ଡିଜିପି ଅଭୟଙ୍କୁ ଚେକ୍ , ସତ୍ୟଜିତଙ୍କୁ ମିଳିପାରେ ଦାୟିତ୍ୱ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ଡିଜି ଅଭୟଙ୍କ ପକ୍ଷଛେଦନ କରି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ରାଜ୍ୟ ସରକାର ଅଧିକ କ୍ଷମତା ଦେଇ ମୁଖ୍ୟାଳୟ(ଡିଜି) ଭାବେ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅକ୍ଟୋବର ୧୭ତାରିଖରେ ପୁରୀରେ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ଘଟଣା ସହ ଏହି ପକ୍ଷଛେଦନକୁ ଯୋଡ଼ିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ଡିଜିପି ଅଭୟ ଏବେ ନିଜ ବିବେକାନୁମୋଦିତ କାର୍ଯ୍ୟ କରୁଥିବାରୁ ତୃତୀୟ ମହଲା ଖପ୍ପା ଥିବା ଜଣାପଡ଼ିଛି। ମିଳିଥିବା […]

8bn

8bn

Tapas Behera
  • Published: Tuesday, 27 October 2020
  • Updated: 28 October 2020, 12:24 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ପୁଲିସ ଡିଜି ଅଭୟଙ୍କ ପକ୍ଷଛେଦନ କରି ଅଗ୍ନିଶମ ଡିଜି ସତ୍ୟଜିତ୍ ମହାନ୍ତିଙ୍କୁ ରାଜ୍ୟ ସରକାର ଅଧିକ କ୍ଷମତା ଦେଇ ମୁଖ୍ୟାଳୟ(ଡିଜି) ଭାବେ ଅବସ୍ଥାପିତ କରାଯିବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅକ୍ଟୋବର ୧୭ତାରିଖରେ ପୁରୀରେ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ଘଟଣା ସହ ଏହି ପକ୍ଷଛେଦନକୁ ଯୋଡ଼ିବାକୁ ପ୍ରୟାସ କରାଯାଉଥିଲେ ମଧ୍ୟ ଡିଜିପି ଅଭୟ ଏବେ ନିଜ ବିବେକାନୁମୋଦିତ କାର୍ଯ୍ୟ କରୁଥିବାରୁ ତୃତୀୟ ମହଲା ଖପ୍ପା ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଗତବର୍ଷ ନଭେମ୍ବର ୨୨ତାରିଖରେ ନାଟକୀୟ ଢଙ୍ଗରେ ୧୯୮୬ ବ୍ୟାଚ୍ ଆଇପିଏସ ବିକେ ଶର୍ମାଙ୍କୁ ଡିଜିପି ପଦରୁ ହଟାଇ ରାଜ୍ୟ ସରକାର କେନ୍ଦ୍ରୀୟ ଡେପୁଟେସନରେ ଥିବା ଅଭୟଙ୍କୁ ପୁଲିସ୍ ମୁଖିଆ ପଦରେ ଅବସ୍ଥାପିତ କରାଇଥିଲେ। ସରକାରଙ୍କ ଏକଦା ଫେଭରାଇଟ୍ ଥିବା ଶ୍ରୀ ଶର୍ମାଙ୍କୁ ଏଭଳି ଲଜ୍ଜାଜନକ ଭାବେ ହଟାଇବା ପଛର ପ୍ରକୃତ କାରଣ ଏବେବି ଅନାଲୋଚିତ ହୋଇ ରହିଥିବାବେଳେ ଡିଜିପି ଅଭୟଙ୍କୁ ଅନୁରୂପ ଭାବେ ପ୍ରଭାବହୀନ କରାଇବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିଜିପିଙ୍କୁ ସର୍ବନିମ୍ନ ୨ବର୍ଷ ପାଇଁ କାମ କରିବାର ପ୍ରାବଧାନ ଥିବାରୁ ଅଭୟ ଆସନ୍ତାବର୍ଷ ନଭେମ୍ବର ପର୍ଯ୍ୟନ୍ତ ପୁଲିସ ଡିଜି ପଦରେ ରହିବେ। କିନ୍ତୁ ପୁଲିସ ପ୍ରଶାସନରେ ମାତ୍ରାଧିକ ହସ୍ତକ୍ଷେପକୁ ନାପସନ୍ଦ କରି ଅଭୟ ଏବେ ତୃତୀୟ ମହଲାର ବିଭିନ୍ନ ନିର୍ଦ୍ଦେଶକୁ ଗ୍ରହଣ କରିବା ମୁଡରେ ନଥିବାରୁ ତାଙ୍କୁ ପ୍ରଭାବଶୂନ୍ୟ କରିବା ନିମନ୍ତେ ରଣନୀତି ପ୍ରସ୍ତୁତ ହୋଇଥିବା ପୁଲିସ ପ୍ରଶାସନର ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ଏହି ସୂତ୍ର ଅନୁସାରେ, ରାଜ୍ୟର ଡିଜିପିଙ୍କୁ ଚେକ୍ ଆଣ୍ଡ ବାଲାନ୍ସ ଓ ଚାପରେ ରଖି ସେମାନଙ୍କ ମାଧ୍ୟମରେ ଅନେକ କାମ କରାଇବାକୁ ପ୍ରୟାସ ହୋଇଥାଏ। ପ୍ରାରମ୍ଭିକ ଅବସ୍ଥାରେ ନୂଆ ଭାବେ ଦାୟିତ୍ୱ ନେଉଥିବା ଡିଜିପିମାନଙ୍କୁ ସରକାର ନିଜର ଗେହ୍ଲାପୁଅ କରି ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ସଖି କଣ୍ଢେଇ ଭଳି ଉପଯୋଗ କରିବା ଓ ସେମାନଙ୍କ କାର୍ଯ୍ୟରେ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ବିବାଦ ଦେଖାଦେଇଥାଏ। ଯେଉଁଥିପାଇଁ ୨୦୦୦ ମସିହାରୁ ବିଜେଡି କ୍ଷମତାକୁ ଆସିବା ପରେ ଆଜିସୁଦ୍ଧା ୧୫ଜଣ ଡିଜିଙ୍କୁ(ସତ୍ୟଜିତ୍ ମହାନ୍ତି ଅନ୍ତରୀଣ ଡିଜିଙ୍କୁ ମିଶାଇ) ନିଯୁକ୍ତି ମିଳିଥିବାବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଅପମାନିତ ହୋଇ ନିଜ ପଦରୁ ବିଦା ହେବାକୁ ପଡ଼ିଛି। ମନମୋହନ ପ୍ରହରାଜଙ୍କଠୁ ବିକେ ଶର୍ମାଙ୍କ ପର୍ଯ୍ୟନ୍ତ ଅଫିସରଙ୍କୁ ଡିଜିପି ଭାବେ ନିଯୁକ୍ତି ମିଳିଥିବାବେଳେ କେବଳ ଆରପି ଶର୍ମାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତଙ୍କୁ ନିଜ ଚାକିରି କାଳର ଶେଷ ପର୍ଯ୍ୟାୟରେ ଲଜ୍ଜାଜନକ ଭାବେ ପଦ ଛାଡ଼ିବାକୁ ପଡ଼ିଛି।

ବରିଷ୍ଠ ଆଇପିଏସ୍ ପ୍ରକାଶ ମିଶ୍ର ରାଜ୍ୟ ପୁଲିସ ଡିଜି ଥିବାବେଳେ ସଞ୍ଜିବ ମାରିକଙ୍କୁ ଯେଭଳି ଅଧିକ କ୍ଷମତାଶାଳୀ କରି ମୁଖ୍ୟାଳୟ(ସ୍ପେଶାଲ ଡିଜି) ଭାବେ ନିଯୁକ୍ତି ଦେଇ ତାଙ୍କ ମାଧ୍ୟମରେ ସରକାର ସବୁକିଛି କରୁଥିଲେ ଠିକ୍ ଏବେ ସେଭଳି ରଣନୀତି ଆପଣାଇ ଅଭୟଙ୍କ ପକ୍ଷଛେଦନ ପାଇଁ ଉଦ୍ୟମ ଚାଲିଥିବା ଜଣାପଡ଼ିଛି। ଅଭୟ ଆସନ୍ତାବର୍ଷ ନଭେମ୍ବର ମାସରେ ଅବସର ନେବାର ଥିବାବେଳେ ସତ୍ୟଜିତ ଆସନ୍ତାବର୍ଷ ଅଗଷ୍ଟରେ ଅବସର ନେବେ। ପକ୍ଷଛେଦନ କରାଯିବାର ଚର୍ଚ୍ଚା ମାଧ୍ୟମରେ ଅଭୟଙ୍କଠୁ ନିଜ ମୁତାବକ କାର୍ଯ୍ୟ ହାସଲ କରାଇ ନେବାପାଇଁ ତୃତୀୟ ମହଲା ଏଭଳି ଚାପ ସୃଷ୍ଟି କରୁଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।

ଅନ୍ୟପକ୍ଷରେ, ମୁଖ୍ୟମନ୍ତ୍ରୀଙ୍କ ଅକ୍ଟୋବର ୧୭ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ପୁରୀ ଗସ୍ତବେଳେ କଂଗ୍ରେସ କର୍ମୀମାନେ କଳାପତାକା ପ୍ରଦର୍ଶନ କରିବା ଘଟଣାରେ ପ୍ରଶାସନିକସ୍ତରରେ ସମନ୍ୱୟ ରହିନଥିବା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତର ୪-୫ ଘଣ୍ଟା ପୂର୍ବରୁ ଗୁଇନ୍ଦା ବିଭାଗ ଏ ସମ୍ପର୍କରେ ଆଲର୍ଟ କରିଥିଲେ ମଧ୍ୟ  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଖବରକୁ ବିଶେଷ ଗୁରୁତ୍ୱ ନଦେବାରୁ କଳାପତାକା ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବାକୁ ଜିଲ୍ଲା ପୁଲିସ୍ ପଦକ୍ଷେପ ନେଇନପାରିଥିଲା। କଳାପତାକା ପ୍ରଦର୍ଶନ ଘଟଣାରେ ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ ଥିବାବେଳେ ତୃତୀୟ ମହଲା ଏଥିପାଇଁ କାହାରି ମୁଣ୍ଡରେ ଦୋଷ ଅଜାଡ଼ି ଅନୁରୂପ କାର୍ଯ୍ୟାନୁଷ୍ଠାନ ନେବାରେ ସକ୍ଷମ ହୋଇନି। ଯଦିଓ ୨୦୧୩ ଡିସେମ୍ବର ମାସରେ ସଚିବାଳୟ ମାର୍ଗରେ ଚାଷୀମାନେ ଅଚାନକ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗରେ ଶୋଇ ପଡ଼ିବାରୁ ତତକାଳୀନ ଗୁଇନ୍ଦା ମୁଖ୍ୟ ତଥା ବର୍ତ୍ତମାନର ଡିଜି ଅଭୟଙ୍କୁ ରାତାରାତି ସରକାରୀ ପ୍ରିଣ୍ଟିଂ ପ୍ରେସ୍ ନିର୍ଦ୍ଦେଶକ ଭାବେ ବଦଳି କରି ଦିଆଯାଇଥିଲା।
ଅଭୟ ନିଜସ୍ୱ ଢଙ୍ଗରେ ବିବେକାନୁମୋଦିତ କାର୍ଯ୍ୟ କରିବା ସହ ମାତ୍ରାଧିକ ହସ୍ତକ୍ଷେପ ପ୍ରତି ଗୁରୁତ୍ୱ ଦେଉନଥିବାରୁ ତାଙ୍କୁ ପ୍ରଭାବହୀନ କରିବାକୁ ଉଦ୍ୟମ ହୋଇଛି। ତେବେ ଏହି ଉଦ୍ୟମରେ ତୃତୀୟ ମହଲା କେତେ ସଫଳ ହେଉଛି ତାକୁ ନେଇ ପୁଲିସ୍ ମହଲରେ ଚର୍ଚ୍ଚା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story