କାଗଜ କଲମରେ ଚାଲିଛି ଶିଳ୍ପାୟନ ଓ ନିଯୁକ୍ତି : ଧରାପଡ଼ିଲା ମନ୍ତ୍ରୀଙ୍କ ଚାଲାକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ପାଇଁ ସିଙ୍ଗଲୱିଣ୍ଡୋ ସିଷ୍ଟମ ଓ ଅନ୍ୟାନ୍ୟ ଅନୁକୂଳ ସୁବିଧାସୁଯୋଗ ଦିଆଯାଉଛି ବୋଲି କ୍ଷମତାସୀନ ବିଜେଡି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ତାହା କେବଳ କାଗଜକଲମ ମଧ୍ୟରେ ସୀମିତ ରହିଛି। ରାଜ୍ୟରେ କୋଟି କୋଟି ଟଙ୍କାର ଶିଳ୍ପାୟନ ଓ ପୁଞ୍ଜିନିବେଶ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ନେଇ ସରକାର କହୁଥିବାବେଳେ ବିଧାନସଭାରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ତଥ୍ୟ ହିଁ ରାଜ୍ୟ ସରକାରଙ୍କ ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି। […]

Dibya Shankar Mishra

Dibya Shankar Mishra

Ordigital Desk
  • Published: Saturday, 11 December 2021
  • Updated: 12 December 2021, 07:51 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଶିଳ୍ପାୟନ ପାଇଁ ସିଙ୍ଗଲୱିଣ୍ଡୋ ସିଷ୍ଟମ ଓ ଅନ୍ୟାନ୍ୟ ଅନୁକୂଳ ସୁବିଧାସୁଯୋଗ ଦିଆଯାଉଛି ବୋଲି କ୍ଷମତାସୀନ ବିଜେଡି ସରକାର ଡିଣ୍ଡିମ ପିଟୁଥିଲେ ମଧ୍ୟ ତାହା କେବଳ କାଗଜକଲମ ମଧ୍ୟରେ ସୀମିତ ରହିଛି। ରାଜ୍ୟରେ କୋଟି କୋଟି ଟଙ୍କାର ଶିଳ୍ପାୟନ ଓ ପୁଞ୍ଜିନିବେଶ ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଥିବା ନେଇ ସରକାର କହୁଥିବାବେଳେ ବିଧାନସଭାରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଦେଇଥିବା ତଥ୍ୟ ହିଁ ରାଜ୍ୟ ସରକାରଙ୍କ ଅସଲ ଚିତ୍ରକୁ ପଦାରେ ପକାଇ ଦେଇଛି। ରାଜ୍ୟରେ ୯୨ ଶିଳ୍ପ ସଂସ୍ଥା ବୃହତ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଏମ୍‌ଓୟୁ ସ୍ୱାକ୍ଷର ହୋଇଥିବା ବେଳେ ସେମାନେ କେତେ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବେ, ତାକୁ ନେଇ ଶିଳ୍ପ ମନ୍ତ୍ରୀ ବିଧାନସଭାରେ ଦେଇଥିବା ଉତ୍ତର ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ରାଜ୍ୟ ବିଧାନସଭାରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ରଖିଥିବା ଲିଖିତ ଉତ୍ତର ଅନୁସାରେ , ବୃହତ୍ ଶିଳ୍ପ ପ୍ରକଳ୍ପ ରାଜ୍ୟରେ ୫.୬୮ଲକ୍ଷ କୋଟି ଟଙ୍କା ନିବେଶ କରିବେ ଓ ପ୍ରାୟ ୧.୬୭ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ରାଜ୍ୟ ସରକାରଙ୍କ ସହ ଏମଓୟୁ ସ୍ୱାକ୍ଷର କରିଛନ୍ତି। ବିଶେଷକରି ଷ୍ଟିଲ ଆଣ୍ଡ ପେଲେଟାଇଜେସନ୍ କ୍ଷେତ୍ରରେ ୨ଲକ୍ଷ ୫୮ହଜାର ୬୭୩କୋଟିି ଟଙ୍କା ବ୍ୟୟରେ ୫୦ଟି ପ୍ରକଳ୍ପ ସ୍ଥାପନ ହେବ, ଯାହା ମାଧ୍ୟମରେ ରାଜ୍ୟରେ ୧ଲକ୍ଷ ୨୨ହଜାର ୩୫୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ତେବେ ଏମଓୟୁ ସ୍ୱାକ୍ଷର ହୋଇଥିବା ୫୦ଟି ପ୍ରକଳ୍ପ ମଧ୍ୟରୁ ଏବେସୁଦ୍ଧା ୩୬ଟି ପ୍ରକଳ୍ପ ଆଂଶିକ ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି। ଏହି ମୋଟ ୫୦ଟି ପ୍ରକଳ୍ପ ମଧ୍ୟରୁ ୩୬ଟି ପ୍ରକଳ୍ପରେ ମୋଟ ୧ଲକ୍ଷ ୧୩ହଜାର୨୮୨କୋଟି ଟଙ୍କା ନିବେଶ ହୋଇଥିବାବେଳେ ୧ଲକ୍ଷ ୨୨ହଜାର ୮୪ଜଣଙ୍କୁ ନିଯୁକ୍ତି ସୁଯୋଗ ଦିଆଯାଇଛି। ଅର୍ଥାତ୍ ମନ୍ତ୍ରୀ ଶ୍ରୀ ମିଶ୍ର ପରୋକ୍ଷରେ କହିଛନ୍ତି ଯେ ବାକି ଥିବା ୧୪ଟି ପ୍ରକଳ୍ପରେ ୧.୪୫ ଲକ୍ଷକୋଟି ଟଙ୍କାର ପୁଞ୍ଜିନିବେଶ ବାକି ଥିବାବେଳେ ମାତ୍ର ୨୭୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମନ୍ତ୍ରୀଙ୍କ ଏଭଳି ଉତ୍ତର ହିଁ ସରକାରଙ୍କ ଆଭିମୁଖ୍ୟକୁ ପଦାରେ ପକାଇଥିବାବେଳେ ନିଯୁକ୍ତି ଓ ପୁଞ୍ଜିନିବେଶ କେବଳ କାଗଜକଲମରେ ଚାଲିଛି ବୋଲି ଚର୍ଚ୍ଚା ହେଉଛି।

