Advertisment

ଜନ୍ମ ମାଟିରେ ଭାରତର ପ୍ରଥମ କେ-ପପ ଷ୍ଟାର ଶ୍ରୀୟା ଲେଙ୍କା

ଝାରସୁଗୁଡ଼ା(ଭାଗିରଥୀ ସାହୁ): ମାତ୍ର ୧୮ ବର୍ଷରେ ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ଗୌରବ ହାସଲ କରି ପାରିଥିବା ରାଉରକେଲାର ଶ୍ରୀୟା ଲେଙ୍କା ଜନ୍ମ ମାଟିରେ ପାଦ ଦେଇଛନ୍ତି। କୋରିଆର ପ୍ରସିଦ୍ଧ ପପ୍‌ ବ୍ୟାଣ୍ଡ ବ୍ଲାକସ୍ୱାନରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଘରକୁ ଫେରିଛନ୍ତି ଶ୍ରୀୟା । ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବ ଶ୍ରୀୟାଙ୍କୁ ଏବେ ଚାରିଆଡୁ ମିଳୁଛି ଶୁଭେଚ୍ଛାର ବାର୍ତ୍ତା । ଝିଅକୁ ପାଖରେ ପାଇ […]

ଅଦ୍ୟତନ ହୋଇଛି
ଜନ୍ମ ମାଟିରେ ଭାରତର ପ୍ରଥମ କେ-ପପ ଷ୍ଟାର ଶ୍ରୀୟା ଲେଙ୍କା

sriya-lenka

Advertisment

ଝାରସୁଗୁଡ଼ା(ଭାଗିରଥୀ ସାହୁ): ମାତ୍ର ୧୮ ବର୍ଷରେ ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ଗୌରବ ହାସଲ କରି ପାରିଥିବା ରାଉରକେଲାର ଶ୍ରୀୟା ଲେଙ୍କା ଜନ୍ମ ମାଟିରେ ପାଦ ଦେଇଛନ୍ତି। କୋରିଆର ପ୍ରସିଦ୍ଧ ପପ୍‌ ବ୍ୟାଣ୍ଡ ବ୍ଲାକସ୍ୱାନରେ ସାମିଲ ହେବା ପରେ ପ୍ରଥମ ଥର ପାଇଁ ଘରକୁ ଫେରିଛନ୍ତି ଶ୍ରୀୟା । ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଥିବ ଶ୍ରୀୟାଙ୍କୁ ଏବେ ଚାରିଆଡୁ ମିଳୁଛି ଶୁଭେଚ୍ଛାର ବାର୍ତ୍ତା । ଝିଅକୁ ପାଖରେ ପାଇ ପରିବାର ଲୋକଙ୍କ ଖୁସି କହିଲେ ନ ସରେ । ଦୀର୍ଘ ଦିନ ପରେ ଆପଣାର ଲୋକଙ୍କ ଗହଣକୁ ଫେରିଥିବା ଶ୍ରୀୟାଙ୍କ ମୁହଁରେ ଖୁସିର ଚମକ ବାରି ହୋଇ ପଡ଼ୁଥିବା ବେଳେ ସୁନେଲି ଭବିଷ୍ୟତ ପାଇଁ ଦେଖି ଚାଲିଛନ୍ତି ପୁଳା ପୁଳା ସ୍ୱପ୍ନ ।

Advertisment

ଏନେଇ ଶ୍ରୀୟା କହିଛନ୍ତି, ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ହେବାର ସୁଯୋଗ ପାଇଥିବାରୁ ମୁଁ ଖୁବ୍‌ ଖୁସି।  ନିଜ ଦେଶକୁ ଏପରି ଏକ ବଡ଼ ପ୍ଲାଟଫର୍ମରେ ପ୍ରତିନିଧିତ୍ୱ କରି ବେଶ୍‌ ଖୁସି ଅଛି। ଏହି ପ୍ରତିଯୋଗିତାରେ ସାମିଲ ହୋଇ ଏକ ରାଙ୍କ ହାସଲ କରିବା ବହୁତ କଷ୍ଟ ଥିଲା। ମାତ୍ର ଏଥିନିମନ୍ତେ ପରିବାରର ଖୁବ୍‌ ସପୋର୍ଟ ପାଇଛି। ଛୋଟ ବେଳୁ କଳାକାର ହେବାକୁ ସ୍ୱପ୍ନ ଦେଖିଲି। ଡ୍ୟାନ୍ସ କ୍ଲାସରେ ଜଏନ କଲି।  ମୋ ସାଙ୍ଗମାନେ ମୋତେ ଥରେ କେ-ପପ ଗ୍ରୁପ୍‌ର ଡ୍ୟାନ୍ସ ଦେଖାଇବା ପରେ ମୋର ସେଥିପ୍ରତି ଆଗ୍ରହ ବଢ଼ି ବଢ଼ି ଚାଲିଲା। ଏହା କ’ଣ ଜାଣିବାକୁ ଗୁଗୁଲରେ ସର୍ଚ୍ଚ କଲି। ଏହାପରେ ଏଥିରେ ସାମିଲ ହେବାକୁ ମନେ ମନେ ସ୍ଥିରି କଲି।

[caption id="" align="aligncenter" width="1029"]publive-image ପ୍ରଥମ ଭାରତୀୟ ଭାବେ କେ-ପପ ଷ୍ଟାର ଶ୍ରୀୟା ଲେଙ୍କା ।[/caption]

