ହାତ ଧରାଧରି ହୋଇ ବୁଡ଼ିଗଲେ ୨ ଯୁବକ! ୪ ଜଣଙ୍କ ପତ୍ତା ମିଳୁନି

ଯାଜପୁର(ସଞ୍ଜୀବ ନାୟକ): ରଙ୍ଗର ପର୍ବ ହୋଲିରେ ଲିଭିଗଲା ଜୀବନ ଦୀପ! ରଙ୍ଗ ଖେଳିବା ପରେ ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ହାତ ଧରାଧରି ହୋଇ ବୁଡ଼ିଗଲେ ଦୁଇ ଯୁବକ। ହେଲେ ଆଉ ବାହାରି ପାରିଲେ ନାହିଁ। ଆକାତ କାତ ପାଣି ଭିତରେ ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଲେ। ଏବେ ମଧ୍ୟ ୪ ଯୁବକଙ୍କ ପତ୍ତା ମିଳୁନି। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। ଆଜି ଥିଲା ଦୋଳ ପୂର୍ଣ୍ଣିମା। ସେଥିପାଇଁ […]

Jajpur

Jajpur

Manoranjan Sial
  • Published: Friday, 18 March 2022
  • Updated: 18 March 2022, 08:39 PM IST

Sports

Latest News

ଯାଜପୁର(ସଞ୍ଜୀବ ନାୟକ): ରଙ୍ଗର ପର୍ବ ହୋଲିରେ ଲିଭିଗଲା ଜୀବନ ଦୀପ! ରଙ୍ଗ ଖେଳିବା ପରେ ଗାଧୋଇବାକୁ ଯାଇ ଖରସ୍ରୋତା ନଦୀରେ ହାତ ଧରାଧରି ହୋଇ ବୁଡ଼ିଗଲେ ଦୁଇ ଯୁବକ। ହେଲେ ଆଉ ବାହାରି ପାରିଲେ ନାହିଁ। ଆକାତ କାତ ପାଣି ଭିତରେ ଅଣ ନିଶ୍ୱାସ ହୋଇ ପ୍ରାଣ ହରାଇଲେ। ଏବେ ମଧ୍ୟ ୪ ଯୁବକଙ୍କ ପତ୍ତା ମିଳୁନି। ଆଜି ଅପରାହ୍ନରେ ଏପରି ହୃଦୟ ବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

ଆଜି ଥିଲା ଦୋଳ ପୂର୍ଣ୍ଣିମା। ସେଥିପାଇଁ ଆବାଳବୃଦ୍ଧବନୀତା ରଙ୍ଗ ଖେଳରେ ମଜିଥିଲେ। ରଙ୍ଗ ଖେଳ ସରିବା ପରେ ସମସ୍ତେ ସୁରକ୍ଷିତ ଭାବେ ଗାଧୋଇଥିଲେ। ହେଲେ ବନ୍ଧମୁଣ୍ଡ ଗାଁର ରଶ୍ମିରଂଜନ ଜେନା, କରଣ ଜେନା, କ୍ରିଷ୍ଣଆ ଜେନା, ଶୁଭମ୍ ଜେନା, ଅମିତ ଜେନା, ଜାଲପୁରର ବିଶ୍ୱଜିତ ଜେନା ଓ ଯାଜପୁର ଟାଉନ୍‌ର ସମ୍ୱିତ ଜେନା ଗାଧୋଇବା ପାଇଁ ଖରସ୍ରୋତା ନଦୀକୁ ଯାଇଥିଲେ।

ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ୭ ଯୁବକ ଖରସ୍ରୋତା ନଦୀର ମଙ୍ଗଳାଘାଟରେ ଗାଧଉଥିବା ବେଳେ ଗଣ୍ଡ ଭିତରକୁ ଚାଲି ଯାଇଥିଲେ। ହେଲେ ଆଉ ବାହାରି ପାରିନଥିଲେ। ସେପଟେ ପରିବାର ଲୋକ ଖୋଜି ଖୋଜି ଆସି ନଦୀ କୂଳରେ ପହଞ୍ଚିଥିଲେ। ହେଲେ କାହାରିକୁ ପାଇନଥିଲେ। କିନ୍ତୁ ନଦୀ ପଠାରେ ସେମାନଙ୍କ ଲୁଗା ଓ ଚପଲ୍‌ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାର ଲୋକଙ୍କ ମନରେ ପାପ ଛୁଇଁ ଥିଲା। ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ସାହି ଭାଇଙ୍କୁ କହିଥିଲେ।

ଅଗ୍ନିଶମ ବିଭାଗ ଆସିବା ପୂର୍ବରୁ ଗାଁ ଲୋକେ ୧୭ ବର୍ଷୀୟ ଯୁବକ ଅମିତ ଜେନାକୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟମାନଙ୍କୁ ପାଇନଥିଲେ। ପରେ ଯାଜପୁର ଓ ବିଞ୍ଝାରପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଆସି ନଦୀ ଗର୍ଭରୁ ଟାଉନର ୨୧ ବର୍ଷିୟ ସମ୍ବିତ ଜେନା ଓ ବନ୍ଧମୁଣ୍ଡାର ୧୬ ବର୍ଷିୟ ଶୁଭମ୍‌ ଜେନାଙ୍କ ମୃତଦେହ ଉଦ୍ଧାର କରିଥିଲେ। ହେଲେ ବନ୍ଧମୁଣ୍ଡର ରଶ୍ମିରଂଜନ ଜେନା, କରଣ ଜେନା ଓ କ୍ରିଷ୍ଣା ଜେନା ଏବଂ ଜାଲପୁରର ବିଶ୍ୱଜିତ ଜେନାଙ୍କ ପତ୍ତା ମିଳିନି। ଓଡ୍ରାଫ୍‌ ଟିମ୍‌ ବର୍ତ୍ତମାନ ଖରସ୍ରୋତାର ଗଣ୍ଡ ଭିତରେ ଖୋଜୁଛି। ହେଲେ ସେମାନଙ୍କ ପତ୍ତା ମିଳୁନି। ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ବିଡିଓ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story