ଏକ ଫୁଲ୍‌ ଦୋ ମାଲି: ପ୍ରେମିକାକୁ ପାଇବା ପାଇଁ ସାଙ୍ଗକୁ ହଟାଇ ଦେଲା ସାଙ୍ଗ

ଯାଜପୁର(ଓଡ଼ିଶା ରିପୋର୍ଟର): ଅଜବ ପ୍ରେମ କାହାଣୀର ଭୟଙ୍କର ପରିଣତି। ପ୍ରେମ ପାଇଁ ନିଜ ରାସ୍ତାରୁ ସାଙ୍ଗକୁ ହଟେଇ ଦେଲା ସାଙ୍ଗ। ହତ୍ୟାକାଣ୍ଡରେ ଶିକାର ହୋଇଛି ଜଣେ ଜେସିବି ଡ୍ରାଇଭର। ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ତାଳଜଙ୍ଗ ଗାଁରେ। ତାଳଜଙ୍ଗ ଗାଁ ଗୋପବନ୍ଧୁ ସେଠୀ ଓ ବିପିନ ଓଝା ଦୁଇ ପ୍ରିୟ ବନ୍ଧୁ ଥିଲେ। ବିପିନ୍‌ ସେହି ଗାଁର ଜଣେ ନାବାଳିକାକୁ ଭଲ ପାଉଥିଲେ। ଗୋପବନ୍ଧୁ ମଧ୍ୟ ସେହି ଝିଅକୁ ଭଲ ପାଉଥିଲେ। […]

blood_love

Rakesh Mallick
  • Published: Tuesday, 06 February 2018
  • , Updated: 06 February 2018, 10:43 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ଅଜବ ପ୍ରେମ କାହାଣୀର ଭୟଙ୍କର ପରିଣତି। ପ୍ରେମ ପାଇଁ ନିଜ ରାସ୍ତାରୁ ସାଙ୍ଗକୁ ହଟେଇ ଦେଲା ସାଙ୍ଗ। ହତ୍ୟାକାଣ୍ଡରେ ଶିକାର ହୋଇଛି ଜଣେ ଜେସିବି ଡ୍ରାଇଭର। ଏହି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ତାଳଜଙ୍ଗ ଗାଁରେ।

ତାଳଜଙ୍ଗ ଗାଁ ଗୋପବନ୍ଧୁ ସେଠୀ ଓ ବିପିନ ଓଝା ଦୁଇ ପ୍ରିୟ ବନ୍ଧୁ ଥିଲେ। ବିପିନ୍‌ ସେହି ଗାଁର ଜଣେ ନାବାଳିକାକୁ ଭଲ ପାଉଥିଲେ। ଗୋପବନ୍ଧୁ ମଧ୍ୟ ସେହି ଝିଅକୁ ଭଲ ପାଉଥିଲେ। ଏକଥା ବିପିନ ଜାଣିବା ପରେ ଗୋପବନ୍ଧୁକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲା। ଯୋଜନା ମୁତାବକ ଗାଁରେ ଅଷ୍ଟପ୍ରହର ଚାଲିଥିବା ବେଳେ ବିପିନ ରାତି ପ୍ରାୟ ୧୧ଟା ସମୟରେ ଗୋପବନ୍ଧକୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ ଡାକି ନେଇଥିଲେ। ସେଠାରେ ଦୁହେଁ ସାଥୀ ହୋଇ ମଦ୍ୟ ପିଇଥିଲେ। ଯେତେ ବେଳେ ଗୋପବନ୍ଧୁଙ୍କୁ ନିଶା ହୋଇଗଲା, ସେତେବେଳେ ବିପିନ ଏକ କଟୁରୀରେ ଅତି ଅମାନୁଷିକ ଭାବେ ହତ୍ୟା କରିଥିଲା। ଗତ ଶନିବାର ସକାଳେ ଗୋପବନ୍ଧୁଙ୍କ ମୃତଦେହ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଡିଥିବା ଜଣାପଡିବା ପରେ ଉତ୍ତେଜନା ପ୍ରକାଶ ପଇଥିଲା। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ ପାଇଁ ଦାବି କଲେ ଗାଁ ଲୋକେ। ପରିସ୍ଥିତି ଅଣାୟତ ହେବା ଦେଖି ଯାଜପୁର ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀକୁକୁର ଓ ସାଇଣ୍ଡିଫିକ୍‌ ଟିମ ମାଧ୍ୟମରେ ତଦନ୍ତ ଆରମ୍ଭ କରିଥିଲେ। ମୃତ ଗୋପବନ୍ଧୁ ଜେସିବି ମେସିନ ଡ୍ରାଇଭର ଥିବାରୁ ପଥର ମାଫିଆମାନେ ତାକୁ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା। ତେବେ ପୋଲିସ ବିଭିନ୍ନ ଦିଗରେ ତଦନ୍ତ କରି ଏହି ଘଟଣା ଉପର ପର୍ଦ୍ଦାଫାସ କରିଥିଲେ। ଅଭିଯୁକ୍ତ ବିପିନ ଓଝାଙ୍କୁ ଗିରଫ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀ, ମୋବାଇଲ ଫୋନ ଓ ଏକ  ବାଇକକୁ ଜବତ କରିଛି।

Related story