ଏଣିକି ଜାଣିପାରିବେ ଶ୍ରଦ୍ଧାଳୁ, ହୁଣ୍ଡି ଆୟ ହେବ ସାର୍ବଜନୀନ

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ହୁଣ୍ଡିକୁ ଦାନ ଆକାରରେ ମିଳୁଥିବା ସୁନା ରୁପାର ପରିମାଣ ସାର୍ବଜନୀନ ହେବ । ଏଥିପାଇଁ ଯୋଜନା ଚଳାଇଛି ଶ୍ରୀମନ୍ଦିର ପ୍ରଶାସନ। ଯାହାକୁ ସ୍ୱାଗତ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା ପରିଷଦର ସଦସ୍ୟ ଓ ବରିଷ୍ଠ ସେବାୟତ ପ୍ରତିଦିନ ।

ରନତ୍ସିଂହାସନରେ ପୂଜାପାଉଥିବା ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଆସିଥାନ୍ତି ଶ୍ରୀକ୍ଷେତ୍ର। ଆଉ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଜାଡି ଦେଇଥାନ୍ତି ସୁନା, ରୂପା ଓ ଟଙ୍କା । ଶ୍ରୀମନ୍ଦିର ହୁଣ୍ଡିରେ ପଡୁଥିବା ଏହି ଦାନକୁ ଶ୍ରୀମନ୍ଦିର ପ୍ରଶାସନ ସାର୍ବଜନୀନ କରିବାକୁ ଯାଉଛି। ପୂର୍ବରୁ ହୁଣ୍ଡିର ଆୟ ସମ୍ପର୍କରେ କେବଳ ମନ୍ଦିର ପ୍ରଶାସନ ହିଁ ଅବଗତ ରହୁଥିଲା।

ଏବେ ଶ୍ରୀମନ୍ଦିର ପ୍ରଶାସନ ପ୍ରତିଦିନ ସୁନା ରୂପାର ପରିମାଣ ସାର୍ବଜନୀନ କରିବା ପାଇଁ ଯୋଜନା ଆରମ୍ଭ କରିଛି । ପ୍ରଥମେ ଗତ ମେ ୧ରୁ ୮ତାରିଖ ସପ୍ତାହକର ହିସାବ ସାମ୍ନାକୁ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଏହି ସପ୍ତାହକ ଭିତରେ ୧ କିଲୋ ୪୬୦ ଗ୍ରାମ ସୁନା ଏବଂ ୧ କିଲୋ ୮୩୫ ଗ୍ରାମ ରୁପା ଦାନ ସୂତ୍ରରେ ମିଳିଛି।

ସେପଟେ ପ୍ରଶାସନର ହିସାବ କହୁଛି ଦୀର୍ଘ ୩୪ ବର୍ଷ ଭିତରେ ଏ ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ମିଳିଛି ୧୮କେଜି ୨୬୧ ଗ୍ରାମ ସୁନା ଏବଂ ୧୧୯ କେଜି ରୂପା । ଯେଉଁ ସୁନାର ଆନୁମାନିକ ମୂଲ୍ୟ ୫କୋଟିରୁ ଅଧିକ ଏବଂ  ରୂପାର ଆନୁମାନିକ ମୂଲ୍ୟ ୫୦ଲକ୍ଷରୁ ଅଧିକ ହେବ।

ଓଡିଶା ଗେଜେଟର ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ୧୯୮୩ ମସିହାରେ ନାଟମଣ୍ଡପରେ ସ୍ଥାପନ କରାଯାଇଥିଲା ହୁଣ୍ଡି । ସେ ବର୍ଷ ମୋଟ ୨୬ଗ୍ରାମ ସୁନା ମିଳିଥବା ବେଳେ ରୂପା ୧କେଜି ୯୫ ଗ୍ରାମ ମିଳିଥିଲା । ଏହି ୩୪ବର୍ଷ ଭିତରେ ମହାପ୍ରଭୁଙ୍କର ୨ଟି ନବକଳେବର ସମ୍ପର୍ଣ୍ଣ ହୋଇଛି। ୧୯୯୬ ନବକଳେବର ବର୍ଷରେ ହୁଣ୍ଡିରେ ୨୩୭ ଗ୍ରାମ ସୁନା ଏବଂ ୧କେଜି ୩୦୯ ଗ୍ରାମ ରୂପା ପଡିଥିଲା । ସେହଭଳି ୨୦୧୫ ନବକଳେବର ବର୍ଷରେ ୯୬୧ ଗ୍ରାମ ୮୩୬ ମିଲିଗ୍ରାମ ସୁନା ପଡିଥିବା ବେଳେ ୭କେଜି ୪୮୯ ମିଲିଗ୍ରାମ ରୂପା ଦାନ ସୁତ୍ରରେ ମିଳିଥଲା । ଏସବୁ ହିସାବ ସାର୍ବଜନୀନ କରାଯାଇପାରି ନ ଥିଲା । କିନ୍ତୁ ଏବେ ଯେଉଁଭଳି ଭାବେ ସାର୍ବଜନୀନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ତାକୁ ପରିଚାଳନା ପରିଷଦର ସଦସ୍ୟ ଓ ବରିଷ୍ଠ ସେବାୟତ ମାନେ ସ୍ୱାଗତ କରିଛନ୍ତି।

Ordigital Desk
• Published: Friday, 11 May 2018
• Updated: 11 May 2018, 12:38 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos