Advertisment

ଉଦ୍‌ବେଗଜନକ ଭାବେ ବଢ଼ୁଛି ନବଜାତ ଶିଶୁ ମୃତ୍ୟୁ ହାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭଧାରଣର ୭ ମାସରେ ଜନ୍ମ ହେଉଥିବା ଶିଶୁଙ୍କ ମୃତ୍ୟୁ ହାର(ଷ୍ଟିଲ ବାର୍ଥ୍ ରେଟ) ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ଏହାକୁ କିପରି କମାଇ ହେବ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଛି। ସୂଚନା ମୁତାବକ ବର୍ତମାନ ରାଜ୍ୟରେ ଏଭଳି ମୃତ୍ୟୁ ହାସ ପ୍ରତି ୧୦୦୦ ରେ ୧୦ ଥିବାବେଳେ, ଜନ୍ମର ୭ଦିନ ମଧ୍ୟରେ ପ୍ରତି ୧୦୦୦ରେ ୨୦ ଶିଶୁଙ୍କ […]

ଅଦ୍ୟତନ ହୋଇଛି
ଉଦ୍‌ବେଗଜନକ ଭାବେ ବଢ଼ୁଛି ନବଜାତ ଶିଶୁ ମୃତ୍ୟୁ ହାର

health

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗର୍ଭଧାରଣର ୭ ମାସରେ ଜନ୍ମ ହେଉଥିବା ଶିଶୁଙ୍କ ମୃତ୍ୟୁ ହାର(ଷ୍ଟିଲ ବାର୍ଥ୍ ରେଟ) ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ରାଜ୍ୟରେ ଏଭଳି ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ପଡ଼ିଛି। ଏହାକୁ କିପରି କମାଇ ହେବ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମାନସ ମନ୍ଥନ ଆରମ୍ଭ ହୋଇଛି। ସୂଚନା ମୁତାବକ ବର୍ତମାନ ରାଜ୍ୟରେ ଏଭଳି ମୃତ୍ୟୁ ହାସ ପ୍ରତି ୧୦୦୦ ରେ ୧୦ ଥିବାବେଳେ, ଜନ୍ମର ୭ଦିନ ମଧ୍ୟରେ ପ୍ରତି ୧୦୦୦ରେ ୨୦ ଶିଶୁଙ୍କ ମୃତ୍ୟୁ ହେଉଛି। ଯେତେବେଳେ କି ଜନ୍ମର ୨୮ ଦିନ ଭିତରେ ୧୦୦୦ ଶିଶୁ ମଧ୍ୟରୁ ୨୮ ଜଣଙ୍କ ମୃତ୍ୟୁ ହେଉଛି।

Advertisment

ଏହି ମୃତ୍ୟୁ ସଂଖ୍ୟା ହ୍ରାସ କରିବା ଲାଗି ବିଶେଷଜ୍ଞ ମାନଙ୍କୁ ନେଇ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବୈଠକ ଆରମ୍ଭ ହୋଇଛି। ଦିଲ୍ଲୀ, ପଶ୍ଚିମବଙ୍ଗ ଭଳି କମ୍ ଶିଶୁ ମୃତ୍ୟୁ ହାର ଥିବା ରାଜ୍ୟର ବିଶେଷଜ୍ଞଙ୍କ ପରାମର୍ଶ ଏଠାରେ ନିଆଯାଇଛି। ରାଜ୍ୟରେ ଷ୍ଟିଲ ବାର୍ଥ୍ ରେଟକୁ ୩ ଓ ନବଜାତ ମୃତ୍ୟୁ ସଂଖ୍ୟା ୧୨କୁ କମାଇବା ଲାଗି ଟାର୍ଗେଟ ରଖାଯାଇଛି। ଏନେଇ ଖୁବ୍ ଶୀଘ୍ର ରୋଡ ମ୍ୟାପ ପ୍ରସ୍ତୁତ କରାଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ଡ. ପାଣିଗ୍ରାହୀ କହିଛନ୍ତି, ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ମାନସ ମନ୍ଥନରେ ବିଭିନ୍ନ ମେଡିକାଲ କଲେଜର ବିଭାଗୀୟ ମୁଖ୍ୟ, ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ରାଜ୍ୟ ତଥା ରାଜ୍ୟ ବାହାର ବିଶେଷଜ୍ଞ ଯୋଗଦେଇଥିଲେ। ଏଭଳି ଶିଶୁ ମୃତ୍ୟୁ ହାରର କାରଣ ଏଠାରେ ଖୋଜା ଯାଇଥିଲା। ଯେଉଁଥିରୁ ଜଣାପଡ଼ିଛି ଯେ, ଆଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ସତ୍ତ୍ୱେ କରାଯାଉଥିବା ବିଭିନ୍ନ ଅବହେଳା ନିମନ୍ତେ ଏଭଳି ଶିଶୁ ମୃତ୍ୟୁ ହାର ବଢ଼ିଛି। ଶିଶୁ ଗର୍ଭରେ ରହିବା ପରଠୁ ଏହାର ଦେଖାରଖାରେ ତଳସ୍ତରରେ କର୍ମଚାରୀ ଠିକ୍ ଭାବେ କାମ  କରୁ ନ ଥିବା, ଶିଶୁ ଜନ୍ମ ବେଳେ ଆବଶ୍ୟକ ସମସ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉ ନ ଥିବା, କମ୍ ଓଜନର ଶିଶୁ ଜନ୍ମ ହେବା, ଅପରିପକ୍ୱ ଶିଶୁ ଜନ୍ମ ହେବା ଓ ସଂକ୍ରମଣ ଏହାର ମୁଖ୍ୟ କାରଣ ହୋଇଛି। ଏହି ଚ୍ୟାଲେଞ୍ଜକୁ ସାମ୍ନା କରିବା ନିମନ୍ତେ କମ୍ୟୁନିଟି ଚେକ୍‌ଅପ୍ ଓ ମେଡିକାଲ ଫ୍ୟାସିଲିଟିକୁ ସୁଦୃଢ଼ କରିବା ନିମନ୍ତେ ମତାମତ ମିଳିଛି। କେରଳ, ଦିଲ୍ଲୀ, ତାମିଲନାଡୁ, ମହାରାଷ୍ଟ୍ର, ଜମୁ ଓ କଶ୍ମୀର, ପଞ୍ଜାବ ପ୍ରଭୃତି ୬ ରାଜ୍ୟ ଏଭଳି ଶିଶୁ ମୃତ୍ୟୁ ହାର ଏସ୍‌ଡିଜି ପୋଲ୍ ଲକ୍ଷ୍ୟ ଧାର୍ଯ୍ୟ ମୁତାବକ ୧୨ ତଳେ ରହିଛି। ତେଣୁ ଏହି ରାଜ୍ୟମାନଙ୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଯୋଗଦେଇଥିବା ବିଶେଷଜ୍ଞମାନେ ମତ ରଖିଥିଲେ। ଏହାକୁ ଦେଖି ଆଗକୁ ଓଡ଼ିଶାରେ ଏଭଳି ଶିଶୁ ମୃତ୍ୟୁ ହାର ରୋକିବାକୁ ରୋଡ୍‌ ମ୍ୟାପ୍ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe