ଜଗମୋହନର ପୋଟାଲ ଷ୍ଟିଲ ଫ୍ରେମ୍‌ ଏଷ୍ଟିମେଟ୍‌କୁ ଏଏସ୍‌ଆଇର ଅନୁମୋଦନ

ପୁରୀ: ଶ୍ରୀମନ୍ଦିର ଜଗମୋହନର ପୋଟାଲ ଷ୍ଟିଲ ଫ୍ରେମ୍‌ ଏଷ୍ଟିମେଟକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ ଅନୁମୋଦନ ଦେଇଛନ୍ତି। ଏ ସମ୍ପର୍କରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପୋଟାଲ ଫ୍ରେମ୍‌ର ବାବଦକୁ ୩,୭୧,୭୧,୦୦୦ ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ  ୭୧ ଟନ୍‌ଷ୍ଟିଲ୍‌ ଲାଗିବ। ପୂର୍ତ୍ତ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର କରାଯିବ। ଷ୍ଟିଲ ଫ୍ରେମ୍‌କୁ ଲଗାଯିବା ସମୟରେ ଭଣ୍ଡାର ଘର, ଘଟଶେଜ ଘରର କିଛି ଅଂଶ ଭଙ୍ଗାଯିବ। ୪ଟା କଲୋମ୍‌ କ୍ୟାପିଟାଲ ସହ ଏହାକୁ ସପୋର୍ଟ […]

puri

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 07:43 PM IST

ପୁରୀ: ଶ୍ରୀମନ୍ଦିର ଜଗମୋହନର ପୋଟାଲ ଷ୍ଟିଲ ଫ୍ରେମ୍‌ ଏଷ୍ଟିମେଟକୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ମହାନିର୍ଦ୍ଦେଶକ ଅନୁମୋଦନ ଦେଇଛନ୍ତି। ଏ ସମ୍ପର୍କରେ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି।

ପୋଟାଲ ଫ୍ରେମ୍‌ର ବାବଦକୁ ୩,୭୧,୭୧,୦୦୦ ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ  ୭୧ ଟନ୍‌ଷ୍ଟିଲ୍‌ ଲାଗିବ। ପୂର୍ତ୍ତ ବିଭାଗ ପକ୍ଷରୁ ଏଥିପାଇଁ ଟେଣ୍ଡର କରାଯିବ। ଷ୍ଟିଲ ଫ୍ରେମ୍‌କୁ ଲଗାଯିବା ସମୟରେ ଭଣ୍ଡାର ଘର, ଘଟଶେଜ ଘରର କିଛି ଅଂଶ ଭଙ୍ଗାଯିବ। ୪ଟା କଲୋମ୍‌ କ୍ୟାପିଟାଲ ସହ ଏହାକୁ ସପୋର୍ଟ କରି ଅନେକ ଗୁଡିଏ କଲୋମ କରାଯାଇ ବିମ୍‌କୁ ସଂଯୋଗ କରାଯିବ। ଜଗମୋହନର ଏହି ପୋଟାଲ ଫ୍ରେମ୍‌ କାର୍ଯ୍ୟ ଏଏସ୍‌ଆଇ, ଶ୍ରୀମନ୍ଦିର ପ୍ରଶାସନ, ପୂର୍ତ୍ତ ବିଭାଗର ସମନ୍ୱୟ ଓ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗ ଭିତ୍ତିରେ କରାଯିବ ବୋଲି ପୁରୀ ପୂର୍ତ୍ତ ବିଭାଗ କାର୍ଯ୍ୟନିବାହୀ ଯନ୍ତ୍ରୀ ନିରୋଜ କୁମାର ଦାସ କହିଛନ୍ତି।

Related story