଣଟିକସ ରାଜସ୍ୱ ସଂଗ୍ରହ ପରିମାଣ ବୃଦ୍ଧି ନିଶ୍ଚିତ ଭାବେ ଏକ ଆଶ୍ୱସ୍ତିର ବିଷୟ।

ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ରାଜ୍ୟର ଆର୍ଥିକ ସ୍ଥିତି ସମ୍ପର୍କରେ ଏକ ରିପୋର୍ଟ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ୨୦୨୦ ଜୁନ୍ ଶେଷ ସୁଦ୍ଧା ଅର୍ଥାତ୍ ଆର୍ଥିକ ବର୍ଷର ପ୍ରଥମ ତିନିମାସ ମଧ୍ୟରେ ରାଜ୍ୟର ଟିକସ ଓ ଅଣଟିକସ ରାଜସ୍ୱ ଗତବର୍ଷର ଏହି ଅବଧି ତୁଳନାରେ ପ୍ରାୟ ୨୨.୯୪ ପ୍ରତିଶତ ହ୍ରାସ ପାଇଛି। ଜୁନ୍ ଶେଷ ସୁଦ୍ଧା ମୋଟ ୮୨୦୪କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବାବେଳେ ଗତବର୍ଷ ଏହି ଅବଧିରେ ୧୦୬୪୫କୋଟି ଟଙ୍କା ଆଦାୟ ହୋଇଥିଲା। ମୋଟ୍ ନିଜସ୍ୱ ଟିକସ ପ୍ରାୟ ୩୫ପ୍ରତିଶତ ହ୍ରାସ ପାଇଥିବାବେଳେ ଅଣଟିକସ ରାଜସ୍ୱ ୩% ବଢ଼ିଛି। ୨୦୧୯ ଜୁନ୍ ଶେଷ ସୁଦ୍ଧା ରାଜ୍ୟରେ ଅଣଟିକସ ରାଜସ୍ୱ ୩୫୦୬କୋଟି ଟଙ୍କା ଥିବାବେଳେ ୨୦୨୦ ଜୁନ୍ ଶେଷ ସୁଦ୍ଧା ଏହା ୩୬୦୯ କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଶ୍ରୀ ମୀନା ଆହୁରି ମଧ୍ୟ କହିଥିଲେ ଯେ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ଅର୍ଥାତ୍ ଜୁନ୍ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ବିଭାଗର କାର୍ଯ୍ୟକ୍ରମ ବ୍ୟୟକୁ ଗତ ଆର୍ଥିକବର୍ଷର ଏହି ଅବଧି ତୁଳନାରେ ପ୍ରାୟ ୫.୦୬% ହ୍ରାସ କରାଯାଇଛି। ତେବେ ସାମାଜିକ କ୍ଷେତ୍ର ଓ ଅନ୍ୟାନ୍ୟ କ୍ଷେତ୍ରରେ ସାମାନ୍ୟ ବ୍ୟୟ ଅଧିକ ରହିଛି। ୨୦୨୦ ଜୁନ୍ ମାସ ଶେଷ ସୁଦ୍ଧା ମୋଟ କାର୍ଯ୍ୟକ୍ରମ ବ୍ୟୟ ପ୍ରାୟ ୮୯୨୩ କୋଟି ଟଙ୍କା ଥିବାବେଳେ ଗତବର୍ଷ ଏହି ଅବଧି ମଧ୍ୟରେ ତାହା ପ୍ରାୟ ୯୩୯୯କୋଟି ଟଙ୍କା ଥିଲା। କିନ୍ତୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟକ୍ରମ ସମେତ ସାମାଜିକ କ୍ଷେତ୍ରରେ ବ୍ୟୟ ପରିମାଣ ଜୁନ୍ ମାସ ଶେଷ ସୁଦ୍ଧା ୫୨୮୧ କୋଟି ଟଙ୍କା ରହିଛି। ଗତବର୍ଷ ଜୁନ୍ ମାସ ଶେଷ ସୁଦ୍ଧା ଏହି ବ୍ୟୟ ପରିମାଣ ୪୨୨୫କୋଟି ଟଙ୍କା ଥିଲା। ସେହିପରି ଖାଦ୍ୟ ସୁରକ୍ଷା କାର୍ଯ୍ୟକ୍ରମ ସମେତ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟୟ ପରିମାଣ ୧୬୦୭କୋଟି ଟଙ୍କା ରହିଛି। ମାତ୍ର ଗତବର୍ଷ ଜୁନ୍ ଶେଷ ସୁଦ୍ଧା ଏହା ମାତ୍ର ୩୦୫କୋଟି ଟଙ୍କା ଥିଲା।

ଆଜିର ସଚିବସ୍ତରୀୟ ବୈଠକରେ ପଂଚାୟତସ୍ତରରେ ସ୍ଥାପନ ହୋଇଥିବା କୋଭିଡ୍ କେୟାର ସେଣ୍ଟରରେ ରୋଗୀଙ୍କ ଖାଇବା ଖାଦ୍ୟ ବାବଦରେ ଦୈନିକ ୨୪୦ଟଙ୍କା ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି। କୋଭିଡ୍ ହସ୍ପିଟାଲଗୁଡ଼ିକରେ ଲକ୍ଷଣ ନଥିବା ରୋଗୀଙ୍କୁ ଆଡମିଶନ ନକରାଇବା ଓ କୋଭିଡ୍ କେୟାର କେନ୍ଦ୍ରରେ ଲକ୍ଷଣ ଥିବା ରୋଗୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ଉପକରଣର ବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ହସ୍ପିଟାଲଗୁଡ଼ିକରେ କୋଭିଡ୍ ରୋଗୀ ସଂଖ୍ୟା ବୃଦ୍ଧି ପାଇବାର ଥିବାରୁ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି। ହଟସ୍ପଟ ଜିଲ୍ଲାଗୁଡ଼ିକର ପର୍ଯ୍ୟବେକ୍ଷକ, ସିଡିଏମଓ ଓ ଜିଲ୍ଲାପାଳମାନେ ସେମାନଙ୍କର ହସ୍ପିଟାଲଗୁଡ଼ିକରେ ଜୀବନରକ୍ଷକ ଔଷଧ ପର୍ଯ୍ୟାପ୍ତ ପରିମାଣରେ ରଖିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏହା ବ୍ୟତୀତ କୋଭିଡ୍ ଯୁଦ୍ଧ ଏବେ ବହୁଦିନ ଧରି ଚାଲିବାର ଥିବାରୁ ସରକାରୀ ବିଭାଗଗୁଡ଼ିକ କର୍ମଚାରୀମାନଙ୍କ ନିମନ୍ତେ ‘ୱାର୍କ ଫ୍ରମ ହୋମ୍ ’ ପାଇଁ ଏସଓପି ପ୍ରସ୍ତୁତ କରିବାକୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ଡିଜିଟାଲ ମୋଡରେ ହୋଇଥିବା ଏହି ବୈଠକରେ ସମସ୍ତ ବିଭାଗର ସଚିବ ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story