Advertisment

ନଭେମ୍ବର ୨୦୨୦ରେ ଏହି ଗ୍ରୁପର ସବୁଠାରୁ ପୁରୁଣା ସଦସ୍ୟ ହେମେ ବ୍ୟାଣ୍ଡକୁ ବାଏବାଏ କହିଥିଲେ। ତାଙ୍କ ସ୍ଥାନରେ ନୂଆ ସଦସ୍ୟଙ୍କୁ ନେବା ପାଇଁ ଡିଆର ମ୍ୟୁଜିକ୍ ଗତବର୍ଷ ମେ’ ମାସରେ ବିଶ୍ୱସ୍ତରୀୟ ଅଡିସନ୍ ଆରମ୍ଭ କରିଥିଲା ।  ଏଥିନିମନ୍ତେ ୪ ହଜାରରୁ ଅଧିକ ପ୍ରତିଯୋଗୀ ୟୁଟ୍ୟୁବରେ ଅଡିସନ  ଦେଇଥିବା ବେଳେ ମୁଁ ବି ସେଥିରେ ସାମିଲ ହୋଇଥିଲି ବୋଲି କହିଛନ୍ତି ଶ୍ରୀୟା  । ପ୍ରଥମେ ପ୍ରଥମେ ବହୁତ ଡର ଲାଗୁଥିବା ବେଳେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଲି ବୋଲି କହିଛନ୍ତି ଶ୍ରୀୟା । ଶେଷ ପର୍ଯ୍ୟାୟକୁ  ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କ ସହ ଶ୍ରୀୟାଙ୍କୁ ବି ଚୟନ କରାଯାଇଥିଲା। ଏହାପରେ କେ-ପପ ଟ୍ରେନିଂ ନେବାକୁ ଦୁହେଁ ବେଶ୍‌ କିଛି ମାସ କୋରିଆରେ ରହିଲେ।

  ଟ୍ରେନିଂ ନେବା ସମୟରେ ଉଭୟ ଖୁବ୍‌ ଭଲ ସାଙ୍ଗ ପାଲଟିଗଲୁ। ତେଣୁ ଆମେ ୨ ଜଣ ଏକାସଙ୍ଗେ ସିଲେକ୍ଟ ହେବା ନିମନ୍ତେ ଭଗବାନଙ୍କୁ ଡାକୁଥିଲୁ, ଶେଷରେ ଭଗବାନ ଆମ ୨ ଜଣଙ୍କ ଡାକ ଶୁଣିଲେ।  ଏହି ଗ୍ରୁପ ପାଇଁ  ଜଣଙ୍କୁ ସିଲେକ୍ଟ କରାଯିବା ନିମନ୍ତେ ସ୍ଥିର ହୋଇଥିବା ବେଳେ ଉଭୟ ଶ୍ରୀୟା ଓ ଗାବ୍ରିଏଲା ଡାଲସିନ କିନ୍ତୁ ନିଜ ଦକ୍ଷତା ବଳରେ କେ-ପପ୍‌ ଗ୍ରୁପ୍‌ରେ ନିଜ ପାଇଁ ଜାଗା ପକ୍କା କରି ପାରିଛନ୍ତି ।   ଆଗକୁ ୱାର୍ଲ୍ଡ ଟୁର ସହ ବଡ଼ ବଡ଼ ମ୍ୟୁଜିକ ଶୋ’ ଯିବାକୁ ଇଚ୍ଛା ଅଛି ବୋଲି କହିଛନ୍ତି ଶ୍ରୀୟା । ବ୍ଲାକସ୍ୱାନରେ ଏବେ ୬ ଜଣ ସଦସ୍ୟ ରହିଛନ୍ତି। ସେମାନେ ହେଲେ ୟଙ୍ଗହେଉନ, ଫାଟୋଉ, ଜୁଡୀ, ଲେଆ, ଶ୍ରୀୟା ଓ ଗାବି। 

ଶ୍ରୀୟା ଲେଙ୍କା ୨୦୦୩ ମସିହାରେ ରାଉରକେଲାରେ ଜନ୍ମ ଗ୍ରହଣ କରିଥିଲେ। ସେ ହିନ୍ଦୁସ୍ତାନୀ କ୍ଲାସିକାଲ ସହ ୧୨ ବର୍ଷ ବୟସରେ ଓଡ଼ିଶୀ ଓ ଅନ୍ୟାନ୍ୟ ସମସାମୟିକ ଡ୍ୟାନ୍ସ ଶିଖିବା ଆରମ୍ଭ କରିଥିଲେ। ୱେଷ୍ଟର୍ଣ୍ଣ ଗୀତ ପାଇଁ   ୟୁଟ୍ୟୁବ ଓ ଅନଲାଇନ ଭିଡିଓଗୁଡ଼ିକୁ ଦେଖି ଶିଖିବା ଆରମ୍ଭ କରି କେ-ପପ୍‌ ଗ୍ରୁପ୍‌ରେ ନିଜ ପାଇଁ ଜାଗା ସୃଷ୍ଟି ସହ ଏକ ସ୍ୱତନ୍ତ୍ର ପରିଚୟ ହାସଲ କରି ପାରିଥିବା ଶ୍ରୀୟାଙ୍କୁ ବିଭିନ୍ନ ମହଲରୁ ଛୁଟୁଛି ଅଭିନନ୍ଦନର ସୁଅ।  

K-pop
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe