ଯାଜପୁର: ନିଖୋଜ ଯବାନଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ନୌସେନା ଅଧିକାରୀ

ଯାଜପୁର: ନିଖୋଜ ବାୟୁସେନା ବିମାନ ଏଏନ୍‌-୩୨ର ଏଯାଏଁ ସନ୍ଧାନ ମିଳିପାରି ନ ଥିବା ବେଳେ ଗତକାଲି ଯାଜପୁର ଜିଲ୍ଲା ରଙ୍ଗାରଙ୍ଗ ଗାଁର ନିଖୋଜ ଯବାନ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ପରିବାରର ଲୋକଙ୍କୁ ବିଶାଖାପାଟଣାରୁ ଆସିଥିବା ଦୁଇ ନୌସେନା ଅଧିକାରୀ ଭେଟି ସମବେଦନା ଜଣାଇଛନ୍ତି। ନୌସେନା ଓ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ନିଖୋଜ ଯବାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ଉଦ୍ୟମ କରାଯାଉଛି ବୋଲି ସେମାନେ ସୂଚନା ଦେଇଛନ୍ତି। ଗ୍ରାମଦେବୀଙ୍କ ନିକଟରେ ଦୀପ ଜାଳି ପୂର୍ଣ୍ଣଚନ୍ଦ୍ରଙ୍କ ଦୀର୍ଘ ଓ ନିରାମୟ […]

jajpur

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 11:37 AM IST

ଯାଜପୁର: ନିଖୋଜ ବାୟୁସେନା ବିମାନ ଏଏନ୍‌-୩୨ର ଏଯାଏଁ ସନ୍ଧାନ ମିଳିପାରି ନ ଥିବା ବେଳେ ଗତକାଲି ଯାଜପୁର ଜିଲ୍ଲା ରଙ୍ଗାରଙ୍ଗ ଗାଁର ନିଖୋଜ ଯବାନ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କ ପରିବାରର ଲୋକଙ୍କୁ ବିଶାଖାପାଟଣାରୁ ଆସିଥିବା ଦୁଇ ନୌସେନା ଅଧିକାରୀ ଭେଟି ସମବେଦନା ଜଣାଇଛନ୍ତି। ନୌସେନା ଓ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ୱାରା ନିଖୋଜ ଯବାନଙ୍କୁ ଉଦ୍ଧାର କରିବା ପାଇଁ ସବୁ ଉଦ୍ୟମ କରାଯାଉଛି ବୋଲି ସେମାନେ ସୂଚନା ଦେଇଛନ୍ତି। ଗ୍ରାମଦେବୀଙ୍କ ନିକଟରେ ଦୀପ ଜାଳି ପୂର୍ଣ୍ଣଚନ୍ଦ୍ରଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ଗାଁଲୋକେ।

ସେହିପରି କୋରେଇ ବିଧାୟକ ଆକାଶ ଦାସ ନାୟକ ରଙ୍ଗାରଙ୍ଗ ଗାଁକୁ ଯାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ।

Related story