ମନ୍ତ୍ରୀ ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ, ୯୨ଟି ବୃହତ୍ ଶିଳ୍ପ ସଂସ୍ଥା ୫.୬୮ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ମଧ୍ୟ ଏଥିରୁ ୨.୫୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୭ଟି ପ୍ରକଳ୍ପ ଏବେ ଆଂଶିକ ଅବା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛନ୍ତି। ଏହି ୪୭ଟି ପ୍ରକଳ୍ପରେ ମୋଟ ୧.୬୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଯଦିଓ ୯୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ମୋଟ ୧.୬୮ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ମନ୍ତ୍ରୀ ଉତ୍ତର ଦେଇଛନ୍ତି। ଅର୍ଥାତ୍ ବାକି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ଆଉ ମାତ୍ର ୬ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ତେଣୁ ନିଯୁକ୍ତିକୁ ନେଇ ମନ୍ତ୍ରୀ ଦେଇଥିବା ଉତ୍ତର ହିଁ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ,ଏମଓୟୁ କରିଥିବା ୧୪ଟି ବୃହତ୍ ଶିଳ୍ପ ସଂସ୍ଥା ଓଡ଼ିଶାରେ ପୁଞ୍ଜିନିବେଶ ନିଷ୍ପତ୍ତିରୁ ଓହରି ଯାଇଛନ୍ତି ଓ ଏଥିଯୋଗୁ ୧.୬୨ଲକ୍ଷ କୋଟି ଟଙ୍କାର ପୁଞ୍ଜି ହାତଛଡ଼ା ହୋଇଛି। ଓଡ଼ିଶାରେ ପୁଞ୍ଜିନିବେଶ ନିଷ୍ପତ୍ତିରୁ ଓହରି ଯାଇଥିବା ବୃହତ୍ କମ୍ପାନୀ ମଧ୍ୟରେ ପୋସ୍କୋ-ଇଣ୍ଡିଆ, ଆର୍ସେଲର ମିତ୍ତଲ, ମହାରାଷ୍ଟ୍ର ସିମଲେସ୍ , ଷ୍ଟେରଲାଇଟ୍ ଇଣ୍ଡଷ୍ଟ୍ରିଜ, ଭୂଷଣ ଏନର୍ଜି, ଜେଆର ପାୱାରଗ୍ରେନ୍‌, ଟାଟା ପାୱାର, ଆରତୀ ଷ୍ଟିଲ, ଏସଇଏସସି, ଚମ୍ବଲ ଇନଫ୍ରାଷ୍ଟକଚର ଆଣ୍ଡ ଭେଂଚର, କଳିଙ୍ଗ ଏନର୍ଜି ଆଣ୍ଡ ପାୱାର, ବିଜିଆର ଏନର୍ଜି ସିଷ୍ଟମ, ଆରଏସବି ମେଟାଲିକ୍ ଓ ଲାନକୋ ବାବନ୍ଧ ପାୱାର ସାମିଲ ଅଛନ୍ତି । ସରକାରଙ୍କ ସହ ଏମଓୟୁ କରିଥିବା ସତ୍ତ୍ୱେ ଅନୁକୂଳ ପରିବେଶ ଓ ପ୍ରଶାସନିକ ସହଯୋଗ ନମିଳିବାରୁ ଏହି କମ୍ପାନୀଗୁଡ଼ିକ ଓଡ଼ିଶା ପ୍ରକଳ୍ପରୁ ଓହରି ଯାଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଶିଳ୍ପ ମନ୍ତ୍ରୀ ଶ୍ରୀ ମିଶ୍ର ବିଧାନସଭାରେ ଏହି ସୂଚନା ଦେଇଛନ୍ତି । ଆଉ ସରକାରଙ୍କ ଅସଲ ମୁଖା ଖୋଲି ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story